୫ ଥର ସର୍ଜରି ପରେ ୬ଥର ଫେରିଲାଣି କ୍ୟାନ୍ସର ; ସ୍ବାମୀଙ୍କ ଧୈର୍ଯ୍ୟ ଦେଖି ଭାବୁକ ହେଲେ ନେଟିଜେନ୍ସ

କନକ ବ୍ୟୁରୋ: ଜୀବନ ଅଛି ମାନେ ସମସ୍ୟା ତ ଆସିବ । କିନ୍ତୁ ସେ ସମସ୍ୟା ସହ ଲଢ଼ି ଯିଏ ବଞ୍ଚି ରୁହେ ତାଙ୍କ ଜୀବନ ସମସ୍ତଙ୍କ ପାଇଁ ବନିଯାଏଁ ଏକ ଉଦାହରଣ । ତାଙ୍କ କାହାଣୀ ଘର କରିଯାଏ ହଜାର ହଜାର ହୃଦୟରେ ।
କେବେ କେବେ ଆମ ସାମ୍ନାକୁ ଏମିତି କିଛି ଖବର ଆସେ ଦୃଶ୍ୟ ଆସେ, ଯାହା କେବଳ ଗୋଟେ ଖବର ନୁହେଁ ବରଂ ନିଃସର୍ତ୍ତ ଭଲପାଇବା ଆଉ ପ୍ରକୃତ ସମ୍ପର୍କର ଅର୍ଥ ବୁଝାଇଦିଏ । ଏମିତି ଏକ ନିଆରା ହେଲେ ଆଖି ଭିଜାଇଦେଲା ଭଳି କାହାଣୀ ହେଉଛି ସାରିବ୍ ହାସମି ଓ ତାଙ୍କ ପତ୍ନୀ ନସରିନଙ୍କର ।
ଆଜିକା ଦିନରେ ଯେଉଁଠି ଟିକେ ଟିକେ କଥାରେ ସମ୍ପର୍କ ଭାଙ୍ଗିଯାଉଛି, ସେଇ ସମାଜରେ ଏଭଳି କିଛି ଲୋକ ବି ଅଛନ୍ତି ଯିଏ ରୋଗବ୍ୟାଧୀ, ଯନ୍ତ୍ରଣା , ଏପରିକି ମୃତ୍ୟର ଯାଏଁ ଯାତ୍ରାରେ ନିଜ ଜୀବନସାଥୀର ହାତ ଧରି ଚାଲିବାକୁ ନିଷ୍ପତ୍ତି ନିଅନ୍ତି । ସେଇଥିପାଇଁ ଏମାନଙ୍କୁ ସାରା ଦୁନିଆ କହେ, Actually, this is real Love, real relationship and real humans’ ।
ସାରିବ୍ ହାସମି , ଯାହାଙ୍କୁ ଆପଣ ମୁଭି ’ଫ୍ୟାମିଲି ମ୍ୟାନ୍’ ଭଳି ୱେବ୍ ସିରିଜରେ ଦେଖିଥିବେ , ସବୁବେଳେ ହସୁଥିବା ଆଉ ହସାଉଥିବା ଆକ୍ଟର,– ହେଲେ କ୍ୟାମେରା ପଛରେ ଦୀର୍ଘ ଦିନ ହେବ ନିଜ ଜୀବନ ସହ ଏକ ବଡ଼ ଲଢ଼େଇ ଲଢ଼ିଆସୁଛନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ ସାରିବ୍ ହାସିବ କହିଛନ୍ତି, ତାଙ୍କ ପତ୍ନୀଙ୍କ କ୍ୟାନ୍ସର ଷଷ୍ଠ ଥର ପାଇଁ ପୁଣି ଫେରିଛି । ଟିକେ ଚିନ୍ତା କଲେ… ଥରେ କି ଦିଥର ନୁହେଁ ୬ଥର । କିଛି ଲୋକ ତ ପ୍ରଥମରୁ ହିଁ କ୍ୟାନ୍ସର ନାଁ ଶୁଣିଲେ ଭାଙ୍ଗିପଡ଼ନ୍ତି । କିନ୍ତୁ ସାରିବ ଆଜି ବି ପତ୍ନୀ ନସରିଙ୍କ ହାତ ସେତିକି ମଜବୁତ୍ ଭାବେ ଧରିଛନ୍ତି, ଯେମିତି ପ୍ରେମର ଆରମ୍ଭରେ ଥିଲା । ସରିବ୍ କହିଛନ୍ତି, ଯେତେଥର ପତ୍ନୀଙ୍କ କ୍ୟାନ୍ସର ଫେରିଛି ସେ ଭିତରୁ ଡରିଯାଆନ୍ତି, କାନ୍ଦନ୍ତି ହେଲେ ନିଜ ପତ୍ନୀଙ୍କ ଆଗରେ ପୂରା ସାହାସର ସହ ଛିଡ଼ା ହୁଅନ୍ତି । ତାଙ୍କୁ ସାହାସ ଦିଅନ୍ତି । କାରଣ ସେ ଭଲଭାବେ ଜାଣିଛନ୍ତି ଯଦି ସେ ନିଜେ ଭାଙ୍ଗିପଡ଼ିବେ ତାହାଲେ ନସରିନ୍ ବି ଭାଙ୍ଗିପଡ଼ିବେ ।
ସରିବ୍ ଓ ନସରିନଙ୍କ ଲଭ୍ ଷ୍ଟୋରି କୌଣସି ଫିଲ୍ମି ଗ୍ଲାମର କାହାଣୀ ଭଳି ନୁହେଁ ବରଂ ଏକ ମଧ୍ୟବିତ୍ତ ପ୍ୟୁର ଏବଂ ସରଳ ସମ୍ପର୍କ । କିନ୍ତୁ ଏ ସମ୍ପର୍କ ପବିତ୍ରତାର , ନିଃସ୍ବାର୍ଥର । ସାରିବଙ୍କ ସହ ନସରିନଙ୍କ ବିବାହ ୨୦୦୩ ଡିସେମ୍ବର ୨୭ ତାରିଖରେ ହୋଇଥିଲା । ବେଶ୍ ଭଲରେ ଚାଲିଥିଲା ଜୀବନ । ଦୁହିଁଙ୍କର ଦୁଇ ପୁଅ, ଝିଅ ଅଛନ୍ତି । ହେଲେ ୨୦୧୮ ରେ ପତ୍ନୀ ନସରିନ୍ ମୁଖ କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ସରିବଙ୍କ ମୁ୍ଣ୍ଡରେ ଚଡ଼କ ପଡ଼ିଥିଲା, କିନ୍ତୁ ନିଜ ସାହାସ ଓ ଧୈର୍ଯ୍ୟକୁ ପୁଣି ସାଉଁଟି ନେଇଥିଲେ ସରିବ୍ ଏବଂ ବଞ୍ଚିଥିବା ଯାଏଁ ନସରିନଙ୍କ ସହ ମିଶି ଏ ବିପଦକୁ ସାମ୍ନା କରିବେ ବୋଲି ନିଷ୍ପତ୍ତି ନେଲେ । ଗତ ୯ ବର୍ଷ ହେଲା ପତ୍ନୀଙ୍କୁ କ୍ୟାନ୍ସରରୁ ମୁକୁଳାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ୫ ପାଞ୍ଚ ଥର ସର୍ଜରି ପରେ ବି ପୁଣି ଥରେ ନସରିନଙ୍କ ମାଉଥ୍ କ୍ୟାନ୍ସର ଫେରିଥିବାରୁ ଏଥର ବି ଏହାକୁ ହରେଇବାକୁ ଚେଷ୍ଟା ଚଳାଇଛନ୍ତି ସରିବ୍ ।
