#Local

ପଶ୍ଚିମ ଏସିଆରେ ବଢ଼ିଲା ମହାଯୁଦ୍ଧ ଆଶଙ୍କା; ହର୍ମୁଜ ପ୍ରଣାଳୀ ପାଇଁ ଇରାନର ନୂଆ ରଣନୀତି

କନକ ବ୍ୟୁରୋ: ପଶ୍ଚିମ ଏସିଆର ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଆମେରିକାର ମଧ୍ୟସ୍ଥତାରେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧବିରତି ଅବଧିକୁ ୪୫ ଦିନ ବୃଦ୍ଧି କରାଯାଇଥିଲେ ହେଁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି। ହିଜବୋଲ୍ଲାର ନିରନ୍ତର ଡ୍ରୋନ୍ ଓ ମୋର୍ଟାର ଆକ୍ରମଣର ଜବାବରେ ଇସ୍ରାଏଲ ସେନା ଶୁକ୍ରବାର ଠାରୁ ଦକ୍ଷିଣ ଲେବାନନର ସୋର ଅଞ୍ଚଳ ସମେତ ପ୍ରାୟ ୧୦୦ଟି ଆତଙ୍କବାଦୀ ଭିତ୍ତିଭୂମି ଓ ଅସ୍ତ୍ରଶସ୍ତ୍ର ଡିପୋକୁ ଟାର୍ଗେଟ୍ କରିଛି। ମାର୍ଚ୍ଚ ୨ରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ଲେବାନନରେ ଏପର୍ୟ୍ୟନ୍ତ ୨,୯୬୯ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୯,୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଇରାନର ସରକାରୀ ଗଣମାଧ୍ୟମଗୁଡ଼ିକରେ ଏବେ ସାଧାରଣ ନାଗରିକଙ୍କୁ ଏକେ-୪୭ ରାଇଫଲ୍ ବ୍ୟବହାର କରିବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି। 

ଏହି ସମୟରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ”ହର୍ମୁଜ ପ୍ରଣାଳୀ”କୁ ନେଇ ଇରାନ ଏକ ନୂତନ “ଟ୍ରାଫିକ୍ ପରିଚାଳନା ପ୍ରଣାଳୀ” ଘୋଷଣା କରି ସଙ୍କେତ ଦେଇଛି ଯେ କେବଳ ତାକୁ ସହଯୋଗ କରୁଥିବା ବନ୍ଧୁ ଦେଶର ଜାହାଜଗୁଡ଼ିକୁ ଯାତାୟାତର ଅନୁମତି ମିଳିବ। ଆମେରିକାର “ପ୍ରୋଜେକ୍ଟ ଫ୍ରିଡମ୍” ସହିତ ଜଡ଼ିତ ଶତ୍ରୁ ଜାହାଜଗୁଡ଼ିକୁ ସମ୍ପୂର୍ଣ୍ଣ ରୋକାଯିବ। 

ଅନ୍ୟପଟେ ଆମେରିକୀୟ ସେନା ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଏପର୍ୟ୍ୟନ୍ତ ୭୮ଟି ଜାହାଜକୁ ଫେରାଇ ଦେଇଛି। ଇରାନର ସର୍ବୋଚ୍ଚ ନେତାଙ୍କ ପରାମର୍ଶଦାତା ମହମ୍ମଦ ମୋଖବର କୁୱେତ ଓ ୟୁଏଇକୁ ଚେତାବନୀ ଦେଇ କହିଛନ୍ତି ଯେ ଶତ୍ରୁଙ୍କୁ ସହାୟତା କଲେ ପରିଣାମ ଭୟଙ୍କର ହେବ। ଏହି ଉତ୍ତେଜନା ମଧ୍ୟରେ ୟୁଏଇର ଆବୁଧାବି ସ୍ଥିତ ବାରାକା ଆଟୋମିକ୍ ପ୍ଲାଣ୍ଟ ନିକଟରେ ଏକ ଡ୍ରୋନ ଆକ୍ରମଣ ଯୋଗୁଁ ଜେନେରେଟରରେ ନିଆଁ ଲାଗିଯାଇଛି। ସେହିପରି ଗାଜାର ଖାନ ୟୁନିସରେ ଶକ୍ତିଶାଳୀ ବିସ୍ଫୋରଣ ସାରା ଅଞ୍ଚଳରେ ଯୁଦ୍ଧର ନିଆଁକୁ ଆହୁରି ତେଜି ଦେଇଛି।

ପଶ୍ଚିମ ଏସିଆରେ ବଢ଼ିଲା ମହାଯୁଦ୍ଧ ଆଶଙ୍କା; ହର୍ମୁଜ ପ୍ରଣାଳୀ ପାଇଁ ଇରାନର ନୂଆ ରଣନୀତି

Heatwave Alert: Odisha boils as 11 cities

ପଶ୍ଚିମ ଏସିଆରେ ବଢ଼ିଲା ମହାଯୁଦ୍ଧ ଆଶଙ୍କା; ହର୍ମୁଜ ପ୍ରଣାଳୀ ପାଇଁ ଇରାନର ନୂଆ ରଣନୀତି

Odisha Police bust IPL betting racket in

Leave a comment

Your email address will not be published. Required fields are marked *