କିଏ ଏହି ‘ମିଷ୍ଟ୍ରି ମ୍ୟାନ୍’ ? ରାମାୟଣରେ ଆସିଥିଲେ ନଜର,୩୦ ବର୍ଷ ପରେ ହେଉଛି ଚର୍ଚ୍ଚା

୧୯୮୭ ମସିହା, ଦୂରଦର୍ଶନର ଯୁଗ
କନକ ବ୍ୟୁରୋ : ରବିବାର ଘଣ୍ଟାରେ ୧୦ ଟା ବାଜିଗଲେ ଯିଏ ଯୁଆଡ଼େ ଥାଉ ନା କାହିଁକି କାମଧନ୍ଦା,ଖେଳକୁଦ ଛାଡ଼ି ବସି ଯାଉଥିଲେ ଟିଭି ଆଗରେ । ସେତେବେଳେ ତ ସମସ୍ତଙ୍କ ଘରେ ଟିଭି ନଥିଲା;ପାଖ ପଡ଼ିଶା ଯେଉଁଠି ସୁବିଧା ମିଳିଲା ସବୁ ଧାଉଁଥିଲେ ଏକାଠି ବସି ଟେଲିଭିଜନର ଗୋଟିଏ ଧାରାବାହିକକୁ ଦେଖିବା ପାଇଁ । ଧାରାବାହିକର ଏତେ କ୍ରେଜ୍ ଶୁଣି ଆପଣ ନିହାତି ଅନୁମାନ ଲଗାଇ ସାରିଥିବେ ଯେ ସେହି ସିରିଏଲଟିର ନାଁ କ’ଣ ହୋଇଥିବ । ଆଜ୍ଞା ହଁ ଆମେ କହୁଛୁ ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ଧାରାବାହିକ ‘ରାମାୟଣ’ ବିଷୟରେ । ସେହି ସମୟରେ ଟେକ୍ନୋଲଜିର ଏତେ ସୁବିଧା ନଥିଲେ ମଧ୍ୟ ରାମାୟଣର ଲେଖନୀ,ଅଭିନୟ,ନିର୍ଦ୍ଦେଶନା ଏତେ ଉଚ୍ଚକୋଟିର ଥିଲା ଯେ ବର୍ତ୍ତମାନର ହାଇ-ବଜେଟ୍ ସିନେମା ହେଉ କି ଧାରାବାହିକ କିଛି ବି ସେହି ସମୟର ଲୋକପ୍ରିୟ ରାମାୟଣକୁ ମାତ୍ ଦେଇପାରୁନାହାନ୍ତି । ବୋଧହୁଏ ଓଲ୍ଡ ଇଜ୍ ଗୋଲ୍ଡ ଲେଖଟି ରାମାନନ୍ଦ ସାଗରଙ୍କ ରାମାୟଣ ପାଇଁ ହିଁ ଯଥାର୍ଥ ।
ଆଗକୁ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀ ହେଲେ ବିଜୟ ; ମନର କଥା କହିଦେଲେ ତ୍ରିଶା ! ଇନଷ୍ଟାଗ୍ରାମରେ ଖୁଲମ୍-ଖୁଲା ପ୍ୟାର୍
ତେବେ ଆପଣ ଭାବୁଥିବେ ଆମେ ଆଜି ରାମାୟଣ କଥା କାହିଁକି କହୁଛୁ , ଆଗରୁ ଆମେ ଆପଣଙ୍କୁ ରାମାୟଣର ପ୍ରତିଟି କଳାକାରଙ୍କ ବିଷୟରେ ସବିଶେଷ ସୂଚନା ଦେଇଥିଲେ ହେଁ ଆଜି ଜଣେ ଏମିତି କଳାକାରଙ୍କ କଥା କହିବୁ ଯାହାଙ୍କ ବିନା ରାମାୟଣ ଧାରାବାହିକ ଅଧୁରା । ଆପଣ ଯଦି ସିରିଏଲଟିକୁ ସମ୍ପୂର୍ଣ୍ଣ ଦେଖିଥିବେ ତା’ହେଲେ କେବେ ଧ୍ୟାନ ଦେଇଥିବେ ଯେ ପ୍ରଭୁ ରାମଙ୍କ ବନବାସ ଠାରୁ ଆରମ୍ଭ କରି ରାବଣ ବଧ ପର୍ଯ୍ୟନ୍ତ ଏମିତି ଏକ ଚେହେରା ଥିଲା ଯିଏ ପ୍ରତି ମୋଡ଼ରେ ଆପଣଙ୍କ ସାମ୍ନାକୁ ଆସୁଥିଲା । କେତେବେଳେ ସେ ବାନର ସେନାରେ ଜୟ ଜୟକାର କରୁଥିଲା ତ ଆଉ କେତେବେଳେ ସମୁଦ୍ର ଦେବତା ସାଜି ପ୍ରଭୁଙ୍କୁ ବାଟ ଦେଖାଉଥିଲା । ଏହି ମଲ୍ଟି କ୍ୟାରେକ୍ଟର ରାକ୍ଷସ ସାଜି ଯୁଦ୍ଧ ବି କରୁଥିଲା। ଲକଡାଉନ୍ ସମୟରେ ଯେତେବେଳେ ରାମାୟଣର ପୁନଃ ପ୍ରସାରଣ ହେଲା, ସେତେବେଳେ ସୋସିଆଲ ମିଡିଆରେ ଏହି ‘ମିଷ୍ଟ୍ରି ମ୍ୟାନ୍’କୁ ନେଇ ମିମ୍ସର ବନ୍ୟା ଆସିଗଲା। ସମସ୍ତେ ପଚାରିଲେ କିଏ ଏହି ବ୍ୟକ୍ତି, ଯିଏ ସବୁ ଦୃଶ୍ୟରେ ଦେଖାଯାଉଛନ୍ତି? ଆଜି ଆମେ ସେହି ଅଦୃଶ୍ୟ କଳାକାରଙ୍କ ସଂଘର୍ଷର କାହାଣୀ କହିବୁ ଯାହା କୌଣସି ଫିଲ୍ମର ସ୍କ୍ରିପ୍ଟ ଠାରୁ କିଛି କମ୍ ନୁହେଁ।
ଆଗକୁ ପଢ଼ନ୍ତୁ : ୨୦୨୬ ର ଚର୍ଚ୍ଚିତ ଛାଡ଼ପତ୍ର : ବଲିଉଡରୁ ନେଇ ଟିଭି ପର୍ଯ୍ୟନ୍ତ, ଅଲଗା ହେଲେ ଏହି ଦମ୍ପତି
ଏହି ମଲ୍ଟି କ୍ୟାରେକ୍ଟର ଭୂମିକାରେ ଆସିଥିବା କଳାକାର ହେଉଛନ୍ତି ଅସଲମ୍ ଖାନ୍। ସେ ଉତ୍ତରପ୍ରଦେଶର ଝାନ୍ସିର ବାସିନ୍ଦା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାମାୟଣର କ୍ରେଡିଟ୍ସରେ ବି ତାଙ୍କୁ ସେହି ସ୍ଥାନ ମିଳିନଥିଲା, କିନ୍ତୁ ସେ ଏହି ଶୋ’ରେ ଏତେ ଚରିତ୍ରରେ ଅଭିନୟ କରିଥିଲେ ଯେ ଆଜି ଲୋକେ ତାଙ୍କୁ ‘ରାମାୟଣର ବହୁରୂପୀ ମଣିଷ’ ବୋଲି ଜାଣୁଛନ୍ତି । ଅସଲମ୍ ଖାନ୍ଙ୍କ ପ୍ରତିଭାର ଅନ୍ଦାଜ ଏହି କଥାରୁ ଲଗାଯାଇପାରେ ଯେ ସେ ଗୋଟିଏ ଶୋ’ରେ ଦଶରୁ ଅଧିକ ଗେଟ୍ଅପ୍ରେ କାମ କରିଥିଲେ । ଯେମିତିକି ଯେତେବେଳେ ପ୍ରଭୁ ରାମ ଲଙ୍କା ଯିବାକୁ ସମୁଦ୍ରକୁ ବାଟ ମାଗନ୍ତି ସେତେବେଳେ ପ୍ରକଟ ହୋଇଥିବା ସମୁଦ୍ର ଦେବ ଆଉ କେହି ନୁହଁନ୍ତି, ସେ ଥିଲେ ଅସଲମ୍ ଖାନ୍। ସେ କେତେବେଳେ କେଉଟ ସହ ନଜର ଆସିଲେ ତ କେତେବେଳେ ସୁଗ୍ରୀବଙ୍କ ବାନର ସେନାର ବୀର ଯୋଦ୍ଧା ସାଜିଥିଲେ । ପୁଣି କେତେବେଳେ ଜଟାଧାରୀ ଋଷି ତ କେତେବେଳେ ରାବଣର ଭୟଙ୍କର ରାକ୍ଷସ। ସବୁଠାରୁ ବଡ଼ କଥା ହେଉଛି,କିଛି ଲଙ୍ଗ୍ ସଟ୍ରେ ସେ ସ୍ୱୟଂ ପ୍ରଭୁ ରାମ ଅର୍ଥାତ୍ ଅରୁଣ ଗୋଭିଲଙ୍କ ‘ବଡି ଡବଲ୍’ ଭୂମିକା ମଧ୍ୟ ନିଭାଇଥିଲେ। ରାମାୟଣରେ ପ୍ରତିଟି ସଟରେ ନଜର ଆସିଥିବା ଅସଲମ୍ଙ୍କ କାହାଣୀର ଶେଷ କିନ୍ତୁ ସୁଖଦ ନଥିଲା। ଆକାଉଣ୍ଟାଣ୍ଟ ଚାକିରି ଛାଡ଼ି ମାୟାନଗରୀ ମୁମ୍ବାଇ ଆସିଥିବା ଅସଲମ୍ ଏତେ ବଡ଼ ସୁପରହିଟ୍ ଶୋ’ର ଅଂଶ ହୋଇ ମଧ୍ୟ ଇଣ୍ଡଷ୍ଟ୍ରି ତାଙ୍କୁ ଧୀରେ ଧୀରେ ଭୁଲିଗଲା। କାମ ନମିଳିବାରୁ ଆର୍ଥିକ ଅନାଟନ ଦେଖାଦେଲା ଏବଂ ଶେଷରେ ସେ ହାର୍ ମାନି ନିଜ ଗାଁ ଝାନ୍ସିକୁ ଫେରି ଯାଇଥିଲେ ।
