ଡାକ୍ତରଖାନାକୁ ଆସୁନାହାନ୍ତି ଡାକ୍ତର ! ଆଟେଣ୍ଡାଣ୍ଟଙ୍କ ଭରସାରେ ରୋଗୀ

କନକ ବ୍ୟୁରୋ : ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯାଜପୁର ବରୀରେ ଦେଖିବାକୁ ମିଳିଛି ଏହାର ବାସ୍ତବ ଚିତ୍ର । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁନାହାନ୍ତି ଡାକ୍ତର । ଆଟେଣ୍ଡାଣ୍ଟଙ୍କ ଭରସାରେ ଚାଲିଛି ଡାକ୍ତରଖାନା ।
ବରୀର କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ମିଳିଛି, କିନ୍ତୁ ଦିନେ କାଳେ କାହର ଦେଖାଦର୍ଶନ ମିଳୁନଥିବା ଅଭିଯୋଗ କରିଛନ୍ତି ଲୋକେ । ଏପରିକି ଅନ୍ୟାନ୍ୟ କର୍ମଚାରୀ ବି ନିଜ ଇଚ୍ଛା ଅନୁସାରେ ମେଡିକାଲ ଆସୁଛନ୍ତି । ଫଳରେ ଆଟେଣ୍ଡାଣ୍ଟଙ୍କ ଭରସାରେ ଡାକ୍ତରଖାନା ଚାଲିଛି । ଏଠାରେ କାର୍ଯ୍ୟରତ ଡ୍ରେସର ରୋଗୀ ଦେଖି ସେମାନଙ୍କୁ ଔଷଧ ଦେଉଛନ୍ତି ।
ଅଧିକ ପଢ଼ନ୍ତୁ : କାହିଁକି କାନ୍ଦିଲେ ସାଉଥ୍ ହିରୋ ? କାହା ଉପରେ ବର୍ଷିଲେ ?ଜୟମ୍ ରବିଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି ତ?
ଏହି ମେଡିକାଲ୍ ଉପରେ ପାଖାପାଖି ୫ ହଜାରରୁ ଅଧିକ ଲୋକ ନିର୍ଭରଶୀଳ । ହେଲେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ମନମୁଖୀ କାମ ପାଇଁ ରୋଗୀ ଅସୁବିଧା ଭୋଗୁଛନ୍ତି । ରବିବାର ମେଡିକାଲ୍ ସକାଳ ୧୧ଟା ଯାଏ ଖୋଲା ରହିବା ନିୟମ ଥିବା ବେଳେ ୧୧ ଟା ଯାଏ ଆଟେଣ୍ଡାଣ୍ଟକୁ ଛାଡ଼ି କେହି ଆସିନଥିବା ଦେଖିବାକୁ ମିଳିଛି । ଏନେଇ ଲୋକେ ବାରମ୍ବାର ଅଭିଯୋଗ ପରେ ବି ନିରବଦ୍ରଷ୍ଟା ସାଜିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳ ! ଅନ୍ୟପଟେ ଏନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସବ୍ୟସାଚୀ ଦାସ ।
English 


































































































































































































































































































































































































































































































































































































































































































































































































































































































































































































































































































































































