#Local

ସାପ କାମୁଡ଼ାରେ ମୃତ୍ୟୁ ପରେ ପତ୍ନୀଙ୍କ ଆଖି ଦାନ କଲେ ସ୍ୱାମୀ

କନକ ବ୍ୟୁରୋ : ମୃତ ପତ୍ନୀଙ୍କ ଆଖି ଦାନ । ମୃତ୍ୟୁ ପରେ ପତ୍ନୀଙ୍କ ଚକ୍ଷୁ ଦାନ କରିଛନ୍ତି ସ୍ୱାମୀ ଓ ପରିବାର ଲୋକେ । ରାତିରେ ଶୋଇଥିବା ସମୟରେ ସାପ କାମୁଡ଼ିଦେଲା ପଦ୍ମା ଜାନାଙ୍କୁ । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କଲେ । ମୃତ ପତ୍ନୀ ପଦ୍ମା ଆଗରୁ ଦାନ ଧର୍ମରେ ଲିପ୍ତ ଥିବାରୁ ମଲା ପରେ ବି ତାଙ୍କୁ ମନେ ରଖିବା ପାଇଁ ମୃତ ପତ୍ନୀଙ୍କ ଦୁଇଟି ଚକ୍ଷୁ ଦାନ କରିଛନ୍ତି  ପରିବାର ଲୋକେ । ରାୟଗଡ଼ା ଜିଲ୍ଳା ରାମନାଗୁଡ଼ା ବ୍ଲକ ଗୁମୁଡା ଗାଁର ଜାନା ମାଲେସୁ ଏବଂ ତାଙ୍କ ସ୍ତ୍ରୀ ଜାନା ପଦ୍ମା ରାତିରେ ଘରେ ଶୋଇଥିବାବେଳେ ପଦ୍ମାଙ୍କୁ କିଛି କାମୁଡ଼ିବା ଭଳି ଅନୁଭବ ହୋଇଥିଲା କିନ୍ତୁ ସେ ନିଦରେ କିଛି ପିମ୍ପୁଡ଼ି କାମୁଡ଼ିଥିବା ଅନୁମାନ କରି ପୁଣି ନିଦରେ ଶୋଇପଡ଼ିଥିଲେ ।

ଅଧିକ ପଢ଼ନ୍ତୁ : ଗଞ୍ଜାମ ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା , ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍

କିଛି ସମୟ ପରେ ରାତି ପ୍ରାୟ ସାଢ଼େ ୩ଟାବେଳେ ପଦ୍ମା ତାଙ୍କ ଶରୀରରେ ପୋଡ଼ାଜଳା ହେବାରୁ ପାଖରେ ଶୋଇଥିବା ସ୍ଵାମୀ ମାଲେସୁଙ୍କୁ ଉଠାଇଥିଲେ । ମାଲେସୁ ଉଠି ଲାଇଟ ଜାଳି ଦେଖିଲାବେଳକୁ ପଦ୍ମାଙ୍କ ପାଖରେ ଏକ ସାପ ଥିବା ଦେଖି ସାପ କାମୁଡ଼ିଥିବା ଜାଣିପାରି ତୁରନ୍ତ ସେ ସାପକୁ ମାରିଥିଲେ ଏବଂ ପଦ୍ମାଙ୍କୁ ନିକଟସ୍ଥ ପଦ୍ମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । 

Leave a comment

Your email address will not be published. Required fields are marked *