ସ୍ୱିଡେନ ପରେ ନରୱେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ: ସ୍ୱିଡେନ ଗସ୍ତ ଶେଷ କରି ନରୱେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଶ୍ଚିମ ଏସିଆ ସଂକଟ ଭିତରେ ନରୱେର ରାଜଧାନୀ ଓସଲୋ ପହଞ୍ଚିଛନ୍ତି । ଗସ୍ତ ଅବସରରେ ନରୱେରେ ତୃତୀୟ ଭାରତ-ନୋର୍ଡିକ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ପାଞ୍ଚ ଦେଶର ରାଷ୍ଟ୍ର ସମୂହଙ୍କ ସମ୍ମିଳନୀରେ ସାମିର ହେବେ ମୋଦୀ । ନୋର୍ଡିକ ଦେଶ ସମୂହରେ ଡେନମାର୍କ, ଫିନଲାଣ୍ଡ, ଆଇସଲ୍ୟାଣ୍ଡ, ନରୱେ ଓ ସ୍ୱିଡେନ ରହିଛନ୍ତି ।
ଅଧିକ ପଢନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନରୱେ ଗସ୍ତ : ନର୍ଡିକ ଦେଶଙ୍କ ସହିତ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ସାରା ବିଶ୍ୱରେ ଏବେ ଆର୍ଥିକ ସଂକଟ, ବ୍ୟବସାୟିକ ସଂପର୍କ ଯୋଗାଣ ଶୃଙ୍ଖଳା ବିଚ୍ଛନ୍ନ ଯୋଗୁଁ ଚାପଗ୍ରସ୍ତ ହୋଇଛି । ତେଣୁ ତୃତୀୟ ଭାରତ-ନୋର୍ଡିକ ସମ୍ମିଳନୀରେ ଇଏଫଟିଏ – ଟିଇପିଏ ବୁଝାମଣା ଚୁକ୍ତି ଅନୁସାରେ ନୂଆ ସମ୍ଭାବନାର ଦ୍ୱାର ଖୋଜିବ ଭାରତ । ଦୀର୍ଘ ୪୩ ବର୍ଷର ବ୍ୟବଧାନରେ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତରେ ଆସିଛନ୍ତି । ତେଣୁ ମୋଦୀଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସଂପର୍କ ସହ ବାଣିଜ୍ୟ ପାଇଁ ନୂଆ ଅବସର ଆଣିଦେବ ବୋଲି ଆଶା କରାଯାଉଛି । ସେପଟେ ମୋଦୀଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ପ୍ରବାସୀ ଭାରତୀୟ ।
English 









































































































































































































































































































































































































































































































































































































































































































































































































































































































































































































































































































