୨୦୨୬ ର ଚର୍ଚ୍ଚିତ ଛାଡ଼ପତ୍ର : ବଲିଉଡରୁ ନେଇ ଟିଭି ପର୍ଯ୍ୟନ୍ତ, ଅଲଗା ହେଲେ ଏହି ଦମ୍ପତି

କନକ ବ୍ୟୁରୋ : କଥାରେ ଅଛି ଯୋଡ଼ି ଉପରବାଲା ବନାନ୍ତି କିନ୍ତୁ ସିନେମା ଜଗତରେ ଏହି ଯୋଡ଼ି କେତେ ଦିନ ତିଷ୍ଟିବ ତାହା କହିବା ଭାରି ମୁସ୍କିଲ୍ । ଟିଭି ହେଉ କି ବଲିଉଡ୍ କିମ୍ବା ସାଉଥ୍ ସିନେ ଇଣ୍ଡଷ୍ଟ୍ରି ଏଇଠି ପ୍ରେମ-ସଂପର୍କ ଯେତେ ଜଲଦି ଗଢ଼ିଉଠେ ଆଉ ବିବାହର ରୂପ ନିଏ । ସେଇଠି ଛାଡ଼ପତ୍ର ମଧ୍ୟ ଚୁଟକି ମାରି ହୋଇଯାଏ । ରିଲେସନସିପ୍ ବେଳେ ଯେଉଁ କପଲ୍ ଲଭ୍-ବାର୍ଡ ବୋଲାଉଥିଲେ ବିବାହ ମାତ୍ରେ ଦମ୍ପତିଙ୍କ ଭିତରେ ଆଉ ସେହି କେମେଷ୍ଟ୍ରି ଦେଖିବାକୁ ମିଳୁନି ଯେଉଁ କାରଣରୁ ୪,୫ ବର୍ଷରେ ହିଁ ବିବାହ ବିଚ୍ଛେଦ ଭଳି ମାମଲା ଦେଖିବାକୁ ମିଳୁଛି । ଚଳିତବର୍ଷ ଅର୍ଥାତ୍ ୨୦୨୬ ମସିହାକୁ ମାତ୍ର ୫ ମାସ ବିତିଛି କିନ୍ତୁ ଏହାରି ଭିତରେ ବଲିଉଡରୁ ଟଲିଉଡ୍ ପର୍ଯ୍ୟନ୍ତ ଅନେକ ଲୋକପ୍ରିୟ ଯୋଡ଼ିଙ୍କ ସମ୍ପର୍କରେ ଲାଗିଛି ବିଚ୍ଛେଦର ମୋହର । ତେବେ ଆଜି ଆମେ ଆଲୋଚନା କରିବା ସେହି ଚର୍ଚ୍ଚିତ ଯୋଡ଼ିଙ୍କ ସଂପର୍କରେ ଯେଉଁମାନଙ୍କ ବିବାହ ଚଳିତବର୍ଷ ବିଚ୍ଛେଦରେ ପରିଣତ ହୋଇଛି ।
ଆଗକୁ ପଢ଼ନ୍ତୁ : ୪ ବର୍ଷ ତଳେ ବାହା ହୋଇଥିଲେ : ଭାଙ୍ଗିଯିବ କି ମୌନୀ ରୟଙ୍କ ସଂସାର ? ଛାଡ଼ପତ୍ରକୁ ନେଇ ହେଲାଣି ଚର୍ଚ୍ଚା
୧. ଜୟ ଭାନୁଶାଳୀ ଓ ମାହି ବିଜ୍
ଟେଲିଭିଜନ ଦୁନିଆର ଏହି ଲୋକପ୍ରିୟ ଯୋଡ଼ି ୧୪ ବର୍ଷର ସମ୍ପର୍କ ପରେ ଜାନୁଆରୀ ୨୦୨୬ରେ ଛାଡ଼ପତ୍ର ଘୋଷଣା କରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ । ଉଭୟଙ୍କ କହିବା କଥା ଥିଲା ଏହା ଏକ ପାରସ୍ପରିକ ନିଷ୍ପତ୍ତି । ସେମାନେ ନିଜର ସନ୍ତାନଙ୍କ ପାଇଁ ‘କୋ-ପ୍ୟାରେଣ୍ଟିଂ’ ଜାରି ରଖିବେ ବୋଲି ସ୍ପଷ୍ଟ କରିଥିଲେ ।
୨. ଥାଲାପଥି ବିଜୟ ଓ ସଙ୍ଗୀତା
ସାଉଥ୍ ସୁପରଷ୍ଟାର ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଯୋସେଫ୍ ବିଜୟଙ୍କ ବୈବାହିକ ଜୀବନରେ ମଧ୍ୟ ଚଳିତବର୍ଷ ଝଡ଼ ସୃଷ୍ଟି ହୋଇଥିଲା । ପତ୍ନୀ ସଙ୍ଗୀତା ସୋରନାଲିଙ୍ଗମ୍ ଚଳିତ ବର୍ଷ ଫେବୃଆରୀରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ସଙ୍ଗୀତା ଅଭିଯୋଗ କରିଛନ୍ତି ଯେ, ବିଜୟଙ୍କର ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ସମ୍ପର୍କ ରହିଛି । ଏହି ମାମଲାର ଶୁଣାଣି ଜୁନ୍ ମାସରେ ହେବ ।
୩. ହଂସିକା ମୋଟୱାନୀ ଓ ସୁହେଲ ଖତୁରିଆ
