#Local

ଯୋଗାଣ ମନ୍ତ୍ରୀ କହିଲେ ରାଜ୍ୟରେ ତେଲର ଅଭାବ ନାହିଁ

କନକ ବ୍ୟୁରୋ: ରାଜ୍ୟରେ ତେଲ ସଙ୍କଟ ମଧ୍ୟରେ ଯୋଗାଣ ମନ୍ତ୍ରୀ କହିଲେ ତେଲର କୌଣସି ଅଭାବ ନାହିଁ । ବ୍ୟସ୍ତ ହୁଅନ୍ତୁନି ଆଗକୁ ମହଜୁଦ ଅଛି ତେଲ । ଆଗକୁ ୧୩ଦିନ ପାଇଁ ମହଜୁଦ ଅଛି ତେଲ ।

ଅଧିକ ପଢନ୍ତୁ:  ପୁରୀ ପିପିଲିରେ ତେଲ ଆତଙ୍କ , ବଡ଼ ଜାର୍‌ ନେଇ ତେଲ ନେଲେ ଲୋକେ

ରାଜ୍ୟରେ ତେଲର ଅଭାବ ନାହିଁ କିନ୍ତୁ କାଳେ ତେଲ ମିଳିବନି  ଲୋକେ ଆଙ୍କିତ ହୋଇ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍‌ ଲଗାଇଛନ୍ତି । ଯାହାଦ୍ବାରା  ଯେଉଁମାନଙ୍କର ୧୦୦ ଟଙ୍କାର ତେଲ ଦରକାର ସେ ୫୦୦ ଟଙ୍କାର ଭରୁଛନ୍ତି ଏବଂ  ବଡ଼ ବଡ଼ ବଡ଼ ଜାର୍କିନି ନେଇ ଲାଇନ୍‌ ଲଗାଇଛନ୍ତି । ଏଭଳି କରନ୍ତୁନି କି ବ୍ୟସ୍ତ ବ୍ୟସ୍ତ ହୁଅନ୍ତୁନି ବୋଲି ପରାମର୍ଶ ଦେଲେ କୃଷ୍ଣ ଚନ୍ଦ୍ର ପାତ୍ର । 

 ପେଟ୍ରୋଲ ପମ୍ପରେ ରାତି ଅଧ ପର୍ଯ୍ୟନ୍ତ ଭିଡ଼ । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀର ଅଧିକାଂଶ ପେଟ୍ରୋଲ ପମ୍ପରେ ଭିଡ଼ । ନିଜ ନିଜ ଗାଡିରେ ପେଟ୍ରୋଲ ପକାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଲୋକେ । ଗୋଟେ ପଟେ ସରକାର ତେଲର ଅଭାବ ନଥିବା କଥା କହୁଛନ୍ତି । ଅନ୍ୟପଟେ ତେଲ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହୋଇଛି ଆମ ବସ୍ । ଗତ ରାତି ପ୍ରାୟ ୧୨ଟା ବେଳେ ଭୁବନେଶ୍ବର ସିଆରପି ପେଟ୍ରୋଲ ପମ୍ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା 

ଯୋଗାଣ ମନ୍ତ୍ରୀ କହିଲେ ରାଜ୍ୟରେ ତେଲର ଅଭାବ ନାହିଁ

Elephant strays into Balasore village, damages houses

Leave a comment

Your email address will not be published. Required fields are marked *