ଚୁଟି ଝଡିବା ସମସ୍ୟା ଭୋଗୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ …..

କନକବ୍ୟୁରୋ : ଚୁଟି ଝଡିବା ଏବେ ସମସ୍ତଙ୍କ କ୍ଷେଚ୍ରରେ ଦେଖାଦେଉଛି । ପିଲା ହେଉ କି ବୁଢା ସବୁଠି ସମାନ ଅବସ୍ଥା , କେହି କେହି ତ ଚନ୍ଦା ହେଉଯାଉଥିବା ଦେଖାଦେଇଛି । ଅନେକ ଲୋକ ମହଙ୍ଗା ଶ୍ୟାମ୍ପୁ, ସିରମ୍ ଓ ଟ୍ରିଟମେଣ୍ଟ ଉପରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଆଶା କରିଥିବା ଫଳ ମିଳୁନାହିଁ । ଏହି ପରିସ୍ଥିତିରେ ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ କିଛି ସହଜ ଘରୋଇ ଉପାୟ ସେୟାର କରିଛନ୍ତି, ଯାହା ଚୁଟି ଝଡିବା ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରେ ।
ଏ ନେଇ ସେ କହିଛନ୍ତି ଚୁଟି ବଢ଼ାଇବା ପାଇଁ ଘର ଥିବା ସାମଗ୍ରୀ ହିଁ ଆମ ପାଇଁ ଉପଯୋଗୀ ହୋଇପାରେ । ଯାହା କି ଆମ ଚୁଟି ଝଡିବା ସମସ୍ୟାକୁ ଦୂରେଇପାରିବ । ସେ ସାମଗ୍ରୀ ହେଉଛି ପିଆଜ , ଯାହା ଆଗରୁ ମଧ୍ୟ ସମସ୍ତେ ଚୁଟି ରେ ଲଗାଉଥିଲେ । କିନ୍ତୁ ତାହା କେତେବେଳେ କେଉଁ ସମୟରେ ଲଗାଇବେ ତାହା ର ଟ୍ରୀକ୍ ଜଣାଇଛନ୍ତି ,ଖାଲି ଏତିକି ନୁହେଁ ତାହା ଆମ ଶରୀର ର ରକ୍ତ ସଂଚାଳନ ମଧ୍ୟ ଠିକ୍ କରିଥାଏ । ଏଥିସହ ଚୁଟି ଝଡିବା ସମସ୍ୟା ସହ ଚୁଟି ମୂଳ ମଧ୍ୟ ଠିକ୍ କରିଥାଏ । ଖାଲି ଏତିକି ନୁହେଁ ସୋରିଷ ତେଲ ର ବ୍ୟବହାର ଚୁଟିରେ କରିବା ତାହା ସମ୍ପର୍କରେ ମଧ୍ୟ କହିଛନ୍ତି । ସୋରିଷ ତେଲ ଚୁଟି କୁ ନରମ କରିବା ସହ ଚୁଟି ମୂଳ ଷ୍ଟ୍ରଙ୍ଗ୍ କରିଥାଏ ।
ଏହା ସହିତ ଭଲ ଖାଦ୍ୟ ଅଭ୍ୟାସ ମଧ୍ୟ ଅତ୍ୟନ୍ତ ଦରକାର । ପ୍ରୋଟିନ୍, ଭିଟାମିନ୍ ଓ ଆୟରନ୍ ଥିବା ଖାଦ୍ୟ ଚୁଟିର ଗ୍ରୋଥ୍କୁ ସାହାଯ୍ୟ କରେ । ପର୍ଯ୍ୟାପ୍ତ ପାଣି ପିଇବା ଏବଂ ଚିନ୍ତା ମୁକ୍ତ ରହିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଦରକାର । କେବଳ ବାହାରୁ ତେଲ ଲଗାଇଲେ ହେବ ନାହିଁ, ଶରୀରକୁ ଭିତରୁ ପୋଷଣ ମିଳିବା ଆବଶ୍ୟକ ।
English 















































































































































































































































































































































