ଦ୍ୱିତୀୟ ଦିନରେ ସୁନା, ରୁପା ଦର ହ୍ରାସ : ମୂଲ୍ୟ କମିବା ପରେ ଗ୍ରାହକଙ୍କୁ ମିଳିଲା ସାମାନ୍ୟ ଆଶ୍ବସ୍ତି

କନକବ୍ୟୁରୋ : ସୁନା, ରୁପାର ଦର ପୁଣି ହ୍ରାସ ପାଇଛି। ବର୍ଷେ ଯାଏଁ ସୁନା ନ କିଣିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ, ଏହାପରେ ସରକାରଙ୍କ ଆମଦାନି ଶୁଳ୍କ ବୃଦ୍ଧି ଘୋଷଣା ପରେ ପରେ ଉପରକୁ ଚଢ଼ିଥିଲା ସୁନା ଦର । ସୋମବାର ଉଭୟ ସୁନା ଓ ରୁପା ମୂଲ୍ୟ ତଳକୁ ଖସିଛି । ରୁପା ରକେଟ ବେଗରେ କିଲୋ ପିଛା ଦାମ ୩ ଲକ୍ଷକୁ ଛୁଇଁଥିଲା । ତେବେ ଚଳିତ ବର୍ଷ ରୁପାର ସର୍ବୋଚ୍ଚ ମୂଲ୍ୟରୁ ଏବେ ୧ଲକ୍ଷ ୯୨ ହଜାର ଟଙ୍କାର ହ୍ରାସ ଦେଖିବାକୁ ମିଳିଛି । ସେହିପରି ଆଜି ମଲଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍ସିଏକ୍ସ୍ରେ କାରବାର ଆରମ୍ଭରୁ ସୁନାଦର ହ୍ରାସ ପାଇଛି । ତେବେ କିଣାବିକା ବଢିବା ପରେ ହ୍ରାସ ପାଇଥିବା ଦର ବି ଭରଣା ହୋଇଥିବା ଦେଖିବାକୁ ମିଳିଛି ।
ଏବେ ସମ୍ୟକ ସୂଚନା ରଖୁଛୁ ଆପଣ ଯଦି ୨୪ କ୍ୟାରେଟ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
୨୪ କ୍ୟାରେଟ ସୁନାର ଦାମ ଗ୍ରାମ ପିଛା ୧୫ ହଜାର ୭୦୦ ଟଙ୍କା
ଆଜି ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦାମ ୧ ଲକ୍ଷ ୫୭, ୫୪୮ ଟଙ୍କା
ଶୁକ୍ରବାର ୨୪ କ୍ୟାରେଟ ସୁନା ଦାମ ଥିଲା ୧ଲକ୍ଷ ୫୯ ହଜାର ଟଙ୍କା
ଆଜି ଏମସିଏକ୍ସ ଖୋଲିବା ମାତ୍ରେ ସୁନା ଦର ହଜାରେ ଟଙ୍କା ହ୍ରାସ
ତେବେ କିଣାବିକା ବଢ଼ିବା ପରେ ହ୍ରାସ ମୂଲ୍ୟରେ ସୁଧାର ଦେଖିବାକୁ ମିଳିଛି
ଜାନୁଆରିରେ ୨୪ କ୍ୟାରେଟ ସୁନା ଦାମ ୨ ଲକ୍ଷ, ୨, ୯୮୪ ଟଙ୍କା ଛୁଇଁଥିଲା
ଅର୍ଥାତ୍ ଚଳିତ ବର୍ଷର ସର୍ବୋଚ୍ଚ ମୂଲ୍ୟଠୁ ସୁନା ଏବେ ପ୍ରାୟ ୪୫ ହଜାର ଟଙ୍କା ଶସ୍ତା
ଶୁକ୍ରବାର ଏମସିଏକ୍ସରେ ରୁପା କିଲୋର ଦାମ ଥିଲା ୨ ଲକ୍ଷ ୭୧,୮୬୬ ଟଙ୍କା
ଆଜି ରୁପା କିଲୋଗ୍ରାମ ପିଛା ଦାମ ୨ ଲକ୍ଷ ୬୪, ୯୪୯ ଟଙ୍କାର ବିକ୍ରି
ଅର୍ଥାତ୍ ଗୋଟିଏ ଝଟକାରେ ରୁପାର ଦାମ ୬ହଜାର ୯୭୧ ଟଙ୍କା କମିଛି
ଆଗକୁ ମଧ୍ୟ ସୁନା ଓ ରୁପାର ଦାମ ଉପର ତଳ ହେବ ବୋଲି କୁହାଯାଉଛି
English 



























































































































































































































































































































































































































































































































































































































































































































































































































































































































































































































































































