#Local

ଋଷ୍‌-ୟୁକ୍ରେନ ଯୁଦ୍ଧରେ ବଳି ପଡ଼ିଲେ ଓଡ଼ିଆ ଯୁବକ

କନକ ବ୍ୟୁରୋ : ଆକାଶରୁ ଖସିଲା ମୃତ୍ୟୁର ଦୂତ । ବିଦେଶମାଟିରେ ଆଖି ବୁଜିଲେ ଓଡ଼ିଆ ପୁଅ । ରୁଷ୍‌-ୟୁକ୍ରେନ ଯୁଦ୍ଧରେ ବଳି ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ଜଣେ ଯୁବକ । ରୁଷର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ୟୁକ୍ରେନ୍ ଘମାଘୋଟ ଡ୍ରୋନ୍ ମାଡ଼ କରିଥିଲା । ଏଥିରେ ଓଡ଼ିଆ ଯୁବକ ପ୍ରାଣ ହରାଇବା ପରେ, ତାଙ୍କ ମୃତଦେହ କେମିତି ଫେରିବ, ସେଇ ଚିନ୍ତାରେ ପରିବାର ।

ମସ୍କୋରେ ବିସ୍ଫୋରଣ… ମାଧବନ୍ଧ ଗାଁରେ ବୁକୁଫଟା କାନ୍ଦ । ସେଠି ଆକାଶ ଛୁଉଁଛି ନିଆଁ.. ଏଠି ପୁଅକୁ ଝୁରୁଛି ଗାଁ । ଓଡ଼ିଶାଠୁ ୬ ହଜାର କିଲୋମିଟର ଦୂରରେ ଚାଲିଥିବା ରୁଷ-ୟୁକ୍ରେନ୍ ଯୁଦ୍ଧ, ଅଲିଭା ଦାଗ ଛାଡ଼ିଦେଇଛି ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳର ଏହି ପରିବାର ଛାତିରେ । ଶନିବାର ରାତିରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଛନ୍ତି ମାଧବନ୍ଧ ଗାଁର ଏ. ରାମୟା । ପୁଅର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ, ୨ ଦିନ ହେଲା ଲୁହରେ ଭାସୁଛି ପୂରା ପରିବାର । ପୁଅର ଫଟୋକୁ ଛାତିରେ ଜାକି ଧରି ବାହୁନି ବାହୁନି କାନ୍ଦୁଛି ମାଆ । ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପାଷାଣ ପାଲଟିଯାଇଛନ୍ତି ବାପା । ଭଉଣୀ ଓ ଅନ୍ୟ ପ୍ରିୟ ପରିଜନଙ୍କ ଆଖିରୁ ବି ଲୁହ ଶୁଖୁନି ।

ଅଧିକ ପଢ଼ନ୍ତୁ : ମାତିଛନ୍ତି ମନ୍ଦିର ଲୁଟେରା; ଲୁଟୁଛନ୍ତି ଦିଅଁଙ୍କ ଗହଣା, ଟଙ୍କା

ପ୍ରାୟ ୪ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଗତ ଶନିବାର ରାତିରେ ନେଇଥିଲା ଭୟଙ୍କର ରୂପ । ଶନିବାର ଓ ରବିବାର ମସ୍କୋ ଉପରେ ହଜାରେରୁ ଅଧିକ ଡ୍ରୋନ୍ ଆକ୍ରମଣ କରିଥିଲା ୟୁକ୍ରେନ୍ । ତେବେ କେହି ସ୍ୱପ୍ନରେ ବି ଭାବିନଥିଲେ, ଏହି ଯୁଦ୍ଧରେ ବଳି ପଡ଼ିଯିବେ ଜଣେ ନିରୀହ ଓଡ଼ିଆ ପୁଅ । ବର୍ଷେ ତଳେ ପରିବାରର ପେଟ ପୋଷିବାକୁ ରୁଷ ଯାଇଥିଲେ ୨୮ ବର୍ଷୀୟ ରାମୟା । ମସ୍କୋର ଏକ ଘରୋଇ କମ୍ପାନିରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ । ଫେବ୍ରୁଆରିରେ ଘରକୁ ଛୁଟିରେ ଆସି ମାର୍ଚ୍ଚରେ ପୁଣି ଫେରି ଯାଇଥିଲେ । ପରିବାର ଲୋକଙ୍କ କହିବା କଥା, ଶନିବାର ଦିନବେଳା ଫୋନ୍ କରି କହିଥିଲେ ଆଜି ରାତି ଡ୍ୟୁଟି ଥିବାରୁ କାଲି ସକାଳେ କଥା ହେବି । ହେଲେ, ଆଉ ସେ ସକାଳ ଆସିଲାନି । ଚିରଦିନ ଲାଗି ନିରବିଗଲା ପୁଅ । ଶନିବାର ରାତିରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ ମୋଟ୍ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଏ. ରାମୟା ।

ଭେଣ୍ଡିଆ ପୁଅକୁ ହରାଇ ପରିବାର ଭାଙ୍ଗି ପଡ଼ିଥିବା ବେଳେ, ମୃତଦେହ ଫେରାଇ ଆଣିବାକୁ ଏବଂ ଆର୍ଥିକ ସହାୟତା ପାଇଁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ଭାରତୀୟ ଦୂତାବାସ ସହ କଥାବାର୍ତ୍ତା ଚାଲିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ଚିକିଟି ବିଧାୟକ ।

ଋଷ୍‌-ୟୁକ୍ରେନ ଯୁଦ୍ଧରେ ବଳି ପଡ଼ିଲେ ଓଡ଼ିଆ ଯୁବକ

Peddi Trailer: Ram Charan turns into a

Leave a comment

Your email address will not be published. Required fields are marked *