#Local

ଜୁନ୍ ୨୧ ହେବ ନିଟ୍-ୟୁଜି ପରୀକ୍ଷା, ଜୁନ୍ ୧୪ରେ ମିଳିବ ଆଡମିଟ୍ କାର୍ଡ, ଆସନ୍ତା ବର୍ଷରୁ ଅନଲାଇନରେ ହେବ ପ୍ରବେଶିକା

କନକ ବ୍ୟୁରୋ: ଡାକ୍ତରୀ ଶିକ୍ଷା ପାଇଁ ଦେଶବ୍ୟାପୀ ଆୟୋଜିତ ହେଉଥିବା ନିଟ୍‌-ୟୁଜି ପ୍ରବେଶିକା ଆସନ୍ତାବର୍ଷଠାରୁ କମ୍ପ୍ୟୁଟର ଆଧାରିତ ହେବ । । ପ୍ରଶ୍ନପତ୍ର ଲିକ୍‌ ଓ ଅନ୍ୟ ଅନିୟମିତତାକୁ ଦୃଷ୍ଟିରେ ରଖି ନିଟ୍‌- ୟୁଜି ପ୍ରବେଶିକାକୁ ନୂଆ ବ୍ୟବସ୍ଥା ମଧ୍ୟରେ କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି । ମେ ୩ ତାରିଖରେ ହୋଇଥିବା ନିଟ୍‌ -ୟୁଜି ପ୍ରବେଶିକାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସେ ସ୍ବୀକାର କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଆମେ ଚାହୁଁ ନଥିଲୁ ଯେ କୌଣସି ଭୁଲ ପ୍ରାର୍ଥୀଙ୍କୁ ଚୟନ କରାଯାଉ। ସେଥିପାଇଁ ଆମେ ପରୀକ୍ଷା ବାତିଲ କରିବାର ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ । ପରୀକ୍ଷା ଏବେ ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ । ଜୁନ୍ ୧୪ରେ ଆଡମିଟ୍‌ କାର୍ଡ଼ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।  

 ପ୍ରଶ୍ନପତ୍ର ଲିକ୍‌ ପଛର ମୁଖ୍ୟ କାରଣ ‘ଓଏମ୍‌ଆର୍’, ତେଣୁ ଆସନ୍ତାବର୍ଷଠାରୁ ଏହାକୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ। ଏଥିସହ ପ୍ରଶ୍ନପତ୍ର ଲିକ୍ ନେଇ ଶିକ୍ଷାମନ୍ତ୍ରୀଙ୍କ କହିବା କଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଗତ ପରୀକ୍ଷା ଶେଷ ହେବା ପରେ ପ୍ରଶ୍ନପତ୍ର ଲିକ୍‌ ନେଇ ଅଭିଯୋଗ ପାଇଥିଲା । ମେ ୩ ତାରିଖରେ ନିଟ୍‌ ପରୀକ୍ଷା ହେବା ପରେ ଏନ୍‌ଟିଏକୁ ମେ ୭ ତାରିଖରେ ଅଭିଯୋଗ ଆସିଥିଲା। ନିଟ୍‌ ପରୀକ୍ଷାରେ ଆସିଥିବା ପ୍ରଶ୍ନ ଓ ସମ୍ଭାବ୍ୟ ପ୍ରଶ୍ନପତ୍ରରେ ଥିବା ପ୍ରଶ୍ନ ସମାନ ଥିବା ଅଭିଯୋଗ ହୋଇଥିଲା। ଶିକ୍ଷା ବିଭାଗ ତୁରନ୍ତ ମାମଲାର ତଦନ୍ତ କରିଥିଲା । ୧୨ ମେରେ ପ୍ରଶ୍ନପ୍ରତ୍ନ ଲିକ୍‌ ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା । ସମ୍ଭାବ୍ୟ ପ୍ରଶ୍ନପତ୍ର ନାଁରେ ପ୍ରକୃତ ପ୍ରଶ୍ନପତ୍ର ଲିକ୍‌ କରାଯାଇଥିଲା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

 ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷାର୍ଥୀଙ୍କ ଫି ଫେରାଯିବ । ଏଥିସହ ଆସନ୍ତା ପ୍ରବେଶିକା ପାଇଁ ଆଉ କୌଣସି ଫି ନିଆଯିବ ନାହିଁ । ଏଥିସହ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି

 

ଜୁନ୍ ୨୧ ହେବ ନିଟ୍-ୟୁଜି ପରୀକ୍ଷା, ଜୁନ୍ ୧୪ରେ ମିଳିବ ଆଡମିଟ୍ କାର୍ଡ, ଆସନ୍ତା ବର୍ଷରୁ ଅନଲାଇନରେ ହେବ ପ୍ରବେଶିକା

Odisha govt hikes private bus fares following

Leave a comment

Your email address will not be published. Required fields are marked *