ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିରେ ‘ଟାଇମ୍ସ ଏଡୁରାଇଜ୍ ଏଆଇ ବୁଟ୍ କ୍ୟାମ୍ପ୍ ଆଣ୍ଡ୍ କନକ୍ଲେଭ୍’ ଅନୁଷ୍ଠିତ

କନକ ବ୍ୟୁରୋ : ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ) କ୍ୟାମ୍ପସରେ ଆଜି ‘ଟାଇମ୍ସ ଏଡୁରାଇଜ୍ ଏଆଇ ବୁଟ୍ କ୍ୟାମ୍ପ୍ ଆଣ୍ଡ୍ କନକ୍ଲେଭ୍’ର ପ୍ରଥମ ସଂସ୍କରଣ ଉତ୍ସାହର ସହ ଆୟୋଜିତ ହୋଇଯାଇଛି । ‘ଦ ଟାଇମ୍ସ ଅଫ୍ ଇଣ୍ଡିଆ’ର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ନୂତନ ଚିନ୍ତାଧାରା, ଉଦ୍ୟୋଗିତା (ଷ୍ଟାର୍ଟ-ଅପ୍ସ) ଏବଂ ଭବିଷ୍ୟତର କାର୍ଯ୍ୟକ୍ଷେତ୍ର ବିଷୟରେ ଆଲୋଚନା କରିବା ପାଇଁ ଶିକ୍ଷାବିତ୍, ଉଦ୍ୟୋଗୀ, ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିତ୍ୱ ଓ ଛାତ୍ରଛାତ୍ରୀମାନେ ଏକାଠି ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ ଓ ଯୁବ ପ୍ରତିଭାମାନେ ଭାଗ ନେଇଥିଲେ । ଯୁବପିଢ଼ିଙ୍କୁ ଏଆଇ ଚାଳିତ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏଠାରେ ପ୍ୟାନେଲ୍ ଆଲୋଚନା, ହ୍ୟାକାଥନ୍ ଏବଂ କୁଇଜ୍ ପ୍ରତିଯୋଗିତା ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମମାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଆରମ୍ଭ ହୋଇଥିଲା ଏବଂ ଏଥିରେ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ରେଜିଷ୍ଟ୍ରାର ଡ. ବି. କେ. ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି କନକ୍ଲେଭ୍ରେ ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ,“ନିରନ୍ତର ଗବେଷଣା ଏବଂ ନୂତନ ଆବିଷ୍କାର ମାଧ୍ୟମରେ ଆମେ ଜୀବନଧାରଣର ମାନ ବଢ଼ାଇବା ସହ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରୁଛୁ । ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କେବଳ ପ୍ରଯୁକ୍ତିବିଦ୍ୟାର ଉନ୍ନତି କରୁନାହିଁ, ବରଂ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଲୋକଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ବଡ଼ ଭୂମିକା ଗ୍ରହଣ କରୁଛି ।”
ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳସଚିବ ଡ. ବି. କେ. ଦାସ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ଆବଶ୍ୟକୀୟ କୌଶଳରେ ଦକ୍ଷ କରିବା ଏବଂ ଶିକ୍ଷା ସହ ଶିଳ୍ପ ଜଗତକୁ ଯୋଡ଼ୁଥିବା ଏଭଳି ମଞ୍ଚ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ । “ଏଆଇ ଯୁଗରେ ଷ୍ଟାର୍ଟ-ଅପ୍ ଓ ଉଦ୍ୟୋଗିତା’ ବିଷୟବସ୍ତୁ ଉପରେ ଆଧାରିତ ପ୍ରଥମ ପ୍ୟାନେଲ୍ ଆଲୋଚନାରେ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଆଣ୍ଟ୍ରପ୍ରିନରସିପ୍ ପାର୍କର ସିଇଓ ତଥା ନିର୍ଦ୍ଦେଶକ ଡ଼. ଶୁଭଙ୍କର ପତି, ଫାଣ୍ଟମ ଏନାର୍ଜି ଡ୍ରିଙ୍କର ପ୍ରତିଷ୍ଠାତା ଶ୍ରୀ ଅଙ୍କିତ ଖଣ୍ଡେଲୱାଲ, ସ୍ପର୍ଶ ହେଲ୍ଥକେୟାର ଗ୍ରୁପର ଆର୍ଥିକ ନିର୍ଦ୍ଦେଶକ ସିଏ ବିଧୁ ଭୂଷଣ ନାୟକ ଏବଂ କ୍ରେଡାଇର ସଭାପତି ତଥା ଏକ୍ରିରାଇଜ୍ର ସହ-ପ୍ରତିଷ୍ଠାତା ଶ୍ରୀ ଶେଖ୍ ମାଇରାଜୁଲ୍ ହକ୍ ବିଶିଷ୍ଟ ବକ୍ତା ଭାବେ ଯୋଗ ଦେଇଥିଲେ ।
