#Local

ଆଫ୍ରିକାରେ ଇବୋଲା ଆତଙ୍କ , WHO ଘୋଷଣା କଲା ଜରୁରୀକାଳୀନ ସ୍ଥିତି

କନକ ବ୍ୟୁରୋ : ସାରା ବିଶ୍ବକୁ କରୋନା ଭାଇରସ ଅସ୍ଥିର କରିବା ପରେ ବର୍ତ୍ତମାନ ପୁଣି ମୁଣ୍ଡଟେକିଛି ଆଉ ଏକ ଭାଇରସ । ଆଫ୍ରିକୀୟ ଦେଶ କଙ୍ଗୋ ଓ  ଉଗାଣ୍ଡାରେ ତାଣ୍ଡବ ରଚୁଛି ଇବୋଲା । ୮୦ରୁ ଅଧିକ ମୃତ୍ୟୁ ହେବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି । ବୁଡିବୁଗ୍ଗୋ ଭାଇରାସ ଦ୍ୱାରା ଇବୋଲା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଅନ୍ୟପଟେ କଙ୍ଗୋରେ ୨୪୬ ଜଣ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯୭୬ ମସିହା ପରେ ପ୍ରଥମଥର ପାଇଁ କଙ୍ଗୋରେ ଏହି ଭାଇରସ ଦେଖାଯିବ ସହ ପ୍ରାଣଘାତି ସାଜିଛି । ସଂକ୍ରମଣ ବଢ଼ିବାରୁ ମୃତ୍ୟୁ ସହ କଟକଣା ବଢ଼ିବାରେ ଲାଗିଛି । ଠିକ ଯେମିତି କରୋନା ସମୟରେ କଟକଣା ଲାଗୁଥିଲା ଠିକ ସେହିପରି ଇବୋଲ ପାଇଁ ଆଫ୍ରିକୀୟ ଦେଶରେ କଟକଣା ବଢ଼ୁଛି । 

 ଅଧିକ ପଢ଼ନ୍ତୁ : ଆସୁଛନ୍ତି ‘ସେବି’ ମୁଖ୍ୟ ତୁହିନକାନ୍ତ ପାଣ୍ଡେ : ଭାରତୀୟ ମ୍ୟୁଚୁଆଲ୍‌ ଫଣ୍ଡ ସଂଘ କାର୍ଯ୍ୟକ୍ରମରେ ଦେବେ ଯୋଗ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା 
ଆଫ୍ରିକୀୟ ଦେଶ କଙ୍ଗୋ ଓ ଉଗାଣ୍ଡାରେ ତାଣ୍ଡବ ରଚୁଛି ଇବୋଲା  
୮୦ରୁ ଅଧିକଙ୍କ ପ୍ରାଣହାନି, ୨୪୬ରୁ ଅଧିକ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ 
ବୁଡ଼ିବୁଗ୍ଗୋ ଭାଇରସ୍‌ ଯୋଗୁଁ ବ୍ୟାପୁଛି ଇବୋଲା ସଂକ୍ରମଣ  
ବୁଡ଼ିବୁଗ୍ଗୋ ଭାଇରସ୍‌ ଇବୋଲାର ସବୁଠୁ ଘାତକ ଷ୍ଟ୍ରେନ୍  
ଉଷ୍ମକଟିବନ୍ଧୀୟ ଜଙ୍ଗଲରେ ଏହି ଭାଇରାସ ସକ୍ରିୟ ଥାନ୍ତି 
ବାଦୁଡ଼ି ଦ୍ୱାରା ଏହି ଭାଇରାସ ମଣିଷଙ୍କ ଠାରେ ବ୍ୟାପିବା ଆଶଙ୍କା ଅଧିକ 
ସଂକ୍ରମିତଙ୍କୁ ତୁରନ୍ତ ଚିକିତ୍ସା ନକଲେ ବଞ୍ଚାଇବା ଅସମ୍ଭବ 
ଇବୋଲା ସଂକ୍ରମିତଙ୍କର ବାନ୍ତି, ଦୁର୍ବଳ ଅନୁଭବ, ମୁଣ୍ଡବିନ୍ଧା ହୁଏ 
ପ୍ରବଳ ଜ୍ୱର, ମାଂସପେଶୀରେ ଯନ୍ତ୍ରଣା ଲକ୍ଷଣ ପ୍ରକାଶ  
ସଂକ୍ରମଣର ଲକ୍ଷଣ ୨ରୁ ୨୧ ଦିନ ଭିତରେ ଚିହ୍ନଟ ହୁଏ
ସଂକ୍ରମିତଙ୍କୁ ସଂଗରୋଧ ରହିବାକୁ ପଡ଼େ 
ସଂକ୍ରମିତଙ୍କ ଲାଳ, ରକ୍ତ, ବାନ୍ତି ସଂସ୍ପର୍ଶରେ ଆସିଲେ ସଂକ୍ରମଣ ଆଶଙ୍କା 
ହୁ ’ କହିଛି, ଏହା କରୋନା ଭଳି ସ୍ଥିତି ନୁହେଁ 
ସାଧାରଣ ଲୋକଙ୍କ ପାଇଁ ଏହା ଖୁବ୍ କମ୍ ବିପଦପୂର୍ଣ୍ଣ  
ଲୋକେ କୋଭିଡ୍ ସହ ଇବୋଲାର ତୁଳନା ନ କରନ୍ତୁ 
ସଂକ୍ରମଣ ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି 

ଆଫ୍ରିକାରେ ଇବୋଲା ଆତଙ୍କ , WHO ଘୋଷଣା କଲା ଜରୁରୀକାଳୀନ ସ୍ଥିତି

Odisha Baked at 42.9°C | Heatwave +

Leave a comment

Your email address will not be published. Required fields are marked *