#Local

ବିଭ୍ରାନ୍ତ କରୁଛି ଇସ୍କନ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଖେଳୁଛି ଖେଳ

କନକ ବ୍ୟୁରୋ : ଅଦିନିଆ ରଥଯାତ୍ରା କରି ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରୁଛି ଇସ୍କନ । ମହାପ୍ରଭୁଙ୍କ ପରମ୍ପରା ସହ ଖେଳି କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ମାନସିକ ଆଘାତ ଦେଉଛି । ଆମେରିକା ହେଉ କି ଅଷ୍ଟ୍ରେଲିଆ, ଇଂଲଣ୍ଡ ହେଉ କି ଦକ୍ଷିଣ ଆଫ୍ରିକା । ବିଦେଶରେ ଅଦିନିଆ ରଥଯାତ୍ରାର ଆୟୋଜନ କରି ମୁହଁ ଫୁଟାଣି ଦେଖାଇଛି ଇସ୍କନ । ଫ୍ଲୋରିଡ଼ାରେ ଅଦିନିଆ ରଥଯାତ୍ରାରେ ଯେଉଁ ଜଗନ୍ନାଥ ଦେବତା ପୂଜା ପାଉଛନ୍ତି, ସେମାନେ ଚତୁର୍ଦ୍ଧା ମୂର୍ତ୍ତି ନୁହଁନ୍ତି ବୋଲି ସ୍ପଷ୍ଟୀକରଣ ରଖିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ତେଜିଛି ।

ଶ୍ରୀଜଗନ୍ନାଥ..କୋଟିକୋଟି ଓଡ଼ିଆଙ୍କ ମଉଡ଼ମଣି । ବର୍ଷକରେ ଥରେ ଶ୍ରୀଗୁଣ୍ଡିଚାରେ ବଡ଼ଦେଉଳରୁ ଓହ୍ଲାଇ ରଥକୁ ଆସନ୍ତି । ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । କାଳିଆ ସାଆନ୍ତଙ୍କୁ ରଥ ଉପରେ ଦର୍ଶନ କରିବାକୁ ସାରାବିଶ୍ୱ ଚାତକ ଭଳି ଚାହିଁ ରହିଥାନ୍ତି । କିନ୍ତୁ ଇସ୍କନ କର୍ତ୍ତୃପକ୍ଷ ଅଦିନରେ ବାରମ୍ବାର ରଥଯାତ୍ରା ଆୟୋଜନ କରି ବିଭ୍ରାନ୍ତ କରୁଛି । ଜାଣିଶୁଣି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଖେଳୁଛି ।

ମେ’ ୧୬ ତାରିଖରେ ଫ୍ଲୋରିଡାର ଜ୍ୟାକ୍ସନଭିଲ ବେଳାଭୂମିରେ ହୋଇଥିଲା ରଥଯାତ୍ରା । ମେ’ ୧୫ ଓ ୧୬ ତାରିଖରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ସାଉଥ୍ ଆଫ୍ରିକା ଇସ୍କନ୍‌ ପକ୍ଷରୁ ଅଦିନିଆ ରଥଯାତ୍ରାର ଆୟୋଜନ କରାଯାଇଥିଲା । ଗତ ମାସରେ ଅଷ୍ଟ୍ରେଲିଆରେ ଆୟୋଜନ କରିଥିଲା ରଥଯାତ୍ରା । ଏହି ତିନୋଟି ସ୍ଥାନ ନୁହେଁ, ବିଦେଶରେ ବାରମ୍ବାର ଏମିତି ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ କରି ମହାପ୍ରଭୁଙ୍କ ପରମ୍ପସରା ସହ ଖେଳ ଖେଳୁଛି ଇସ୍କନ । ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜଙ୍କ ଚିଠିକୁ ଅଣଦେଖା କରି ଏଭଳି ଆୟୋଜନ କରୁଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଅଧିକ ପଢ଼ନ୍ତୁ : ଚାଲିଛି ମୋହନ ସରକାରଙ୍କ ଦୁଇ ବର୍ଷ କାମର ହିସାବ କିତାବ; ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର ରିପୋର୍ଟ କାର୍ଡ ଦେଉଛନ୍ତି ମନ୍ତ୍ରୀ