ବିଜିୟୁର ମାର୍କେଟିଂ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼. ସୁଭେନ୍ଦୁ କୁମାର ପ୍ରତିହାରୀ ଏହି ଅଧିବେଶନର ସଂଚାଳନା କରିଥିଲେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କିଭଳି ନୂଆ ବ୍ୟବସାୟର ଅଭିବୃଦ୍ଧି, ପୁଞ୍ଜିନିବେଶର ସୁଯୋଗ ଏବଂ ବ୍ୟବସାୟ ବଢ଼ାଇବାରେ ସାହାଯ୍ୟ କରୁଛି, ସେ ବିଷୟରେ ଏହି ପ୍ୟାନେଲରେ ଆଲୋଚନା କରାଯାଇଥିଲା ।
“ଏଆଇ ବନାମ ଆପଣ: କିଏ ଜିତିବ ଭବିଷ୍ୟତର କାର୍ଯ୍ୟକ୍ଷେତ୍ର?’ ବିଷୟବସ୍ତୁ ଉପରେ ଆଧାରିତ ଦ୍ୱିତୀୟ ପ୍ୟାନେଲ୍ ଆଲୋଚନାରେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଆସୋସିଏଟ୍ ପ୍ରଫେସର ପ୍ରଫେସର ସତ୍ୟପ୍ରକାଶ ସାହୁ, ଆଲୁମ୍ ନେଟୱର୍କସ ଓ କାଟାଲିଷ୍ଟ ଆଇଟି ସଲ୍ୟୁସନ୍ସର ପ୍ରତିଷ୍ଠାତା ଶ୍ରୀ ଚନ୍ଦ୍ରଶେଖର ଚିତ୍ରାଲା, ଅଜାତୁସ ସଫ୍ଟୱେୟାରର ସିଟିଓ ତଥା ସହ-ପ୍ରତିଷ୍ଠାତା ଶ୍ରୀ ଜନ୍ମେଜୟ ମହାପାତ୍ର ଏବଂ ଇନଭେଷ୍ଟମେଣ୍ଟ ବ୍ୟାଙ୍କର, ଫିନଟେକ୍ ବିଶେଷଜ୍ଞ ତଥା ଏଆଇ ହ୍ୟାକମାଷ୍ଟର ଶ୍ରୀ ଶିବାଶିଷ ବେବର୍ତ୍ତା ଯୋଗ ଦେଇଥିଲେ ।
ବିର୍ଲା ସ୍କୁଲ୍ ଅଫ୍ ଆପ୍ଲାଏଡ୍ ସାଇନ୍େସସ୍ ଏବଂ ବିର୍ଲା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ୍ ଡ଼. ସଞ୍ଜୟ କୁମାର କୁଅଁର ଏହି ଅଧିବେଶନର ସଂଚାଳକ ଥିଲେ । ଏଥିରେ ବଦଳୁଥିବା କାର୍ଯ୍ୟକ୍ଷେତ୍ର, ଏଆଇ ଯୋଗୁଁ ଆସୁଥିବା ପରିବର୍ତ୍ତନ, ଭବିଷ୍ୟତର ଚାକିରି ସୁଯୋଗ ଏବଂ ଏହି ଯୁଗରେ ମଣିଷର ନିଜକୁ ବଦଳାଇବା ଓ ନୂଆ କୌଶଳ ଶିଖିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଏହି କନକ୍ଲେଭ୍ରେ ଏକ ଏଆଇ ହ୍ୟାକାଥନ୍ ଏବଂ କୁଇଜ୍ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ମିଳିତ ଭାବେ ସମସ୍ୟାର ସମାଧାନ କରି ନିଜର ପ୍ରତିଭା ଦେଖାଇଥିଲେ । କାର୍ଯ୍ୟକ୍ରମର ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ଏବଂ ‘ଦ ଟାଇମ୍ସ ଗ୍ରୁପ୍’ ମଧ୍ୟରେ ଥିବା ଏହି ସହଭାଗିତାକୁ ଆଗକୁ ବଢ଼ାଇବା ଏବଂ ଏଆଇ ଯୁଗରେ ଦକ୍ଷତା ବିକାଶ ପାଇଁ ମିଳିତ ଭାବେ କାମ କରିବା ସଂକଳ୍ପ ସହ ଏହି ସମାରୋହ ଶେଷ ହୋଇଥିଲା ।
ପରିଚୟ ଏବଂ ପରମ୍ପରା
-
ପ୍ରତିଷ୍ଠାତା: ଏହା ପ୍ରସିଦ୍ଧ ବିକେ ବିର୍ଲା ଗ୍ରୁପ୍ (BK Birla Group) ଦ୍ୱାରା ପ୍ରତିଷ୍ଠିତ ଏକ ପ୍ରମୁଖ ବହୁମୁଖୀ ବିଶ୍ୱବିଦ୍ୟାଳୟ।
-
ମୂଳ ଲକ୍ଷ୍ୟ: ସାମଗ୍ରିକ ଶିକ୍ଷା, ନୈତିକ ମୂଲ୍ୟବୋଧ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଭବିଷ୍ୟତ ପାଇଁ ଦକ୍ଷ ବୃତ୍ତିଗତ ଏବଂ ଦାୟିତ୍ୱବାନ ନେତା ଗଠନ କରିବା।
-
ଅବଦାନ: ଦେଶ ଗଠନ ଏବଂ ବିଶ୍ୱର ଜ୍ଞାନଭିତ୍ତିକ ଅର୍ଥନୀତିର ବିକାଶରେ ସାର୍ଥକ ଅବଦାନ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
କ୍ୟାମ୍ପସ୍ ଏବଂ ଭିତ୍ତିଭୂମି
-
ଅବସ୍ଥିତି: ଭୁବନେଶ୍ୱର, ଓଡ଼ିଶା।
-
ପରିବେଶ: ଏକ ଆଧୁନିକ ତଥା ଅତ୍ୟାଧୁନିକ କ୍ୟାମ୍ପସ୍, ଯାହା ଶିକ୍ଷା ଗ୍ରହଣ ପାଇଁ ଏକ ଜୀବନ୍ତ ପରିବେଶ ଯୋଗାଇଥାଏ।
-
ସୁବିଧା ସୁଯୋଗ: ଏଠାରେ ସମସାମୟିକ ଭିତ୍ତିଭୂମି, ଉନ୍ନତ ପ୍ରୟୋଗଶାଳା (laboratories) ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ସ୍ମାର୍ଟ କ୍ଲାସରୁମ୍ ରହିଛି।
ଶିକ୍ଷାଦାନର ଶୈଳୀ ଏବଂ ପ୍ରମୁଖ ଦିଗ
-
ପ୍ରାୟୋଗିକ ଏବଂ ଆନ୍ତଃ-ଶୃଙ୍ଖଳିତ ଶିକ୍ଷା (Experiential & Interdisciplinary Learning): ଏହା ବିଭିନ୍ନ ବିଷୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିକ୍ଷାଦାନକୁ ପ୍ରୋତ୍ସାହିତ କରେ ଏବଂ ପୁସ୍ତକଗତ ଜ୍ଞାନକୁ ବାସ୍ତବ ଦୁନିଆ ସହ ଯୋଡ଼ିଥାଏ।
