#Local

ସରକାର କହୁଛନ୍ତି, ସ୍ୱାଭାବିକ ଅଛି ତେଲ ଯୋଗାଣ; ଗ୍ରାଉଣ୍ଡ ଜିରୋରେ ସ୍ଥିତି ଭିନ୍ନ, ଏବେ ବି ବହୁ ପମ୍ପ ବନ୍ଦ

କନକ ବ୍ୟୁରୋ : ଭୁବନେଶ୍ୱରରେ ତୈଳ ଯୋଗାଣ ସ୍ୱାଭାବିକ ହୋଇଛି । ପେଟ୍ରୋଲ ପମ୍ପ ଫାଙ୍କା ପଡ଼ିଛି । ଯାହାକୁ ଦେଖି ବେଶ୍ ଉତଫୁଲିତ ଯୋଗାଣ ବିଭାଗ ଓ ତୈଳ ଯୋଗାଣ କମ୍ପାନୀ । କିନ୍ତୁ ବିଡମ୍ବନାର ବିଷୟ ଏବେ ବି ବହୁ ଉପାନ୍ତ ଅଂଚଳରେ ଲାଗି ରହିଛି ତୈଳ ଯନ୍ତ୍ରଣା ।

ରାଜ୍ୟରେ ତେଲର ଅଭାବ ନଥିବା ବାରମ୍ବାର କହୁଛନ୍ତି ସରକାର । ମନ୍ତ୍ରୀ, ସଚିବ, ତୈଳ ଯୋଗାଣ କମ୍ପାନୀ କହୁଛନ୍ତି ଯଥେଷ୍ଟ ପରିମାଣର ପେଟ୍ରୋଲ, ଡିଜେଲ ମହଜୁଦ୍ ଅଛି । ସମୀକ୍ଷା ପରେ ଆଜି ସମାନ କଥା ଦୋହରାଇଛନ୍ତି ମୁଖ ଶାସନ ସଚିବ । ମାଲକାନାଗିରି ଜିଲ୍ଲାର ମୋଟ ୨୬ଟି ପେଟ୍ରୋଲ ପମ୍ପ ରହି ଥିବା ବେଳେ ଅଧାରୁ ଅଧିକ ପେଟ୍ରୋଲ ପମ୍ପ ଏବେ ଖାଁ ଖାଁ । ବିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ସ୍ଥିତି ଉଦଗେଗଜନକ ।

ଅଧିକ ପଢ଼ନ୍ତୁ : ଥମୁନି ତେଲ ସଙ୍କଟ; ତେଲ ଆସିଲା, ଭିଡ଼ ଜମିଲା

୭ ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୫ଟିରେ ତେଲ ନାହିଁ । ପମ୍ପ ବନ୍ଦ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଟ୍ରକ୍ଟର ଚାଲିପାରୁନି କି ଧାନ କଟା ମେସିନ୍ ବୁଲି ପାରୁନି । ଏପଟେ ଜାରକିନରେ ତେଲ ମିଳୁନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ତେଲ ନ ମିଳିବାରୁ ରୋଗୀ ହସ୍ପିଟାଲରେ ପହଁଚିବା ପୂର୍ବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ପୁରୀ ଜିଲ୍ଲା କାକଟପୁର ଅଂଚଳରେ ଦେଖିବାକୁ ମିଳିଛି ସମାନ ସ୍ଥିତି  । ୭ଟି ପେଟ୍ରୋଲ ପମ୍ପରୁ ପ୍ରାୟ ୪ଟି ବନ୍ଦ ରହିଛି । ଅସ୍ତରଙ୍ଗରେ ଯଦିଓ ପମ୍ପ ଖୋଲିଛି ଡିଜେଲ ମିଳୁନି । ମାଲକାନଗିରି କି ପୁରୀର କାକଟପୁର ନୁହେଁ ରାଜ୍ୟର ବହୁ ଗ୍ରାମାଞ୍ଚଳରେ ଜାରି ରହିଛି ତୈଳ ଯନ୍ତ୍ରଣା । ଏବେ ପ୍ରଶ୍ନ ଉଠୁଛି, ମନ୍ତ୍ରୀ- ସଚିବ ଜାଣିଶୁଣି ମିଛ କହୁଛନ୍ତି ନା ଗ୍ରାଉଣ୍ଡ୍‌ର ସତ ଜାଣିପାରୁନାହାନ୍ତି ? ସାରା ରାଜ୍ୟରେ କେବେ ସ୍ୱାଭାବିକ ହେବ ପେଟ୍ରୋଲ, ଡିଜେଲ ଯୋଗାଣ ?

ସରକାର କହୁଛନ୍ତି, ସ୍ୱାଭାବିକ ଅଛି ତେଲ ଯୋଗାଣ; ଗ୍ରାଉଣ୍ଡ ଜିରୋରେ ସ୍ଥିତି ଭିନ୍ନ, ଏବେ ବି ବହୁ ପମ୍ପ ବନ୍ଦ

Massive Crisis! Fuel Shortage Disrupts Life in

ସରକାର କହୁଛନ୍ତି, ସ୍ୱାଭାବିକ ଅଛି ତେଲ ଯୋଗାଣ; ଗ୍ରାଉଣ୍ଡ ଜିରୋରେ ସ୍ଥିତି ଭିନ୍ନ, ଏବେ ବି ବହୁ ପମ୍ପ ବନ୍ଦ

Big Reform! Crime Branch DG Issues New

Leave a comment

Your email address will not be published. Required fields are marked *