#Local

ମହାପ୍ରଭୁଙ୍କ ନିଆରା ସେବକ ବୀରେନ୍ଦ୍ର, ରଥକାମ କରିବାକୁ କରିଥିଲେ ମାନସିକ

କନକ ବ୍ୟୁରୋ :  ମହାପ୍ରଭୁଙ୍କ ସେବା କରିବାକୁ ବ୍ୟାକୁଳ ଥାଏ ଭକ୍ତଟିଏ। ବୃତ୍ତିକୁ ପଛରେ ପକାଇ ସେବାକୁ ଦେଇଥାଏ ଗୁରୁତ୍ୱ। ଏମିତି ଜଣେ ସେବକ ହେଲେ କଟକ ରାଜା ବଗିଚା ଅଞ୍ଚଳର ବୀରେନ୍ଦ୍ର ମହାରଣା। ମାନସିକ ଥିଲା ଦିନେ କାଳିଆର ରଥ ନିର୍ମାଣରେ ନିଜକୁ ନିୟୋଜିତ କରିବେ। ଆଉ ଆଜି ସେ ସୁଯୋଗ ଆସି ପହଞ୍ଚିଛି। ରଥ ଖଳାରେ ଶ୍ରୀଜିଉଙ୍କ ରଥକାମରେ ଲାଗିଛନ୍ତି ବୀରେନ୍ଦ୍ର। ରୂପ କାର୍ୟ୍ୟ କରୁଛନ୍ତି ରୂପକାର ସେବକ। ଚଳିତ ବର୍ଷ ପ୍ରଥମ ଥର କରି ସେ ରଥ କାମରେ ନିୟୋଜିତ ଅଛନ୍ତି। ପିଲା ବେଳର ଇଚ୍ଛା ପୂରଣ ହୋଇପାରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଛନ୍ତି। ଶ୍ରୀଜିଉଙ୍କ ସେବାରେ ନିୟୋଜିତ ଥିବାରୁ ତାଙ୍କ ଜନ୍ମ ସାର୍ଥକ ହେଲା ବୋଲି  କହିଛନ୍ତି ବୀରେନ୍ଦ୍ର। ରଥ ଖଳାରେ ସମର୍ପଣ ଭାବ ନେଇ ନିହଣ ମୁଗୁର ବାଡ଼ଉଥିବା ବୀରେନ୍ଦ୍ରଙ୍କୁ ଦେଖିଲେ, ମହାପ୍ରଭୁଙ୍କ ପ୍ରତି ଥିବା ତାଙ୍କର ଦୃଢ଼ ବିଶ୍ୱାସ ଓ ଭକ୍ତି ଭାବ ବେସ୍ ବାରିହୋଇପଡ଼େ। ଠାକୁରଙ୍କ ସେବାକୁ ପ୍ରାଥମିକତା ଦେଇ ତ୍ୟାଗ, ନିଷ୍ଠା ଏବଂ ସମର୍ପଣ ଭାବ ରଖି ସେ କାର୍ୟ୍ୟ କରିଚାଲିଛନ୍ତି।

 

 

ମହାପ୍ରଭୁଙ୍କ ନିଆରା ସେବକ ବୀରେନ୍ଦ୍ର, ରଥକାମ କରିବାକୁ କରିଥିଲେ ମାନସିକ

CBSE slashes re-evaluation fees from Rs 500

Leave a comment

Your email address will not be published. Required fields are marked *