ଲକଡାଉନ୍ ସମୟରେ ଯେତେବେଳେ ତାଙ୍କ ପୁଅ ତାଙ୍କୁ ସୂଚନା ଦେଲେ ଯେ ସାରା ଦୁନିଆ ତାଙ୍କୁ ଇଣ୍ଟରନେଟ୍ରେ ଖୋଜୁଛି, ସେତେବେଳେ ବୃଦ୍ଧ ଅସଲମ୍ଙ୍କ ଆଖିରେ ଲୁହ ଆସିଯାଇଥିଲା। ସେ କହିଥିଲେ,”ମୁଁ ଖୁସି ଯେ ମରିବା ପୂର୍ବରୁ ଦୁନିଆ ମୋ କାମକୁ ଚିହ୍ନିଲା,ଆଉ ସେଥିପାଇଁ ୩୦ ବର୍ଷ ସମୟ ଲାଗିଗଲା ।” ଅସଲମ୍ଙ୍କ ଏହି କାହାଣୀ ସେହି ହଜାର ହଜାର କଳାକାରଙ୍କ କାହାଣୀ ଯେଉଁମାନେ ସିନେମାର ମୂଳଦୁଆ ସାଜନ୍ତି କିନ୍ତୁ ସବୁ ଶ୍ରେୟ ଷ୍ଟାରମାନେ ନେଇଯାଆନ୍ତି ।
English 




















































































































































































































































































































































































































































































































































































































































































































































































































