-
ଆଧୁନିକ ଜ୍ଞାନକୌଶଳର ବ୍ୟବହାର: ବିଶ୍ୱବିଦ୍ୟାଳୟର ସମସ୍ତ ପାଠ୍ୟକ୍ରମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ଡାଟା ଆନାଲିଟିକ୍ସ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ଭଳି ନୂତନ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଏ।
-
ଉଦ୍ଭାବନ ଏବଂ ଉଦ୍ୟୋଗିତା (Innovation & Entrepreneurship): ଏହା ଗବେଷଣା ଏବଂ ନୂତନ ଚିନ୍ତାଧାରାର ବିକାଶ ଉପରେ ବିଶେଷ ଧ୍ୟାନ ଦେଇଥାଏ, ଯାହା ନିମ୍ନଲିଖିତ ମାଧ୍ୟମରେ ସମ୍ଭବ ହୋଇଥାଏ:
-
ଶିଳ୍ପ ସଂସ୍ଥାଗୁଡ଼ିକ ସହ ସହଭାଗିତା (Industry collaborations)
-
ହାକାଥନ୍ (Hackathons)
-
ଲାଇଭ୍ ପ୍ରୋଜେକ୍ଟ (Live projects)
-
ଇନକ୍ୟୁବେସନ୍-ଚାଳିତ କାର୍ଯ୍ୟକ୍ରମ
-
ଉପଲବ୍ଧ ପାଠ୍ୟକ୍ରମ (Academic Programmes)
BGU ରେ ସ୍ନାତକ (UG), ସ୍ନାତକୋତ୍ତର (PG), ପିଏଚ୍.ଡି (Doctoral) ଏବଂ ଏକ୍ଜିକ୍ୟୁଟିଭ୍ ଶିକ୍ଷା ପାଇଁ ବିଭିନ୍ନ ବିଭାଗରେ ପାଠ୍ୟକ୍ରମ ଉପଲବ୍ଧ ରହିଛି:
-
ପ୍ରବନ୍ଧନ (Management)
-
ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା (Engineering & Technology)
-
ବାଣିଜ୍ୟ (Commerce)
-
ଅର୍ଥଶାସ୍ତ୍ର (Economics)
-
ଆଇନ (Law)
-
ମିଡିଆ ଷ୍ଟଡିଜ୍ / ଗଣମାଧ୍ୟମ ଶିକ୍ଷା (Media Studies)
-
ପ୍ରାୟୋଗିକ ବିଜ୍ଞାନ (Applied Sciences)
English 












































































































































































































































































































































































































































































































































































































































































































































































































































































































































































































































































































































































































