#Local

ଭିନ୍ନ ମୋଡ଼ରେ ଓଡ଼ିଶା ରାଜନୀତି ; ଅନ୍ତଃକନ୍ଦଳରେ ମାତିଛନ୍ତି ବିରୋଧୀ

କନକ ବ୍ୟୁରୋ: ଓଡ଼ିଶାର ରାଜନୀତି ଏବେ ଭିନ୍ନ ମୋଡ଼ ଦେଇ ଗତି କରୁଛି। ଅସନ୍ତୁଷ୍ଟ ନେତା ବିରୋଧୀ ଦଳଙ୍କ ଅଡ଼ୁଆ ବଢ଼ାଇ ଦେଇଛନ୍ତି। ନେତାଙ୍କ ଅନ୍ତଃକନ୍ଦଳ ଓ କ୍ଷମତାଲିପସା ମନୋଭାବ ଯୋଗୁଁ ବିରୋଧୀ କଂଗ୍ରେସ ଓ ବିଜେଡି ଭୋଟ୍ ଭାଗ ଭାଗ ହେବା ଆଶଙ୍କା କରାଯାଉଛି। ଯାହା ଶାସକ ଦଳକୁ ଆହୁରି ବଳ ଗୋଟାଇବାରେ ସହାୟକ ହେଉଛି ।  

        ଭାଗଭାଗ ହେବ କଂଗ୍ରେସ୍ ଭୋଟ୍! 
        ବିଜେଡି ଭୋଟ୍ ବି ହୋଇପାରେ ଭାଗଭାଗ 
        ବିଜେପିକୁ ସୁହାଉଛି ଗୋଳିଆ ପାଣି 

ପଞ୍ଚାୟତ, ପୌର ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଁଚିବା ପାଇଁ ବିରୋଧୀଙ୍କ ହାତରେ ମାଳମାଳ ପ୍ରସଙ୍ଗ ରହିଛି। କିନ୍ତୁ ବିରୋଧୀ ଯେମିତି ଆଭିମୁଖ୍ୟ ଦେଖାଇବା କଥା, ସେଭଳି ହେଉନି । ବରଂ ନିଜ ନିଜ ଭିତରେ ଅନ୍ତଃକନ୍ଦଳରେ ମାତିଛନ୍ତି। କଂଗ୍ରେସ ନେତା ଏକ ପ୍ରକାର ଭାଗ ଭାଗ ହୋଇଯାଇଛନ୍ତି। ବହିଷ୍କୃତ ହେବା ପରେ ମହମ୍ମଦ ମୋକିମ ଓଡ଼ିଶା ଜନତା କଂଗ୍ରେସ ଗଠନ କରି ସଂଗଠନ କରିବାରେ ଲାଗିଛନ୍ତି। ବିଶେଷକରି ଯେଉଁଠି କଂଗ୍ରେସର ଭୋଟ ରହିଛି ସେହି ଅଂଚଳରେ ମୋକିମ ଫୋକସ କରୁଥିବାରୁ ଆଗକୁ ଭୋଟ୍ ଭାଗ ଭାଗ ହେବାର ନେଇ ଆକଳନ କରାଯାଉଛି।  

ଅଧିକ ପଢ଼ନ୍ତୁ: ରାଉରକେଲା ଷ୍ଟିଲପ୍ଲାଣ୍ଟକୁ ନେଇ ବଡ଼ ଷଡ଼୍‌ଯନ୍ତ୍ର, ଘରୋଇ ସଂସ୍ଥା ହାତରେ ଟେକିଦେବାକୁ ଚାଲିଛି ବ୍ଲୁ ପ୍ରିଣ୍ଟ
.. ବିଜେଡିରେ ଅସନ୍ତୁଷ୍ଟ ନେତାଙ୍କ ଯୋଗୁଁ ଦଳର ଅଭେଦ୍ୟ ଗଡ଼ ଭୁଶୁଡୁଛି।ଉତ୍ତର, ଦକ୍ଷିଣ, ଉପକୂଳ ଓଡ଼ିଶାରେ ବିଜେଡି ଦୁର୍ବଳ ହେଉଛି। ଛାମୁଆ ନେତା, ଦଳବଳ ଧରି ବିଜେପି ମୁହାଁ ହେଉଛନ୍ତି। ଫଳରେ ବିଜେଡିର ଭୋଟ ଭାଗ ଭାଗ ହେବାକୁ ବସିଛି। 

            ଅନିଶ୍ଚିତତା ଭିତରେ ବିରୋଧୀଙ୍କ ଭାଗ୍ୟ !
            ବିରୋଧୀ ଦଳଙ୍କୁ ଦରକାର ମୃତ୍ୟୁ ସଞ୍ଜୀବନୀ!
ଗୋଟିଏ ପଟେ ବିରୋଧୀଙ୍କ ନିଷ୍କ୍ରିୟତା, ଅନ୍ୟପଟେ ମିଶ୍ରଣ ପର୍ବ ଜରିଆରେ ସଂଗଠନ ଶକ୍ତି ବଢ଼ାଉଛି ବିଜେପି। କ୍ଷମତା ପାଇଁ 
ବହୁ ନେତା ଓ କର୍ମୀ ବିଜେପି ମୁହାଁ ହେଉଛନ୍ତି । ବିଜେପିରେ ପୁରୁଖା ନେତା ଓ କର୍ମୀ ନିରବ ଅଛନ୍ତି। ଆଉ ଦଳୀୟ ସଂଗଠନ ଧିରେ ଧିରେ ମଜଭୁତ୍ ହେଉଛି। ଅନ୍ୟପଟେ ରାଜନୈତିକ ସମୀକ୍ଷକ କହିଛନ୍ତି, ଅସନ୍ତୁଷ୍ଟ ନେତା ବିଜେପିରେ ସାମିଲ ହେଲେ ବିରୋଧୀଙ୍କ ବିଶେଷ କ୍ଷତି ହେବ ନାହିଁ। ଆଗକୁ ପଞ୍ଚାୟତ, ପୌର ନିର୍ବାଚନ ଆସୁଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ଆଗାମି ରାଜ୍ୟ ରାଜନୀତିର ରୂପରେଖ ସ୍ଥିର କରିବ।  

ଭିନ୍ନ ମୋଡ଼ରେ ଓଡ଼ିଶା ରାଜନୀତି ; ଅନ୍ତଃକନ୍ଦଳରେ ମାତିଛନ୍ତି ବିରୋଧୀ

Young woman found hanging near NH-53 in

ଭିନ୍ନ ମୋଡ଼ରେ ଓଡ଼ିଶା ରାଜନୀତି ; ଅନ୍ତଃକନ୍ଦଳରେ ମାତିଛନ୍ତି ବିରୋଧୀ

Another handball ‘mess’ – is it time

Leave a comment

Your email address will not be published. Required fields are marked *