ଏସ୍ସିବି ରୋଗୀଙ୍କୁ ଗଛଛାଇ ଭରସା, ଖରାରୁ ମୁକ୍ତି ପାଇଁ ନାହିଁ ବ୍ୟବସ୍ଥା

କନକ ବ୍ୟୁରୋ:ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି। ଆଉ ଏହାରି ଭିତରେ କଟକ ବଡ଼ ମେଡିକାଲରୁ ଆସିଛି ବିରଳ ଚିତ୍ର। ଖରା, ଗରମରୁ ରକ୍ଷା ପାଇବା ପାଇଁ ରୋଗୀଙ୍କ ସମ୍ପର୍କୀୟମାନେ ଗଛଛାଇ ତଳେ ଆଶ୍ରୟ ନେଇଛନ୍ତି। ମେଡିକାଲ ଭିତରେ ଯେଉଁ ଫ୍ୟାନ୍ ଲାଗିଛି ସେଥିରୁ ଗରମ ପବନ ବାହାରୁଛି। ଗରମରେ ସେଥିରୁ ରକ୍ଷା ମିଳିପାରିବ ନାହିଁ ବୋଲି ରୋଗୀ ସମ୍ପର୍କୀୟମାନେ କହିଛନ୍ତି। ଏ ହେଉଛି କଟକ ବଡ଼ ମେଡିକାଲ ପରିସରର ଚିତ୍ର।
ମେଡିକାଲ ପରିସରରେ ଥିବା ଗଛଛାଇ ପାଲଟିଛି ରୋଗୀ ସମ୍ପର୍କୀୟଙ୍କ ସାହାରା। ବଡ଼ ମେଡିକାଲକୁ ରୋଗୀ ନେଇ ଆସିଥିବା ଲୋକମାନେ ମେଡିକାଲ ଭିତରେ ଥିବା ଆଶ୍ରୟସ୍ଥଳୀରେ ନରହି ଗଛଛାଇ ତଳେ ଆଶ୍ରୟ ନେଉଛନ୍ତି। ରୋଗୀ ସମ୍ପର୍କୀୟମାନଙ୍କ ପାଇଁ ବିଶ୍ରାମସ୍ଥଳୀ ରହିଛି ସତ କିନ୍ତୁ ସେଠାରେ ଲାଗିଥିବା ଫ୍ୟାନରୁ ଗରମ ପବନ ବାହାରୁଛି। ଯାହା ଫଳରେ ସେଠାରେ ରହିବା ସମ୍ଭବ ହେଉନାହିଁ। ଏ କେବଳ ଆଜିର କଥା ନୁହେଁ ବରଂ ଏମିତି ଗରମ ଦିନ ଆରମ୍ଭରୁ ଗଛଛାଇ ରୋଗୀ ସମ୍ପର୍କୀୟଙ୍କ ଆଶ୍ରୟସ୍ଥଳ ପାଲଟୁଛି। ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଏଭଳି ଚିତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଛି।
ଆହୁରି ପଢ଼ନ୍ତୁ:କବାଟ ବନ୍ଦ କରି ନବୀନ କଲେ ବଡ଼ ପ୍ଲାନ୍ , ଆସନ୍ତା ମାସରେ ଓଡ଼ିଶା ଆସିବେ ମୋଦୀ
English 












































































































































































































































































































































































































































































































































































































































































































































































































































































































































































































































































































































