#Local

ରାଜଧାନୀରେ ତେଲ ସଂକଟ ସ୍ଥିତିରେ ସୁଧାର , ପେଟ୍ରୋଲ ପମ୍ପରେ କମିଲା ଭିଡ଼

କନକ ବ୍ୟୁରୋ : ରାଜଧାନୀରେ ତେଲ ସଂକଟ ସ୍ଥିତିରେ ସୁଧାର ଆସୁଛି । ଦୁଇ ଦିନର ଭିଡ଼ ପରେ ବିଭିନ୍ନ ପେଟ୍ରୋଲ ପମ୍ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ତେଲ ଟାଙ୍କିରେ ଆଜି ସନ୍ଧ୍ୟାରୁ ସ୍ୱାଭାବିକ ଭିଡ଼ ଦେଖିବାକୁ ମିଳିଛି । ପୂର୍ବରୁ ସୀମିତ ତେଲ ମିଳିବା ନେଇ ଗ୍ରାହକଙ୍କ ମନରେ ଶଙ୍କା ପଶିଥିଲା । ଏବେ ସେହି ଭୟ ତୁଟିଛି । ଗାଡ଼ି ନେଇ ପେଟ୍ରୋଲ ପମ୍ପରେ ଯିଏ ଯେତିକି ତେଲ ମାଗିଲେ, ସେତିକି ତେଲ ମିଳୁଛି । ତେଲ ସଂକଟ ଆଗକୁ ଭୟଙ୍କର ରୁପ ନେବ ବୋଲି ଲୋକଙ୍କ ମନରେ ବସା ବାନ୍ଧିଥିବା ଭୟ ବି ତୁଟିଛି ।

ଅଧିକ ପଢ଼ନ୍ତୁ : ସିଏମ୍ ହେଉ ହେଉ ମୋଦୀଙ୍କୁ ଘେରିଲେ ବିଜୟ, ତେଲ ଦରକୁ ନେଇ କହିଦେଲେ ଏମିତି

ଗୁଜବ ପ୍ରଚାର ଯୋଗୁଁ ରାଜଧାନୀର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଗତ ଦୁଇ ଦିନ ହେଲା ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ଯୋଗାଣ ମନ୍ତ୍ରୀ ଓ ଆଇଓସିଏଲଙ୍କ ମଧ୍ୟରେ ବୈଠକ ପରେ ରାଜ୍ୟରେ ପର୍ଯ୍ୟାପ୍ତ ତେଲ ମହଜୁଦ ଥିବା ନେଇ ପ୍ରତିଶ୍ରୁତି ଦେଇଥିଲେ ସରକାର । ଏହାପରେ ଆଇଓସିଏଲ ମଧ୍ୟ ସୋମବାର ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସ୍ଥିତିରେ ସୁଧାର ଆସୁଛି ।  

Leave a comment

Your email address will not be published. Required fields are marked *