#Local

ମାଟି ତଳୁ ଉଦ୍ଧାରହେଲା ଗଙ୍ଗସମୟର ପ୍ରାଚୀନ ବରାହ ବିଗ୍ରହ

କନକ ବ୍ୟୁରୋ : ମାଟି ତଳୁ ଉଦ୍ଧାର ହୋଇଛି ଗଙ୍ଗ ଶାସନ ସମୟର ପ୍ରାଚୀନ ବରାହ ବିଗ୍ରହ । ବିଧର୍ମୀଙ୍କ ଆକ୍ରମଣରୁ ଲୁଚାଯାଇଥିବା ପ୍ରାଚୀନ ବିଗ୍ରହକୁ ମାଟିତଳୁ ଖୋଳି ଉଦ୍ଧାର କରାଯାଇଛି । କଟକ ଜିଲ୍ଲା ସାଲେପୁର ତହସିଲ ପୂର୍ବକଚ୍ଛ ଗାଁରେ ଥିବା ଏକ ମାଟିକୁଦରୁ ମିଳିଛି ୩ ଫୁଟ ଉଚ୍ଚତାର ପ୍ରାଚୀନ ବିଗ୍ରହ ।

ବିଧର୍ମୀଙ୍କ ଆକ୍ରମଣରୁ ଲୁଚାଯାଇଥିଲା ପ୍ରାଚୀନ ବିଗ୍ରହ । କଟକ ସାଲେପୁର ତହସିଲ ପୂର୍ବକଚ୍ଛ ଗାଁରେ ଥିବା ଏକ ମାଟିକୁଦରେ ଥିଲା ଓଡ଼ିଶାରେ ଗଙ୍ଗଶାସନ ସମୟର ପୁରାତନ ବରାହଙ୍କ ପ୍ରସ୍ତର ମୂର୍ତ୍ତି । ଗାଁର ଚନ୍ଦନ ପୋଖରୀଠାରୁ କିଛି ଦୂରରେ ଥିବା ଏହି ମାଟି କୁଦରୁ ମିଳିଥିବା ମୂର୍ତ୍ତିଟିର ମସ୍ତକର କିଛି ଅଂଶ ସ୍ଥାନୀୟ ଐତିହ୍ୟପ୍ରେମୀ ବିଶ୍ୱଜିତ ସିଂହ ଦେଖିବାକୁ ପାଇଥିଲେ । ଏନେଇ ସେ Rediscover Lost Heritage Trustର ସଦସ୍ୟଙ୍କୁ ସୂଚନା ଦେଇଥିଲେ । ପରେ ଐତିହ୍ୟ ଅନୁସନ୍ଧାନକାରୀ ଦଳ ପୂର୍ବକଚ୍ଛ ଗାଁରେ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହାୟତାରେ ପ୍ରାଚୀନ ଐତିହ୍ୟଟିକୁ ଖୋଳି ବାହାର କରିଛନ୍ତି । ବର୍ତ୍ତମାନ ମୂର୍ତ୍ତିଟିକୁ ପୂର୍ବକଚ୍ଛ କପିଳେଶ୍ଵର ମହାଦେବଙ୍କ ମନ୍ଦିରରେ ସୁରକ୍ଷିତ ଭାବେ ରଖାଯାଇଛି ।

ଅଧିକ ପଢ଼ନ୍ତୁ : ଋଷ୍‌-ୟୁକ୍ରେନ ଯୁଦ୍ଧରେ ବଳି ପଡ଼ିଲେ ଓଡ଼ିଆ ଯୁବକ

କୁହାଯାଏ, ପୂର୍ବକଚ୍ଛର ପ୍ରାଚୀନ ଲକ୍ଷ୍ମୀନୃସିଂହ ମନ୍ଦିର ବିଧର୍ମୀ କଳାପାହାଡ଼ ଆକ୍ରମଣ କରି ଭାଙ୍ଗି ଦେଇଥିଲେ । ସେହି ମସୟରେ ଦେବତାମାନଙ୍କ ବିଗ୍ରହକୁ ଆକ୍ରମଣରୁ ରକ୍ଷା କରିବା ପାଇଁ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିଲା । ମାଟିକୁଦରୁ ମିଳିଥିବା ବରାହ ମୂର୍ତ୍ତିଟି ସେହି ପୁରାତନ ମନ୍ଦିରର ପାର୍ଶ୍ୱଦେବତା ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୂର୍ବବଚ୍ଛ ଧାନ ଗହୀର ମଧ୍ୟରେ ଥିବା ଆହୁରି ୩ରୁ ୪ଟି ମାଟିକୂଦ ଭିତରେ ଏପରି ପୁରୁଣା ମୂର୍ତ୍ତି ସବୁ ପୋତି ହୋଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ପୁରାତନ ମୂର୍ତ୍ତିକୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ରଖାଗଲେ ଭବିଷ୍ୟତ ପିଢ଼ି ମାନଙ୍କ ପାଇଁ ପୁରାତନ ସଂସ୍କୃତି ବିଷୟରେ ସୂଚନା ମିଳିପାରିବ ।

Leave a comment

Your email address will not be published. Required fields are marked *