#Local

ରାଜପଥର ସ୍ଥିତି ତଦାରଖ କରିବେ ସରକାର : ଖାଲଖମା ଖୋଜିବା ପାଇଁ କିଣାଯିବ ସର୍ଭେ ଗାଡ଼ି

କନକବ୍ୟୁରୋ : ରାଜପଥ ନିର୍ମାଣର ଗୁଣବତ୍ତା ଉନ୍ନତ କରିବା ଉପରେ ଗୁରୁତ୍ବାରୋପ କରି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବେ ଦୀର୍ଘକାଳୀନ ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଉପରେ ଧ୍ୟାନ ଦେଇଛି। ପ୍ରଥମ ଥର ପାଇଁ ଏକ ପ୍ରୟାସ ଭାବରେ,ମନ୍ତ୍ରଣାଳୟ ଜାତୀୟ ରାଜପଥଗୁଡ଼ିକର ସ୍ଥିତି ତଦାରଖ କରିବା ପାଇଁ ଏକ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ କରିଛି।ଏହା ଅନ୍ତର୍ଗତ ରାସ୍ତା ଭିତ୍ତିଭୂମିର ନିୟମିତ ସମୀକ୍ଷା କରାଯାଉଛି। ଏହି ପଦକ୍ଷେପକୁ ଅଧିକ ବିକଶିତ କରିବା ପାଇଁ ମନ୍ତ୍ରଣାଳୟ ଉନ୍ନତ ଇଣ୍ଟେଲିଜେଣ୍ଟ ପେଭମେଣ୍ଟ ଆସେସମେଣ୍ଟ ଯାନ କ୍ରୟ କରିବାକୁ ଯୋଜନା କରିଛି। ସର୍ଭେ ଯାନଗୁଡ଼ିକ ଉଭୟ ଗଠନମୂଳକ ଏବଂ କାର୍ଯ୍ୟକ୍ଷମ ପେଭମେଣ୍ଟ ଅବସ୍ଥା ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ।  ସୂତ୍ର ଅନୁସାରେ, ଏହି ଉଚ୍ଚ-ପ୍ରଯୁକ୍ତିଯୁକ୍ ଯାନଗୁଡ଼ିକୁ ସମ୍ପ୍ରତି ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଛି।

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସମ୍ପ୍ରତି ମହାରାଷ୍ଟ୍ର ଏବଂ ଗୋଆର ରାଜପଥର ଗୁଣବତ୍ତା ଏବଂ ରକ୍ଷଣାବେକ୍ଷଣ ସମୀକ୍ଷା କରିଛନ୍ତି। ରାସ୍ତାରେ ଫାଟ, ଖାଲଖମା ଏବଂ ଫୁଟପାଥ୍ ଅସୁବିଧା ଭଳି ଦୃଶ୍ୟମାନ ତ୍ରୁଟିର ମୂଲ୍ୟାଙ୍କନ କରିବା ପାଇଁ ମନ୍ତ୍ରଣାଳୟ ପୂର୍ବରୁ ଅନେକ ରାଜପଥ କରିଡରରେ ନେଟୱାର୍କ ସର୍ଭେ ଯାନ (ଏନ୍‌ଏସ୍‌ଭି)ନିୟୋଜିତ କରିସାରିଛି। ସର୍ଭେ ପାଇଁ ଗୋଟିଏ ଗାଡ଼ିକୁ ଗୋଟିଏ ଦିନରେ ପ୍ରାୟ ୫୦-୬୦ କିଲୋମିଟର ଯାଞ୍ଚ୍ କରିବାକୁ ପଡୁଛି। ସର୍ଭେ ମାଧ୍ୟମରେ ସଂଗୃହିତ ତଥ୍ୟକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଏକ କେନ୍ଦ୍ରୀୟ ଡିଜିଟାଲ ସଂଗ୍ରହାଳୟକୁ ସ୍ଥାନାନ୍ତର କରାଯାଉଛି।

ରାଜପଥର ସ୍ଥିତି ତଦାରଖ କରିବେ ସରକାର : ଖାଲଖମା ଖୋଜିବା ପାଇଁ କିଣାଯିବ ସର୍ଭେ ଗାଡ଼ି

Town of 13,000 people spawns a Bundesliga

Leave a comment

Your email address will not be published. Required fields are marked *