#Local

ଅନ୍ୟ ଜାତିରେ ବିବାହ ପରେ ୮ ପରିବାର କୂଳରୁ ବାସନ୍ଦ ଅଭିଯୋଗ

କନକ ବ୍ୟୁରୋ : ଅନ୍ୟ ଜାତିରେ ବାହା ହେଲେ ବୋଲି କୂଳରୁ ହେଲେ ବାସନ୍ଦ । ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ଗୁଡ଼ାରୀରେ ଅନୁଷ୍ଠିତ ହୋଇଥିବା ରାୟଗଡ଼ା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗୁଣପୁର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପଦ୍ମପୁର ଅଂଚଳର କୂଳରୁ ବାସନ୍ଦ ହୋଇଥିବା ୮ଟି ପରିବାର ।

ଅଧିକ ପଢ଼ନ୍ତୁ : କଣାସରେ କଙ୍ଗାରୁ କୋର୍ଟର କରୁଣ ପରଣତି , ସାମାଜିକ ବାସନ୍ଦ କରି ଘର ଆଗରେ ପକେଇଲେ ପଥର ପାଚେରୀ

ରାୟଗଡ଼ା ଜିଲ୍ଲା ପଦ୍ମପୁର ଗାଁର କିଛି ତେଲି ସମ୍ପ୍ରଦାୟର ପରିବାର ଗୁଡ଼ାରୀ ବ୍ଲକରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ କୂଳରୁ ବାସନ୍ଦ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ବାସନ୍ଦ ହୋଇଥିବା ପରିବାରଙ୍କ ସହ ଅନ୍ୟ ସମ୍ପର୍କୀୟ ସମ୍ପର୍କ ରଖିଲେ କୂଳରୁ ବାସନ୍ଦ ହେବାର ଭୟ ଦେଖାଯାଉଛି । ଏମିତିକି ଗାଁର କିଛି ସାମାଜିକ କାର୍ଯ୍ୟକ୍ରମ କିମ୍ବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ତୈଳିକ ସମାଜ ପକ୍ଷରୁ ବାରଣ କରାଯାଉଥିବା ଅଭିଯୋଗ କରିଛନ୍ତି । 

ଅନ୍ୟ ଜାତିରେ ବିବାହ ପରେ ୮ ପରିବାର କୂଳରୁ ବାସନ୍ଦ ଅଭିଯୋଗ

Salman Khan’s ‘alone and lonely’ cryptic post

Leave a comment

Your email address will not be published. Required fields are marked *