ଗଣମାଧ୍ୟମରେ ଖବର ପ୍ରସାରିତ ପରେ ସଫେଇ ରଖୁଛି । ମୁହଁ ଫୁଟାଣି ଦେଖାଇ କହୁଛି, ବିଦେଶ ରଥଯାତ୍ରାରେ ଭାଗ ନେଉଥିବା ଜଗନ୍ନାଥ ବିଗ୍ରହଗୁଡ଼ିକ ମୁଖ୍ୟ ମନ୍ଦିରର ମୂଳ ଚତୁର୍ଦ୍ଧାମୂର୍ତ୍ତି ନୁହଁନ୍ତି । ସେମାନଙ୍କୁ ‘ପ୍ରତିଭୂ ମୂର୍ତ୍ତି’ ଅର୍ଥାତ୍ ମୂଳ ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରତିରୂପ ଭାବେ ବିବେଚନା କରାଯାଏ । ସେଗୁଡ଼ିକୁ ସେହି ମୂଳ ବିସ୍ତୃତ ରୀତିନୀତି ଅନୁଯାୟୀ ଗଠନ କରାଯାଇ ନାହିଁ କିମ୍ବା ପ୍ରତିଷ୍ଠା କରାଯାଇ ନାହିଁ । ମୁଖ୍ୟ ମନ୍ଦିରରେ ସେମାନଙ୍କର ପୂଜାର୍ଚ୍ଚନା କରାଯାଏ ନାହିଁ । ସେମାନେ ଘରେ ପୂଜା ପାଉଥିବା ଦେବତା ।

ଶାସ୍ତ୍ର ଅନୁଯାୟୀ, ପ୍ରତିଭୂ ମୂର୍ତ୍ତି ହେଉଛନ୍ତି ଏକ ଗୌଣ ବା ଦ୍ୱିତୀୟ ମୂର୍ତ୍ତି, ଯେକୌଣସି ସମୟରେ ଶୋଭାଯାତ୍ରା କିମ୍ବା ଅନ୍ୟାନ୍ୟ ଉତ୍ସବରେ ଯୋଗ ଦେଇପାରିବେ । ସେମାନେ ସେହି ସମାନ ନିୟମରେ ବନ୍ଧା ନୁହଁନ୍ତି । ଚିଠି ଲେଖି ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି ଫ୍ଲୋରିଡା ଇସ୍କନର ବରିଷ୍ଠ ପ୍ରତିନିଧି ଭଦ୍ର ଦାସ । ତେବେ ଶାସ୍ତ୍ର ଅନୁଯାୟୀ ରଥଯାତ୍ରା ହେଉ ବୋଲି ଭୁବନେଶ୍ୱର ଇସ୍କନ ମନ୍ଦିର ସମ୍ପାଦକ କହିଛନ୍ତି ।

ପ୍ରଶ୍ନ ଉଠୁଛି, କାହିଁକି ସୀମା ଡେଉଁଛନ୍ତି ଇସ୍କନ କର୍ତ୍ତୃପକ୍ଷ ? କାହିଁକି ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଦେଉନାହାନ୍ତି ? ଗଜପତି ମହାରାଜଙ୍କ ତାଗିଦଙ୍କୁ ବେଖାତିର କାହିଁକି ?

ବିଭ୍ରାନ୍ତ କରୁଛି ଇସ୍କନ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଖେଳୁଛି ଖେଳ

Twisha Sharma’s Family Reaches MP CM House;

ବିଭ୍ରାନ୍ତ କରୁଛି ଇସ୍କନ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଖେଳୁଛି ଖେଳ

Counting of ‘Bhitara Ratna Bhandar’ ornaments to

Leave a comment

Your email address will not be published. Required fields are marked *