ସାକା ଲାକା ବୁମ୍ ବୁମ୍ ଭଳି ଧାରାବାହିକରୁ ଲୋକପ୍ରିୟତା ସାଉଁଟିଥିବା ଅଭିନେତ୍ରୀ ହଂସିକା ମୋଟୱାନୀ ମାର୍ଚ୍ଚ ୨୦୨୬ରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ । ଡିସେମ୍ବର ୨୦୨୨ରେ ବାହା ହୋଇଥିବା ଏହି ଦମ୍ପତି ମାତ୍ର କିଛି ବର୍ଷ ଭିତରେ ମତାନ୍ତର କାରଣରୁ ଅଲଗା ହୋଇଯାଇଥିଲେ ।
୪. ଏଭଲିନ୍ ଶର୍ମା ଓ ତୁଷାନ୍ ଭିଣ୍ଡି
୫ ବର୍ଷର ବୈବାହିକ ଜୀବନ ପରେ ଏଭଲିନ୍ ନିଜ ଅଷ୍ଟ୍ରେଲୀୟ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଉଭୟ ଦୁଇ ସନ୍ତାନର ପିତାମାତା ହୋଇଥିଲେ ମଧ୍ୟ ଏବେ ସେମାନେ କେବଳ ‘ଆଜୀବନ ବନ୍ଧୁ’ ଓ ‘କୋ-ପ୍ୟାରେଣ୍ଟ୍’ ଭାବରେ ରହିବାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ସବୁ ଛାଡ଼ପତ୍ର ଭିତରେ ଏବେ ଆଉ ଜଣେ ଚର୍ଚ୍ଚିତ ଚେହେରା ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି । ଅଭିନେତ୍ରୀ ମୌନି ରୟ ଓ ସୁରଜ ନାମ୍ବିଆରଙ୍କ ସମ୍ପର୍କକୁ ନେଇ ଏବେ ଗୁଜବ ସରଗରମ ରହିଛି । ଇନ୍ଷ୍ଟାଗ୍ରାମ୍ରେ ପରସ୍ପରକୁ ଅନଫଲୋ କରିବା ଏବଂ ମୌନି ଫଟୋ ଡିଲିଟ୍ କରିବା ପରେ ଉଭୟ ଅଲଗା ରହୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସମୟ ହିଁ କହିବ ଏହି ଦମ୍ପତିଙ୍କ ସଂପର୍କରେ ଫାଟ ସୃଷ୍ଟି ହେବା ଖବର ସତ ନା ଗୁଜବ ।
English 




















































































































































































































































































































































































































































































































































































































































































































































































































































