ପେଟ୍ରୋଲ ପମ୍ପରେ ଅସହ୍ୟ ଭିଡ଼, କେଇ ଘଣ୍ଟାରେ ଶେଷ ହେଉଛି ତେଲ

କନକ ବ୍ୟୁରୋ : ପେଟ୍ରୋଲ ପାଇଁ ବିଭିନ୍ନ ଟାଙ୍କିରେ ଭିଡ଼ । ଗତକାଲି ବନ୍ଦ ଥିବା କେତେକ ଟାଙ୍କିକୁ ଡିପୋରୁ ତେଲ ଆସିବା ପରେ ମାତ୍ର କେଇ ଘଣ୍ଟାରେ ତେଲ ଶେଷ ହୋଇଯାଇଛି । କର୍ତ୍ତୃପକ୍ଷଙ୍କ କହିବା କଥା ଡିପୋରୁ ଆଗରୁ ଯେଉଁ ପରିମାଣର ତେଲ ଆସୁଥିଲା ଏବେ ସେହି ପରିମାଣର ଆସୁନାହିଁ ।
ଅଧିକ ପଢ଼ନ୍ତୁ : ଭୁବନେଶ୍ବରରେ ଭୟାବହ ଅଗ୍ନିକାଣ୍ଡ , ଟାୟାର ରିସୋଲ ଦୋକାନ ଜଳି ପାଉଁଶ
ଡିପୋଜିଟ ପରେ ବି ଦୁଇ ଦିନ ଲାଗୁଛି ଟାଙ୍କିକୁ ଆସିବାକୁ । ସେଥିପାଇଁ ଟାଙ୍କି ଦିନେ ଖୋଲିଲେ ଦିନେ ବନ୍ଦ ରହୁଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୪୪ ଟି ପେଟ୍ରୋଲ ଟାଙ୍କି ରହିଛି । ଲୋକମାନେ ତେଲ ସଙ୍କଟ ଭୟରେ ଆବଶ୍ୟକତାଠାରୁ ଅଧିକ ତେଲ ନେଉଥିବାରୁ ଟାଙ୍କିରୁ ଶୀଘ୍ର ତେଲ ଶେଷ ହୋଇଯାଉଛି । ଯେଉଁଥିପାଇଁ ଅନେକ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
English 

















































































































































































































































































































































































































































































































































































































































































































































































