#Local

ହୁତୁହୁତୁ ଜଳିଗଲା ସାତ ବଖରା ଘର; ପୋଡ଼ି ପାଉଁଶ ହୋଇଗଲା ଗହଣା ସହ ଆସବାବପତ୍ର

କନକ ବ୍ୟୁରୋ : ହୁତୁହୁତୁ ଜଳିଗଲା ସାତ ବଖରା । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅବଜୁଣା ପଞ୍ଚାୟତ କଳସପୁର ଗାଁରେ ଅଘଟଣ । ଗାଁର ରମେଶ ମହାକୁଡ଼, ରବୀନ୍ଦ୍ର ମହାକୁଡ଼, ଛବିଲତା ମହାକୁଡ଼, ରଘୁନାଥ ମହାକୁଡ଼, ଭାଗ୍ୟବତୀ ମହାକୁଡ଼, ବନମାଳୀ ମହାକୁଡ଼, ଭାବଗ୍ରାହୀ ଲେଙ୍କାଙ୍କ ସାତ ବଖରା ଜଳିଯାଇଛି । ସର୍ଟସର୍କିଟରୁ ଅଗ୍ନି କାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁର ପ୍ରଭାବ ଏତେ ଥିଲା ଯେ ଗହଣା ଆସବାବପତ୍ର ସବୁ ଜଳି ପୋଡ଼ି ଛାରଖାର ହୋଇଯାଇଛି । ସର୍ବସ୍ୱାନ୍ତ ହୋଇ ମୁଣ୍ଡରେ ହାତ ଦେଇ ବସିଛି ଅସହାୟ ପରିବାର ।

ହୁତୁହୁତୁ ଜଳିଗଲା ସାତ ବଖରା ଘର; ପୋଡ଼ି ପାଉଁଶ ହୋଇଗଲା ଗହଣା ସହ ଆସବାବପତ୍ର

Drone spotted flying over Nilachakra again, raising

Leave a comment

Your email address will not be published. Required fields are marked *