#Local

ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ , “ସମୟ ସରି ଆସୁଛି”

କନକ ବ୍ୟୁରୋ : ଇରାନକୁ ପୁଣି ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ସେ କହିଛନ୍ତି ଇରାନ ପାଇଁ ସମୟ ସରି ସରି ଆସୁଛି । ଶାନ୍ତି ଚୁକ୍ତି ପାଇଁ ଶୀଘ୍ର ସହମତି ହେବା ଦରକାର । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଇରାନକୁ ଏହି ଚେତାବନୀ ଦେଇଛନ୍ତି । ଯଦିଓ ଉଭୟ ଇରାନ ଓ ଆମେରିକା ମଧ୍ୟରେ ଆଲୋଚନା ପାଇଁ ପ୍ରୟାସ ଜାରି ରହିଛି, ହେଲେ ଏଯାଏଁ କୌଣସି ସମାଧାନ ବାହାରି ପାରିନାହିଁ ।

ଅଧିକ ପଢ଼ନ୍ତୁ : ଜିନପିଙ୍ଗ୍ ଦେଇଥିଲେ ଗିଫ୍ଟ : ଡଷ୍ଟବିନରେ ଫିଙ୍ଗିଦେଲେ ଟ୍ରମ୍ପ୍, ଚୀନକୁ ଆମେରିକାର ବଡ଼ ଅପମାନ

ଉଭୟ ଦେଶ ନିଜ ଜିଦରେ ଅଟଳ ଅଛନ୍ତି । ଚଳିତ ବର୍ଷ ଫେବ୍ରୁଆରୀ ୨୮ରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ କେବେ ସରିବ କିଛି ଜଣାପଡ଼ଚ ନାହିଁ । ଏସବୁ ଭିତରେ ସାରା ବିଶ୍ବରେ ଏହାର ପ୍ରଭାବ ପଡ଼ିଛି । ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ତୈଳ ଓ ଗ୍ୟାସ୍ ସଙ୍କଟ ଦେଖାଦେଇଛି । 

Leave a comment

Your email address will not be published. Required fields are marked *