ସ୍ବାମୀ ପାଇଁ ଗୁହାରି ପଡ଼ିଛି ଏ ସାବିତ୍ରୀ ; କାନିପାତି ମାଗୁଛି ଶଂଖା, ସିନ୍ଦୂରର ଆୟୁଷ

କନକ ବ୍ୟୁରୋ: ହେ ଦୟାମୟ… ଦୁଃଖହାରୀ ତୁମେ ପରା ସତୀ ନାରୀର ଶକ୍ତି ଅସହାୟର ବଡ଼ ଆଶ୍ରା । ହେଲେ ମୋତେ ଏତେ ଅସହାୟ କରିଦେଲ କାହିଁକି ମହାପ୍ରଭୁ ? କି ଅପରାଧ କରିଛି କୁହ ? ସ୍ବାମୀ ମୋର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି, ତୁମର ଚକା ଆଖିରେ କ’ଣ ତୁମେ ଦେଖିପାରୁନ , ତୁମର ଅସଂଖ୍ୟ କର୍ଣ୍ଣରେ କ’ଣ ମୋ ଗୁହାରି ଶୁଣିପାରୁନ? ହେ ଇଚ୍ଛାମୟ! ତୁମ ଛଡ଼ା ମୋର ଆଉ କେହି ନାହିଁ , ଅଥଳ ସମୁଦ୍ରରେ ମୁଁ ଥଳକୂଳ ପାଉନି । ମୋତେ ଉଦ୍ଧାର କର ପ୍ରଭୁ ! ଉଦ୍ଧାର କର ! ମୋ ସୀମନ୍ତରେ ସିନ୍ଦୂର, ହାତରେ ଦିପଟ ଶଂଖାକୁ ଏମିତି ରଖିଥାଅ ମହାପ୍ରଭୁ, ! ହେ ଠାକୁରେ, ରଖିଲେ ରଖ, ମାରିଲେ ମାର, ହେଲେ ତୁମ ଛଡ଼ା ମୋର ଗତି ନାହିଁ, ଦୟାକର, ଦୟାକର , ଦୟାକର…
ଆଜି କିଏ ମନ୍ଦିର ଯାଇ ଫଳମୂଳ, ନୂଆ ବସ୍ତ୍ର, ନେଇ ଦିଅଁ ପୂଜା କରୁଛି ନିଜ ସ୍ବାମୀଙ୍କ । ହେଲେ ଲକ୍ଷ୍ମୀପ୍ରିୟା ଆଜି ବଡ଼ଦିଅଁଙ୍କ ଆଗରେ କାନ୍ଦି କାନ୍ଦି ଏମିତି ଗୁହାରି କରୁଛି ସ୍ବାମୀଙ୍କ ଜୀବନ ପାଇଁ । ମନରେ ଅଜସ୍ର କୋହ, ଆଖିରୁ ଝରୁଛି ଅନବରତ ଲୁହ । ବଡ଼ ଠାକୁରଙ୍କ ଆଗରେ ବିକଳ ହୋଇ କାନ୍ଦି କାନ୍ଦି ଗୁହାରିଆ ପଡ଼ିଛନ୍ତି ଲକ୍ଷ୍ମୀପ୍ରିୟା ।
ମଶିଣା ଉପରେ ପଡ଼ିଥିବା ଇଏ ହେଉଛନ୍ତି ବାଲେଶ୍ବର ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତ ଚାଷୀପଡ଼ା ଗାଁର ସତ୍ୟବ୍ରତ ରଣା । ଦିନ ଥିଲା ଗାଁ ଛକରେ ତେଲଭାଜି ଦୋକାନଟେ କରି ଯାହା ରୋଜଗାର କରୁଥିଲେ ସେଥିରେ ନିଜ ପରିବାର ପୋଷୁଥିଲେ । ହେଲେ ବିଧାତା ବିଣି ହେଲା। ଧୀରେ ରକ୍ତଚାପ ବଢ଼ିବା ସହ ଡାଏବେଟିସ୍ ବଢ଼ିଲା । ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ନେଇ ଡାକ୍ତର ଦେଖାଇବାରୁ ସେ କଟକ ବଡ଼ ମେଡିକାଲ ରେଫର କଲେ । ସେଠାରେ ପରୀକ୍ଷାରୁ ଜଣାପଡ଼ିଲା ସତ୍ୟବ୍ରତଙ୍କ ଦୁଇଟିଯାକ କିଡନି ଖରାପ ହୋଇଯାଇଛି । ସେଇଦିନଠୁ ଲକ୍ଷ୍ମୀପ୍ରିୟାଙ୍କ ମୁହଁରୁ ହସ ହଜିଯାଇଛି ।
ପାଖରେ ଯାହା ଥିଲା ସ୍ବାମୀଙ୍କ ପାଇଁ ସବୁ ବିକିଭାଙ୍ଗି ସାରିଲେଣି । ଏବେ ଘର ଘର ବୁଲି ସାହାଯ୍ୟ ମାଗୁଛନ୍ତି । କାନିପାତି ସ୍ବାମୀଙ୍କ ପାଇଁ ଭିକ ମାଗୁଛନ୍ତି । ତାଙ୍କ ଲୁହ ଦେଖି ଗାଁ ଲୋକଙ୍କ ଆଖି ବି ବୋଲ ମାନୁନି ।