ଅଧିକ ପଢ଼ନ୍ତୁ: ସ୍ବାମୀ ପାଇଁ ଗୁହାରି ପଡ଼ିଛି ଏ ସାବିତ୍ରୀ ; କାନିପାତି ମାଗୁଛି ଶଂଖା, ସିନ୍ଦୂରର ଆୟୁଷ
ପୂର୍ବରୁ ଆପଣ ନେପାଳର ସ୍ରିଜନା ସୁବେଦୀ ଏବଂ ବିବେକ ପାଙ୍ଗେନିଙ୍କ ଲଭ୍ ଷ୍ଟୋରି ଦେଖିଥିବେ, ଶୁଣିଥିବେ । କ୍ୟାନ୍ସର ସହ ସ୍ବାମୀ ବିବେକ ଲଢ଼ୁଥିବାବେଳେ ସ୍ବାମୀ ବିବେକଙ୍କ ପାଖ ଛାଡ଼ିନଥିଲେ ସ୍ରିଜନା । ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ସହ ଛାଇ ଭଳି ରହିଥିଲେ । ଆଉ ଏବେ ସରିବ ଓ ନସରିନଙ୍କ କାହାଣୀ ସମସ୍ତଙ୍କୁ ଭାବବିହ୍ବଳ କରିଛି । ବଲିଉଡରେ ଶାହାରୁଖ ଖାନଙ୍କ ସହ ଡେବ୍ୟୁ କରିବାଠାରୁ ମନୋଜ ବାଜପେୟୀଙ୍କ ସହ ରିୟଲ ମ୍ୟାନରେ ଜେକେ ତଲପଡ଼େ ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଟିଥିବା ସରିବ୍ ହାସିମ୍ ପ୍ରକୃତରେ ଲୋକଙ୍କଠାରୁ ଖୁବ୍ ପ୍ରଶଂସା ପାଉଛନ୍ତି ନିଜ ଧୈର୍ଯ୍ୟ ଆଉ ପ୍ରତିଶଅତି ପାଇଁ । ସ୍ରିଜନା , ବିବେକଙ୍କ କଥା ହେଉ ବା ସରିବ- ନସରିନଙ୍କ କାହାଣୀ ହେଉ ଉଭୟ କାହାଣୀ କହୁଛି ପ୍ରେମ ଖାଲି ହାପି ଫଟୋ, ଗିଫ୍ଟ କି ହନିମୁନ୍ ନୁହେଁ ବରଂ ଜୀବନର ଶେଷ ଯାଏଁ ସାଥୀରେ ଚାଲିବା, ଆଉ ସମସ୍ୟାରେ ସାଙ୍ଗରେ ଛିଡ଼ା ହେବା।
English 









































































































































































































































































































































































































































































































































































































































































































































































































































































































