#Local

ପୁଣି ବଢ଼ିଲା ସିଏନଜି ଦର , କିଲୋଗ୍ରାମ୍ ପିଛା ଆଉ ୧ ଟଙ୍କା ବୃଦ୍ଧି

କନକବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ବସବାସ କରୁଥିବା ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ରବିବାର ଠାରୁ ସିଏନଜି ଦରରେ ପୁଣି ଥରେ କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି କରାଯାଇଛି, ଯାହା ଗତ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ସଂଶୋଧନ ଅଟେ। ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜିର ମୂଲ୍ୟ ପ୍ରତି କିଲୋଗ୍ରାମ ୮୦.୦୯ ଟଙ୍କା ହୋଇଥିବା ବେଳେ ନୋଏଡ଼ା ଓ ଗାଜିଆବାଦରେ ଗ୍ରାହକମାନଙ୍କୁ ପ୍ରତି କିଲୋଗ୍ରାମ ପାଇଁ ୮୮.୭୦ ଟଙ୍କା ଗଣିବାକୁ ପଡ଼ିବ । ଏହାପୂର୍ବରୁ ଗତ ମେ’ ୧୫ ତାରିଖରେ ସିଏନଜି ଦରରେ କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା, ଯାହା ଏବେ ଅଟୋ, ଟାକ୍ସି ଓ ବ୍ୟକ୍ତିଗତ ଗାଡ଼ି ଚାଳକଙ୍କ ପକେଟ୍ ଉପରେ ଚାପ ବଢ଼ାଇ ଦେଇଛି। 

ସିଏନଜି ସହିତ ଜାତୀୟ ରାଜଧାନୀରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ମଧ୍ୟ ବଡ଼ ଧରଣର ବୃଦ୍ଧି ଘଟିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ମହଙ୍ଗା ହୋଇ ୯୪.୭୭ ଟଙ୍କାରୁ ୯୭.୭୭ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ମଧ୍ୟ ଲିଟର ପିଛା ୩ ଟଙ୍କା ବଢ଼ି ୮୭.୬୭ ଟଙ୍କାରୁ ୯୦. ୬୭ ଟଙ୍କା ହୋଇଯାଇଛି। ପରିବହନ ଇନ୍ଧନର ଏହି କ୍ରମାଗତ ଦରବୃଦ୍ଧି ଯୋଗୁଁ ଦୈନିକ ଯାତ୍ରୀଙ୍କ ସହ ସାଧାରଣ ଜୀବନଯାତ୍ରାର ଖର୍ଚ୍ଚ ବୃଦ୍ଧି ପାଇବା ନିଶ୍ଚିତ ହୋଇଛି। ଚଳିତ ବର୍ଷ ଫେବ୍ରୁଆରୀ ୨୮ରୁ ପଶ୍ଚିମ ଏସିଆରେ ଆରମ୍ଭ ହୋଇଥିବା ଆମେରିକା-ଇସ୍ରାଏଲ ଓ ଇରାନ ସଂଘର୍ଷ ଯୋଗୁଁ ବିଶ୍ୱ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଆମେରିକୀୟ ଡଲାର ପାର୍ କରିଯାଇଛି ।

ପୁଣି ବଢ଼ିଲା ସିଏନଜି ଦର , କିଲୋଗ୍ରାମ୍  ପିଛା ଆଉ ୧ ଟଙ୍କା ବୃଦ୍ଧି

‘We share same ambition’ – Alonso named

Leave a comment

Your email address will not be published. Required fields are marked *