#Local

୪ ଦିନର ତେଲ ଯନ୍ତ୍ରଣା ପରେ ସୁଧୁରିଲା ସ୍ଥିତି ;ହେଲେ ପକେଟ୍ ଉପରେ ପଡ଼ିଲା ମହଙ୍ଗାମାଡ଼

କନକ ବ୍ୟୁରୋ: ତୈଳ ସଂକଟରେ ସୁଧାର ଆସିଛି। ଅଧିକାଂଶ ସ୍ଥାନରେ ଆଜି ସ୍ବାଭାବିକ ଭାବେ ପେଟ୍ରୋଲ ଡିଜେଲ ମିଳୁଛି। କିନ୍ତୁ ଏହା ଭିତରେ ବଢ଼ିଯାଇଛି ତେଲ ଓ ସିଏନଜି ଦର। ପ୍ରଭାବିତ ହୋଇଛି ଅର୍ଥନୀତି। ଅଟୋ ଭଡା, ବସ୍ ଭଡ଼ା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଇଛି। ଯାହାକି ସିଧାସଳଖ ଲୋକଙ୍କ ପକେଟ ଉପରେ ମାଡ଼ କରିଛି।.. 

ପକେଟ୍ ଉପରେ ଇନ୍ଧନ ସଂକଟର ମାଡ଼  
ମାନ୍ଦାବସ୍ଥାମୁହାଁ ବିଶ୍ବ ଅର୍ଥନୀତି!
ଚାରି ଦିନ ପରେ ତେଲ ଯନ୍ତ୍ରଣାରୁ ଆଶ୍ବସ୍ତ ମିଳିଛି । କିନ୍ତୁ ଏହା ଭିତରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ଅର୍ଥନୀତି। କାମଧନ୍ଧା ଛାଡି ଲୋକେ ପେଟ୍ରୋଲ ପମ୍ପରେ ଧାଡ଼ି ଲଗାଇବା ଯୋଗୁଁ କ୍ଷତି ସହିଛି ପୂରା ରାଜ୍ୟ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ଯୋଗୁଁ ଅଯଥାରେ ନଷ୍ଟ ହୋଇଛି ଲକ୍ଷ ଲକ୍ଷ ଶ୍ରମ ଦିବସ। ପ୍ରଭାବିତ ହୋଇଛି ଜୀବନ ଜୀବିକା। .. ତେଲ ଅଭାବରୁ ଗାଡ଼ି ନଗଡ଼ିବାରୁ କ୍ଷତି ସହିଛନ୍ତି ଗାଡ଼ି ମାଲିକ, ଚାଳକ ଓ କର୍ମଚାରୀ। ଡିଜେଲ ନମିଳିବାରୁ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀଙ୍କ ରୋଜଗାର ଠପ୍ ହୋଇଯାଇଛି।   

ସଂକଟ ଭିତରେ ବେଡି ଉପରେ କୋରଡା ମାଡ କରିଛି ଦର ବୃଦ୍ଧି। ଅଶୋଧିତ ତୈଳ ଦର ଲଗାତାର ବଢ଼ୁଥିବାରୁ ପେଟ୍ରୋଲ, ଡିଜେଲ ଓ ସିଏନଜି ଦାମ୍ ବୃଦ୍ଧି କରିଛନ୍ତି ସରକାର। ତେଲ ଦର ବୃଦ୍ଧି ପରେ ବଢ଼ି ଯାଇଛି ବସ୍ ଭଡ଼ା । ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବି ବୃଦ୍ଧି ପାଇଛି। ସିଏନଜି ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ପଡିଛନ୍ତି ଉଭୟ ଅଟୋ ଚାଳକ ଓ ଯାତ୍ରୀ। ସିଏନଜି ଦର ବଢ଼ିଯାଇଥିଲେ ବି ଗ୍ରାହକ ଅଧିକ ଟଙ୍କା ଦେବାକୁ ଅମଙ୍ଗ ହେଉଛନ୍ତି। 

ଅଧିକ ପଢ଼ନ୍ତୁ: ଇତିହାସ ହେବାକୁ ଚାହଁ କି? ଜେନେରାଲ ଦ୍ୱିବେଦୀଙ୍କ ଚେତାବନୀକୁ ଚିନ୍ତାରେ ଶତ୍ରୁ ଶିବିର

ଡିଜେଲ ଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ିଛି। ଯାହାଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷର ଦର ବୃଦ୍ଧି ପାଇଛି। ଚାଉଳଠାରୁ ଆରମ୍ଭ କରି ଅଟା, ଡାଲି, ପନିପରିବା ମହଙ୍ଗା ହୋଇଛି। ଆଗକୁ ଆହୁରି ଦରଦାମ ବଢ଼ିବା ନେଇ ଆଶଙ୍କା କରିଛନ୍ତି ଅର୍ଥନୀତି ବିଶେଷଜ୍ଞ। 

କେବଳ ଓଡ଼ିଶା କି ଭାରତ ନୁହେଁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସାରାବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଅଶୋଧିତ ତୈଳ ଦର ବୃଦ୍ଧି, ଏଲପିଜି ଯୋଗାଣ ଶୃଙ୍ଖଳ ପ୍ରଭାବିତ ହେବା ଯୋଗୁଁ ଦୋହଲି ଯାଇଛି ଅଧିକାଂଶ ଦେଶର ଅର୍ଥନୀତି। 

 

୪ ଦିନର ତେଲ ଯନ୍ତ୍ରଣା ପରେ ସୁଧୁରିଲା ସ୍ଥିତି ;ହେଲେ ପକେଟ୍ ଉପରେ ପଡ଼ିଲା ମହଙ୍ଗାମାଡ଼

Verstappen victory hopes ended by mechanical problem

Leave a comment

Your email address will not be published. Required fields are marked *