#Local

ରାଜଧାନୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ କଲେ ସ୍ୱାଗତ

କନକ ବ୍ୟୁରୋ :ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ଦଳୀୟ ସାଂଗଠନିକ କାର୍ଯ୍ୟରେ କରିବେ ସମୀକ୍ଷା, ବିିଭିନ୍ନ ଗସ୍ତର ବି ରହିଛି କାର୍ଯ୍ୟକ୍ରମ । ରାଜଧାନୀରେ ପହଂଚିବା ପରେ  ଭବ୍ୟ ସ୍ୱାଗତ ।

ଭୁବନେଶ୍ୱରରେ ପହଂଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ରାଜଧାନୀରେ ପହଂଚିବା ପରେ ତାଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଛନ୍ତତି । ଏହାସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମନମୋହନ ସାମଲ ସମେତ କିଛି ମନ୍ତ୍ରୀ ଓ କିଛି ଆଗଧାଡ଼ିର ବିଜେପି ନେତା ତାଙ୍କୁ  ସ୍ୱାଗତ କରିଛନ୍ତି ।

ସେ ଏହି ଦୁଇଦିନିଆ ଗସ୍ତ ସମୟରେ ଦଳୀୟ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ସ୍ଥାନ ଗସ୍ତ କରିବେ । ତୃଣମୂଳସ୍ତରରେ ବିଜେପିକୁ ଦୃଢ କରିବା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ଫୋକସ କରିବା ଉପରେ ଗୁରୁତ୍ୱାରୋପ କରିବେ ବୋଲି ଅନୁମାନ କରାଯାଉଛି । 

 

Leave a comment

Your email address will not be published. Required fields are marked *