ସବୁ କିଛି ହରାଇସାରିବା ପରେ ବି ଉପରବାଲା ଉପରେ ଅଖଣ୍ଡ ବିଶ୍ବାସ ରଖି କରିଚାଲିଛନ୍ତି ସ୍ବାମୀଙ୍କ ସେବା । ତାଙ୍କରି ପାଦ ତଳେ ଦେଖୁଛନ୍ତି ନିଜ ବର୍ତ୍ତମାନ , ଭବିଷ୍ୟତ । ମନରେ ଦୃଢ଼ ବିଶ୍ବାସ ପ୍ରଭୁଙ୍କ କରୁଣାରୁ ତାଙ୍କ ସ୍ବାମୀଙ୍କ ଆୟୁଷ ବଢ଼ିବ ନିଶ୍ଚୟ । ନିଇତି ମଥାରେ ନାଉଛନ୍ତି ନାଲି ସିନ୍ଦୁର, ଦେଖିଛନ୍ତି ଅହ୍ୟ ସୁଲକ୍ଷଣୀ ହେବାର ସ୍ବପ୍ନ । ମାଗୁଛନ୍ତି ସରକାରୀ ସାହାଯ୍ୟ…
ଅଧିକ ପଢ଼ନ୍ତୁ: ୭୦ପାର୍ ହେଲେ ମିଳୁଛି ଏହି ସୁବିଧା : ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟସେବା,ଘରେ ବସି କରନ୍ତୁ ଗୋଟିଏ କାମ
ମା’ର ଦୁଃଖ ପୁଅ ବି ସହିପାରୁନି । ସେ ବି ବୁଝିପାରିଛି ମା’ର ବ୍ୟଥା । ସେ ବି ନେହୁରା ହେଉଛି ସାହାଯ୍ୟ ପାଇଁ…
ବାଇଟ: ସତ୍ୟବତଙ୍କ ପୁଅ
ଯଦି କେହି ସହୃଦୟ ବ୍ୟକ୍ତି ସତ୍ୟବ୍ରତଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ଠିକଣା ହେଉଛି
NAME-SATYABRATA RANA
BANK-STATE BANK OF INDIA
BRANCH-AMARDA ROAD
ACCOUNT NO-40332082332
IFSC CODE –SBIN0006420
Phone PAY – 9583789958
MOB – 9583789958
English 

















































































































































































































































































































































































































































































































































































































































































































































































































































































