ବିଡ଼ିଓଙ୍କୁ ଅରିନ୍ଦମ ରାୟ ଏବଂ ଅଭୟ ବାରିକ ବ୍ଳକ ଭିତରେ ପଶି ନାଲି ଆଖି ଦେଖାଇବା ଘଟଣା , ଟାଙ୍ଗି ବ୍ଲକରେ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

କନକ ବ୍ୟୁରୋ : ଟାଙ୍ଗି ବ୍ଳକରେ ଏବିଡ଼ିଓଙ୍କୁ ଅରିନ୍ଦମ ରାୟ ଏବଂ ଅଭୟ ବାରିକ ବ୍ଳକ ଭିତରେ ପଶି ନାଲି ଆଖି ଦେଖାଇବା ଘଟଣାରେ ଘଟଣାରେ, କାର୍ଯ୍ୟାନୁଷ୍ଠାନ ଦାବି କରି ଟାଙ୍କି ବ୍ଲକର ସମସ୍ତ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି ।
କାର୍ଯ୍ୟାଳୟକୁ ନଯାଇ କାର୍ଯ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ଭାବେ ବସି ରହିଛନ୍ତି । ଅନ୍ୟପଟେ ବ୍ଳକ ସମ୍ମୁଖରେ ବିଜେଡ଼ି ପକ୍ଷରୁ ମଧ୍ୟ ୨ ନେତାଙ୍କୁ ଗିରଫ ଦାବିରେ ପ୍ରତିବାଦ କରିଛନ୍ତି । ବ୍ଲକ ପରିସର ସମ୍ପୂର୍ଣ୍ଣ ପୁଲିସ୍ ଛାଉଣୀ ଦେଖିବାକୁ ମିଳିଛି । ସୁରକ୍ଷା ପାଇଁ ୨ ପ୍ଲାଟୁନ ଫୋର୍ସ ସହ ଡିଏସପି ଏବଂ ଟାଙ୍ଗି ଥାନା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।
English 






















































































































































































































































































































































































































































































































































































































































































































































































































































































































































































































































