ମହୁ ଖାଇବା ପରେ ଡଗ୍ ୱେଲରେ ପଡ଼ିଲା ଭାଲୁ , ଉଦ୍ଧାର ପାଇଁ ବନ ବିଭାଗର ଅପରେସନ

କନକ ବ୍ୟୁରୋ : ଡଗ୍ ୱେଲରେ ବିଶାଳକାୟ ଭାଲୁ । କପ୍ତିପଦା ବନାଞ୍ଚଳ ଦିନାସାହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଡାଗୱେଲରେ ପଡ଼ିଛି ଜଙ୍ଗଲୀ ଭାଲୁ । ଭାଲୁଟି ଜଙ୍ଗଲରୁ ଆସି ପ୍ରଥମେ ଏକ ଛୋଟ କୂଅ ଭିତରେ ପଶିବା ପରେ ସେଠାରୁ ନିଜେ ବାହାରି ମହୁ ଖାଇଥିଲା ଏବଂ ମହୁ ଖାଇ ଗାଁ ଆଡ଼କୁ ଯିବା ସମୟରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଏକ ଡଗ ୱେଲ ଭିତରେ ଭାଲୁଟି ଗଳି ପଡ଼ିଛି । ଡଗ ୱେଲଟି ଶୁଖିଲା ଥିବାବେଳେ ବାହାରିବା ପାଇଁ ଭାଲୁଟି ଉଦ୍ୟମ ଚଳାଇଛି ।
ଅଧିକ ପଢ଼ନ୍ତୁ : କେନ୍ଦୁପତ୍ର ସଂଗ୍ରହ ବେଳେ ଭାଲୁ ଆକ୍ରମଣ , ଯୁବକ ଗୁରୁତର
ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଭାଲୁ ନିକଟକୁ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି । ପ୍ରାୟ ୧୫ ଫୁଟ ତଳେ ଭାଲୁଟି ଫସିରହିଥିବାବେଳେ ତାକୁ ଉଦ୍ଧାର କରିବା ପାଇଁ ରାପିଡ୍ ରେସପନ୍ସ ଟିମର ସହାୟତା ଲୋଡ଼ିଛି ବନ ବିଭାଗ । ଭାଲୁ ଦେଖିବା ପାଇଁ ଗ୍ରାମବାସୀ ସେଠାରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।
English 































































































































































































































































































































































































































































































































































































































































































































































































































































