ଥମୁନି ତେଲ ସଙ୍କଟ; ତେଲ ଆସିଲା, ଭିଡ଼ ଜମିଲା

କନକ ବ୍ୟୁରୋ:ତେଲ ପାଇଁ ହାହାକାର। ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନ ହେବ ଜିଲ୍ଲାରେ ତେଲ ଅଭାବ ଥମିବାର ନାଁ ଧରୁନାହିଁ। ଅଧିକାଂଶ ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯାଇଥିବା ବେଳେ, ଯେଉଁଠି ବି ତେଲ ଆସିବା ଖବର ମିଳୁଛି, ସେଠାରେ ଗ୍ରାହକଙ୍କ ଅଭାବନୀୟ ଭିଡ଼ ଜମୁଛି।
ରାଜରାସ୍ତାରେ ଗାଡ଼ି ମୋଟରର ମାଇଲ୍ ମାଇଲ୍ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଜରୁରୀ କାମରେ ଯାଉଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଲୋକେ ଭବିଷ୍ୟତ ଆଶଙ୍କାରେ ବ୍ୟାରେଲ୍ ଏବଂ ଜାରକିନ ଧରି ତେଲ ସଂଗ୍ରହ ପାଇଁ ପମ୍ପ ଆଗରେ ଭିଡ଼ ଜମାଉଛନ୍ତି। ଏହି ଗୁରୁତର ତେଲ ସଙ୍କଟ ଯୋଗୁଁ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ଓ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡ଼ିଛି।
ଆହୁରି ପଢନ୍ତୁ:ଛାତ୍ରନେତାରୁ କେରଳମ୍ ମୁଖ୍ୟମନ୍ତ୍ରୀ, ଜୀବନରେ ଥରେ ହାରିଛନ୍ତି ନିର୍ବାଚନ
English 







































































































































































































































































































































































































































































































































































































































































































































































































































































































































































































































































































































































































