#Local

ଆମେରିକା ହାତରେ ଲାଗିଛି ୪ଟି ପ୍ରଜାତିର ଏଲିଅନ୍ ; ଚାଞ୍ଚଲ୍ୟକର ଦାବି କଲେ ଆମେରିକାର ଜଣେ ବିଶିଷ୍ଟ ବୈଜ୍ଞାନିକ ।

କନକ ବ୍ୟୁରୋ: ଏଲିଅନ ରହସ୍ୟକୁ ନେଇ ବଡ଼ ଖୁଲାସା । ଆମେରିକା ହାତରେ ଲାଗିଛି ୪ଟି ପ୍ରଜାତିର ଏଲିଏନ୍ । ଅଜଣା ଉଡ଼ନ୍ତା ବସ୍ତୁ ବା ୟୁଏଫ୍‌ଓରୁ ଉଦ୍ଧାର ହୋଇଛନ୍ତି ପରଗ୍ରହୀ ଜୀବ । ଆମେରିକା ୟୁଏଫ୍‌ଓ ସଂପର୍କିତ ଦସ୍ତାବିଜ ସାର୍ବଜନୀନ କରିବା ପରେ ଏହାକୁ ନେଇ ଚର୍ଚ୍ଚା ନଥମୁଣୁ, ଏଭଳି ଚାଞ୍ଚଲ୍ୟକର ଦାବି କରିଛନ୍ତି ଆମେରିକାର ଜଣେ ବିଶିଷ୍ଟ ବୈଜ୍ଞାନିକ । ଏଲିଏନ୍ କେମିତି ଦିଶନ୍ତି, ସେ ତାର ବର୍ଣ୍ଣନା ବି କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ ।… 
          ଆମେରିକା ହାତରେ ୪ଟି ପ୍ରଜାତିର ଏଲିଏନ!
          କିଏ ମଣିଷ ଭଳି, କିଏ କୀଟ ଓ ସରୀସୃପ ଭଳି!
          ଅନ୍ୟଗ୍ରହର ଜୀବଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା
ୟୁଏଫ୍‌ଓ ବା ଉଡ଼ନ୍ତା ଥାଳିଆ । ଏହାର ଧ୍ୱଂସାବଶେଷରୁ ଏବେ ସୁଦ୍ଧା ୪ଟି ଭିନ୍ନ ଭିନ୍ନ ପ୍ରଜାତିର ଏଲିଅନ ବା ଅନ୍ୟ ଗ୍ରହର ଜୀବଙ୍କୁ ଉଦ୍ଧାର କରିଛି ଆମେରିକା । ଏହା କୌଣସି ସିନେମାର କାଳ୍ପନିକ କାହାଣୀ ନୁହେଁ, ଏହି ଦାବି କରିଛନ୍ତି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ସହ ଜଡ଼ିତ ଜଣେ ବିଶିଷ୍ଟ ବୈଜ୍ଞାନିକ । ଆଡ୍‌ଭାନ୍ସଡ ଏରୋସ୍ପେଶ୍ ୱିପନ୍ ସିଷ୍ଟମ୍ ଆପ୍ଲିକେସନ୍‌ ପ୍ରୋଗ୍ରାମ୍‌ର ପୂର୍ବତନ ପରାମର୍ଶଦାତା ଡକ୍ଟର ହାଲ୍‌ ଫୁଟହଫ୍ । ତାଙ୍କ କହିବା ଅନୁସାରେ, ଏବେ ସୁଦ୍ଧା ୪ଟି ପ୍ରଜାତିର ଏଲିଏନ୍‌ଙ୍କ ସନ୍ଧାନ ପାଇଛି ଆମେରିକା । ସେଗୁଡ଼ିକ ହେଲା- ଗ୍ରେଜ୍‌, ନୋର୍ଡିକ୍ସ, ଇନ୍‌ସେକ୍ଟୋଏଡ୍‌ସ ଓ ରେପ୍ଟିଲିଆନ୍‌ସ । ଏହି ସମସ୍ତ ପ୍ରଜାତିର ମଣିଷ ଭଳି ୨ଟି ଲେଖାଏଁ ହାତ ଓ ଗୋଡ଼ ରହିଛି । ସେମାନେ ୨ଟି ଗୋଡ଼ରେ ଚାଲନ୍ତି । ନୋର୍ଡିକ୍ସ ଏବଂ ରେପ୍ଟିଲିଆନ୍ସ ଏଲିଏନ୍‌ର ଉଚ୍ଚତା ପ୍ରାୟ ୬ ଫୁଟ୍ । ନୋର୍ଡିକ୍ସ ଉତ୍ତର ୟୁରୋପୀୟଙ୍କ ଭଳି ଦେଖାଯାଆନ୍ତି । ରେପ୍ଟିଲିଆନ୍‌ସଙ୍କର ସରୀସୃପ ଭଳି କାତିଯୁକ୍ତ ଚର୍ମ ଓ ଲମ୍ୱା ଲାଞ୍ଜ ରହିଛି । ଗ୍ରେଜ୍‌ ପ୍ରଜାତି ଆକାରରେ ଛୋଟ, ଆଖି ବଡ଼ ଏବଂ ଲୋମହୀନ । ଇନ୍‌ସେକ୍ଟୋଏଡ୍‌ସ ଏଲିଏନଗୁଡ଼ିକ ଦେଖିବାକୁ କୀଟ-ମାନବ ବା ଅଳ୍ପ ବହୁତ ଝିଣ୍ଟିକା ଭଳି । ଏକ ପଡ୍‌କାଷ୍ଟରେ ଭାଗ ନେଇ ଡକ୍ଟର ଫୁଟହଫ୍‌ ଏହି ଦାବି କରିଛନ୍ତି । ଏଲିଅନ ପୃଥିବୀର ସବୁଠୁ ବଡ଼ ରହସ୍ୟ ମଧ୍ୟରୁ ଗୋଟିଏ । ଏହାକୁ ନେଇ କାଳ କାଳରୁ କାହାଣୀ ଓ ସିନେମା ଆଦି ତିଆରି ହୋଇଥିବା ବେଳେ, ଫୁଟହଫ୍‌ଙ୍କ ଦାବି କେତେ ସତ, କେତେ ମିଛ, ତାହା ଆଗାମୀ ସମୟ ହିଁ କହିବ । 

 

ଆମେରିକା ହାତରେ ଲାଗିଛି ୪ଟି ପ୍ରଜାତିର ଏଲିଅନ୍ ;  ଚାଞ୍ଚଲ୍ୟକର ଦାବି କଲେ ଆମେରିକାର ଜଣେ ବିଶିଷ୍ଟ ବୈଜ୍ଞାନିକ ।

IPL 2026: Shreyas Iyer’s sister brutally trolled

ଆମେରିକା ହାତରେ ଲାଗିଛି ୪ଟି ପ୍ରଜାତିର ଏଲିଅନ୍ ;  ଚାଞ୍ଚଲ୍ୟକର ଦାବି କଲେ ଆମେରିକାର ଜଣେ ବିଶିଷ୍ଟ ବୈଜ୍ଞାନିକ ।

Alone or Lonely? Salman Khan’s cryptic post

Leave a comment

Your email address will not be published. Required fields are marked *