ଘରେ ବନାନ୍ତୁ ବିଟ୍ରୁଟ୍ ର ଏହି ସ୍ବାଦିଷ୍ଟ ଜଳଖିଆ : ସୁଆଦିଆ ସହ ସ୍ବାସ୍ଥ୍ୟ ପାଇଁ ହିତକର

କନକବ୍ୟୁରୋ : ଆଜିକାଲି ଯୁବପିଢିଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ । କାହିଁକି ଆଜିକାଲି ବହୁଳ ଭାବରେ ବଢୁଥିବା ସ୍ବାସ୍ଥ୍ୟଗତ ସମସ୍ୟା ସହ ଜଟିଳ ରୋଗ ଏବେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ତେଣୁ ଦିନ ଆରମ୍ଭ ଆଗରୁ ଲୋକେ ସୁସ୍ଥ ଜଳଖିଆ ରେ ଦିନ ଆରମ୍ଭ କରିବାକୁ ଭଲ ପାଆନ୍ତି ।
ତେଣୁ ଦିନ ଆରମ୍ଭ କରିବା ଆଗରୁ ଏମିତି ଏକ ଖାଇବା ରୁ ଦିନ ଆରମ୍ଭ କରନ୍ତୁ ଯାହା ଆପଣଙ୍କୁ ଆଉ ଆପଣଙ୍କ ପରିବାରକୁ ସୁସ୍ଥ ରଖିବ ।
ଏହି ଖାଦ୍ୟ ବିଟରୁଟ୍ ରୁ ତିଆରି ହୋଇଥାଏ । ଯାହାକୁ ଆପଣ ଘରେ ବନେଇପାରିବେ । ବିଟ୍ରୁଟ୍ ରୁ ଆପଣ ବନାନ୍ତୁ ଇଡିଲି । ଏହା ଏକ ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟକର ଏବଂ ରଙ୍ଗିନ ଦକ୍ଷିଣ ଭାରତୀୟ ଖାଦ୍ୟ, ଯାହା ଆଜିକାଲି ଜଳଖିଆ ପାଇଁ ବହୁତ ଲୋକପ୍ରିୟ ହେଉଛି। ସାଧାରଣ ଇଡିଲି ଠାରୁ ଏହା ଅଲଗା, କାରଣ ଏଥିରେ ବିଟ୍ରୁଟ୍ର ପୌଷ୍ଟିକତା ଓ ହାଲୁକା ମସଲାର ଚଟପଟା ସ୍ୱାଦ ମିଶିଥାଏ । ଯେଉଁମାନେ ସାଧାରଣ ଜଳଖିଆ ଖାଇ ନିଜକୁ ଅକ୍ଲାନ୍ତ ଭାବନ୍ତି , ସେମାନଙ୍କ ପାଇଁ ବିଟ୍ରୁଟ୍ ଇଡିଲି ଫ୍ରାଇ ଏକ ଶ୍ରେଷ୍ଠ ବିକଳ୍ପ । ଏହା କେବଳ ସ୍ୱାଦରେ ନୁହେଁ, ଶରୀର ପାଇଁ ମଧ୍ୟ ଅନେକ ଲାଭକାରୀ।
ବିଟ୍ରୁଟ୍ରେ ଆୟରନ, ଫୋଲିକ୍ ଏସିଡ୍, ଫାଇବର ଓ ଅନେକ ପ୍ରକାର ଭିଟାମିନ ଥାଏ, ଯାହା ଶରୀରକୁ ଶକ୍ତି ଦେଇଥାଏ ଏବଂ ରକ୍ତବୃଦ୍ଧିରେ ସହାୟକ ହୁଏ । ଏହି ଖାଦ୍ୟକୁ ଛୋଟ ପିଲାମାନେ ମଧ୍ୟ ଆନନ୍ଦ ସହକାରେ ଖାଇଥାନ୍ତି ।
ଏହି ଖାଦ୍ୟ ବନାଇବା ପାଇଁ ପ୍ରଥମେ ଚାଉଳ ଓ ଡାଲିକୁ ଅଲଗା ଭାବରେ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖାଯାଏ । ପରେ ଏହାକୁ ମିଶ୍ରଣ କୁ ଗୋଟିଏ ଘୋଳ ପ୍ରସ୍ତୁତ କରନ୍ତୁ , ପରେ ଏହାକୁ ରାତିସାରା ଫ୍ରିଜ୍ ରେ ରଖନ୍ତୁ । ଅନ୍ୟପଟେ ବିଟ୍ରୁଟ୍ କୁ ଛୋଟ ଛୋଟ କରି କାଟି ଏହାକୁ ପେଷ୍ଟରେ ମିଶ୍ରଣ କରନ୍ତୁ । ମିଶ୍ରଣକୁ ଭଲ ଭାବରେ ଫୁଲିଗଲା ପରେ ସେଥିରେ ବିଟ୍ରୁଟ୍ ପେଷ୍ଟ ଓ ଲୁଣ ମିଶାନ୍ତୁ । ପରେ ଇଡିଲି ର ଗୋଟିଏ ଘୋଳ ପ୍ରସ୍ତୁତ କରି ରଖିଥିବା ତାକୁ ଏକ ବାସନରେ ସିଝାନ୍ତୁ , ସେହି ବାସନରେ ତେଲ ଲଗାଇ ସେଥିରେ ମିଶ୍ରଣ ଭରି ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ ।
। ପରେ ସେହି ଇଡିଲି କୁ ଛୋଟ ଛୋଟ କରି କାଟି ତାକୁ ତେଲ କିମ୍ବା ଘିଅ ରେ ଭାଜନ୍ତୁ । , ସେଥିରେ ଜିରା ଭୃସଙ୍ଗ ପତ୍ର ପିଆଜ, କଂଚାଲଙ୍କା ଦେଇ ଭାଜନ୍ତୁ ପରେ ସେଥିରେ ହଳଦୀ ଗୁଣ୍ତ , ଲଙ୍କା ଗୁଣ୍ତ , ଆବଶ୍ୟକ ଅନୁସାରେ ଦିଅନ୍ତୁ । ଶେଷରେ ସ୍ବାଦ ବଢାଇବା ପାଇଁ ସେଥିରେ ଘନିଆ ପତ୍ର ପକାନ୍ତୁ
ଏହି ଖାଦ୍ୟରେ ସବୁଠାରୁ ବଡ଼ ବିଶେଷତା ହେଉଛି ଏହା ସ୍ୱାଦ ଓ ସ୍ୱାସ୍ଥ୍ୟର ଏକ ଭଲ ସମନ୍ୱୟ । ଯେଉଁମାନେ କେଲଯୁକ୍ତ ଖାଦ୍ୟରୁ ଦୁରେଇ ରହିବା ପାଇଁ ଚାହାନ୍ତି ସେମାନଙ୍କ ପାଇଁ ଏହା ଏକ ସୁନ୍ଦ ଖାଦ୍ୟ ସହ ସ୍ବାସ୍ଥ୍ୟ ପାଇଁ ଭଲ .,….
English 














































































































































































































































































































































































































































































































































































































































































































































































































































































































































































































































































