#Local

ଟସର ହସ୍ତଶିଳ୍ପର ଗାଁ; ଫକୀରପୁର ପ୍ରୋତ୍ସାହନ ଅଭାବରୁ ବୃତ୍ତି ଛାଡ଼ୁଛନ୍ତି ବୁଣାକାର

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଫକିରପୁର ଗାଁ । ଯେଉଁଠି ଘରେ ଘରେ ଶୁଭେ ହସ୍ତତନ୍ତର ଠକ୍ ଠକ୍ ଶବ୍ଦ । ୪ଶହ ବର୍ଷର ପୁରୁଣା ଏହି ଐତିହ୍ୟ ସମ୍ପନ୍ନ ଟସର ଶିଳ୍ପ ଆଜି ସରକାରୀ ଅବହେଳା ଓ ପ୍ରୋତ୍ସାହନ ଅଭାବରୁ ମୁମୂର୍ଷୁ ଅବସ୍ଥାରେ । ଦିନେ ଯେଉଁଠି ମିହିର ସେନ୍‌ଙ୍କ ଭଳି ବ୍ୟକ୍ତିତ୍ୱ ରପ୍ତାନୀ ସଂସ୍ଥା ଗଢ଼ିଥିଲେ, ଆଜି ସେଠାରେ ବୁଣାକାର ବୃତ୍ତି ଛାଡ଼ି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ଫକିରପୁର ଗାଁ । ବିଶେଷ କରି ୮ ଓ ୯ ନମ୍ବର ୱାର୍ଡର ବଙ୍ଗାଳି ସାହିରେ ବାସ କରନ୍ତି ହଜାରରୁ ଉର୍ଦ୍ଧ୍ୱ ବୁଣାକାର ପରିବାର । ଗାଁ ଭିତରକୁ ପଶିଲେ ଆପଣଙ୍କୁ ଦେଖିବାକୁ ମିଳିବ ଟସର ସୂତାର କାରୁକାର୍ଯ୍ୟ । କିନ୍ତୁ ଏହି ଚମକ ପଛରେ ଲୁଚି ରହିଛି ଅନେକ ଯନ୍ତ୍ରଣା । ଟସର ସୂତାର ଦର ବୃଦ୍ଧି ଏବଂ ଉପଯୁକ୍ତ ବଜାର ସୁବିଧା ନଥିବାରୁ ଏହି କୁଟୀର ଶିଳ୍ପ ଏବେ ଧିରେ ଧିରେ ନିଶ୍ଚିହ୍ନ ହେବାକୁ ବସିଲାଣି ।

ଅଧିକ ପଢ଼ନ୍ତୁ : ଲ୍ୟାମ୍ପସରେ ‘ଉଇ’ ରାଜନୀତି ! ୨.୪୯ କୋଟି ଟଙ୍କା ଗାଏବ ଘଟଣାରେ ନୂଆ ମୋଡ଼

ଇତିହାସ କହେ, ବଙ୍ଗ ବିଚ୍ଛେଦ ସମୟରେ ବର୍ଦ୍ଧମାନରୁ ଆସିଥିବା ବୁଣାକାରମାନେ ଏଠାରେ ଏହି କଳାର ମୂଳଦୁଆ ପକାଇଥିଲେ । ବିଶ୍ୱବିଖ୍ୟାତ ସନ୍ତରଣକାରୀ ମିହିର ସେନ୍ ମଧ୍ୟ ଏହି ଟସରର ଗୁଣବତ୍ତା ଦେଖି ଏଠାରେ ରପ୍ତାନୀ କେନ୍ଦ୍ର ଖୋଲିଥିଲେ । କିନ୍ତୁ ଆଜି ସବୁକିଛି ଅତୀତ । ପ୍ରଶିକ୍ଷଣ ଏବଂ ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ଅନେକ ବୁଣାକାର ଏବେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏହି ଗାଁକୁ ଏକ ‘ଆଦର୍ଶ ଟସର ଗ୍ରାମ’ରେ ପରିଣତ କରିବା ସହ ଏକ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଦାବି ଜୋର ଧରିଛି ।

ସୁନ୍ଦର କାରୁକାର୍ଯ୍ୟ ଓ ଟସରର ମସୃଣ କପଡ଼ା ପାଇଁ ଫକିରପୁରର ସ୍ୱତନ୍ତ୍ର ପରିଚୟ ରହିଛି । ହେଲେ ଯଦି ସମୟ ଥାଉ ଥାଉ ସରକାର ବୁଣାକାରଙ୍କୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଓ ବିକ୍ରୟ ପାଇଁ ବଜାର ଯୋଗାଇ ନଦିଅନ୍ତି, ତେବେ ହୁଏତ ଏହି ୪ଶହ ବର୍ଷର ପରମ୍ପରା କେବଳ ଇତିହାସ ବହିରେ ରହିଯିବ ।

ଟସର ହସ୍ତଶିଳ୍ପର ଗାଁ; ଫକୀରପୁର ପ୍ରୋତ୍ସାହନ ଅଭାବରୁ ବୃତ୍ତି ଛାଡ଼ୁଛନ୍ତି ବୁଣାକାର

Shocking! ₹2.5 Crore Missing, Files Eaten by

Leave a comment

Your email address will not be published. Required fields are marked *