ଭାରତରେ ଜବତ ଜିହାଦୀ ଡ୍ରଗ୍ସ ; ଜବତ ଟାବଲେଟ୍ ମୂଲ୍ୟ ୧୮୨ କୋଟି

କନକ ବ୍ୟୁରୋ: ଆନ୍ତର୍ଜାତିକ ଡ୍ରଗ୍ସ ସିଣ୍ଡିକେଟ୍ ଓ ଟେରର୍ ଫଣ୍ଡିଂ ବିରୋଧରେ ଭାରତକୁ ବଡ଼ଧରଣର ସଫଳତା ମିଳିଛି । ପ୍ରଥମ ଥର ପାଇଁ କେପ୍ଟାଗନ୍ ଡ୍ରଗ୍ସ ଜବତ କରିଛି ଭାରତର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ -ଏନ୍ସିବି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ଯେ, ଏନ୍ସିବି ଅପରେସନ୍ ରେଜପିଲ୍ ଅନ୍ତର୍ଗତ ୧୮୨ କୋଟି ଟଙ୍କାର ବିପୁଳ ପରିମାଣର କେପ୍ଟାଗନ୍ ଡ୍ରଗ୍ସ ଜବତ କରିଛି।
ଅଧିକ ପଢ଼ନ୍ତୁ :ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ : କାଲି ଅଧ୍ୟାପକ, ଆଜି ଅଧ୍ୟାପିକା ଗିରଫ
ଏହା ଆତଙ୍କବାଦୀ ନେଟୱର୍କ ଭିତରେ ଜିହାଦୀ ଡ୍ରଗ୍ସ ଭାବରେ ପରିଚିତ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଏନ୍ସିବିକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ମଧ୍ୟପ୍ରାଚ୍ୟକୁ ଯାଉଥିବା ଡ୍ରଗ୍ସ ଚାଲାଣର ପର୍ଦ୍ଦାଫାସ ଓ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରାଯିବା ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ପ୍ରତି ଆମର ପ୍ରତିବଦ୍ଧତାର ଉଦାହରଣ। ଭାରତ ଭିତରକୁ ଆସୁଥିବା ଓ ଭାରତ ଦେଇ ଅନ୍ୟ ଦେଶକୁ ଯାଉଥିବା ପ୍ରତ୍ୟେକ ଡ୍ରଗ୍ସ ଜବତ କରାଯିବ ବୋଲି ଶାହ କହିଛନ୍ତି।…
English 












































































































































































































































































































































































































































































































































































































































































































