#Local

ସୃଷ୍ଟି ହେଉଛି ଲାଭ ଦୃଷ୍ଟି ରାଜଯୋଗ,୪ ରାଶି ପାଇଁ ଭାରି ଶୁଭ; ଟଙ୍କାରେ ଖେଳିବେ ଏହି ରାଶି

କନକ ବ୍ୟୁରୋ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କର ଚଳନ ମନୁଷ୍ୟ ଜୀବନରେ ଗଭୀର ପ୍ରଭାବ ପକାଇଥାଏ। ଚଳିତ ବର୍ଷ ଜୁନ୍ ମାସର ଶେଷ ଭାଗରେ ଏକ ବିଶେଷ ଗ୍ରହ ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୨୯ ଜୁନ୍ରେ ମଙ୍ଗଳ ଏବଂ ଗୁରୁ ମିଶି ଏକ ନିର୍ଦ୍ଦିଷ୍ଟ କୋଣରେ ଅବସ୍ଥାନ କରି ‘ଲାଭ ଦୃଷ୍ଟି ରାଜଯୋଗ’ ସୃଷ୍ଟି କରିବେ । ଯେତେବେଳେ ମଙ୍ଗଳ ଏବଂ ଗୁରୁ ପରସ୍ପରଠାରୁ ପ୍ରାୟ ୬୦ ଡିଗ୍ରି କୋଣରେ ରହନ୍ତି, ସେତେବେଳେ ଏହି ଶୁଭ ଯୋଗ ସୃଷ୍ଟି ହୁଏ । ଏହି ସମୟରେ ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥିତି ସଦୃଢ଼ ହୋଇଥାଏ। ଖାସ୍ କରି ଚାରୋଟି ରାଶି ପାଇଁ ଏହି ସମୟ ବରଦାନ ସଦୃଶ ହେବ । ତେବେ ଏହି ରାଶିଗୁଡ଼ିକ କ’ଣ କ’ଣ ଆସନ୍ତୁ ଦେଖିବା । 

ଆଗକୁ ପଢ଼ନ୍ତୁ : ଧନଦେବୀଙ୍କ ପ୍ରିୟ ଦିଗ : ଘରର ଏହି ଦିଗରେ ରଖନ୍ତୁ ସୁନା;ବର୍ଷିବ ଟଙ୍କା,ଲକରରେ ବଢ଼ିବ ସୁନା !

ବୃଷ : 

ଏହି ରାଜଯୋଗ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ସକରାତ୍ମକ ରହିବ । ଆୟ ବୃଦ୍ଧିର ସଙ୍କେତ ମିଳୁଛି । ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି, ତେବେ ସମୟ ଅନୁକୂଳ ରହିବ । ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହେବ ।

କର୍କଟ : 

କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ନୂତନ ଆରମ୍ଭର ସମୟ । କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ଉନ୍ନତି ଦେଖାଦେବ । ପରିବାରରେ ଶାନ୍ତିର ବାତାବରଣ ରହିବା ସହ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଆପଣ ଅଧିକ ସୁରକ୍ଷିତ ଅନୁଭବ କରିବେ ।

ବିଛା : 

ଏହି ଯୋଗ ବିଛା ରାଶିର ଜାତକଙ୍କ ପାଇଁ ପ୍ରଗତିର ଦ୍ୱାର ଖୋଲିଦେବ । ଚାକିରି କିମ୍ବା ବ୍ୟବସାୟରେ ନୂତନ ସୁଯୋଗ ପ୍ରାପ୍ତ ହେବ । ଇନଭେଷ୍ଟମେଣ୍ଟରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି । ଜୁନ୍ ଶେଷ ସୁଦ୍ଧା ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ।

ମକର : 

ମକର ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ସମୟ ଶୁଭ ରହିବ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ବଡ଼ ସଫଳତା ମିଳିପାରେ । ବୈବାହିକ ଜୀବନରେ ମଧୁରତା ଆସିବ ଏବଂ ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସମାଜରେ ପ୍ରଶଂସା କରାଯିବ ।

Leave a comment

Your email address will not be published. Required fields are marked *