#Local

ଭାରତକୁ ବଡ଼ ସଙ୍କଟ ଆଶଙ୍କା : ୧୮୭୭ ଦୁର୍ଭିକ୍ଷ ଇତିହାସ ଦୋହରାଇପାରେ ‘ସୁପର ଏଲ୍ ନିନୋ’

କନକ ବ୍ୟୁରୋ : ଭାରତ ପାଇଁ ବଡ଼ ସଙ୍କଟ । ୨୦୨୬ରେ ଆସୁଛି ‘ସୁପର ଏଲ୍ ନିନୋ’, ୧୮୭୭ର ଭୟଙ୍କର ଦୁର୍ଭିକ୍ଷ ଇତିହାସ ଦୋହରାଇବା ଆଶଙ୍କା । ଭାରତୀୟ ପାଣିପାଗ ଏବଂ ଅର୍ଥନୀତି ପାଇଁ ଏକ ବଡ଼ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ସୁପର ଏଲ୍ ନିନୋ’ ଯୋଗୁଁ ଚଳିତ ୨୦୨୬ ବର୍ଷରେ ଭାରତୀୟ ମୌସୁମୀ ଗମ୍ଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ବିଶ୍ୱର ବିଭିନ୍ନ ପାଣିପାଗ ସଂସ୍ଥା ଏବଂ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ପ୍ରଭାବ ଯୋଗୁଁ ଦେଶରେ ପ୍ରବଳ ମରୁଡ଼ି ଏବଂ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇପାରେ, ଯାହା ଇତିହାସର ସବୁଠାରୁ ଭୟଙ୍କର କାଳଖଣ୍ଡ ୧୮୭୭ ମସିହାର ମରୁଡ଼ି ଓ ଦୁର୍ଭିକ୍ଷର ସ୍ମୃତିକୁ ମନେ ପକାଇ ଦେଉଛି । ପାଣିପାଗ ବିଶେଷଜ୍ଞ ଏବଂ ଇତିହାସକାରଙ୍କ ଅନୁଯାୟୀ, ୧୮୭୬-୧୮୭୮ ମସିହା ମଧ୍ୟରେ ଏକ ଶକ୍ତିଶାଳୀ ‘ସୁପର ଏଲ୍ ନିନୋ’ ସୃଷ୍ଟି ହୋଇଥିଲା । ଏହାର ସବୁଠାରୁ ଭୟଙ୍କର ପ୍ରଭାବ ୧୭୭ ମସିହାରେ ଭାରତ ଉପରେ ପଡ଼ିଥିଲା । ସେତେବେଳେ ମୌସୁମୀ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିଲା ଏବଂ ସମଗ୍ର ଦେଶରେ ଏକ ବଡ଼ ଦୁର୍ଭିକ୍ଷ ଦେଖାଦେଇଥିଲା । ବୃଷ୍ଟିପାତ ଅଭାବରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଖାଦ୍ୟ ଓ ପାଣି ବିନା ଦେଶରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ଅଧିକ ପଢ଼ନ୍ତୁ : ମାଲକାନଗିରିରେ ତେଲ ସଙ୍କଟ : ପେଟ୍ରୋଲ ପମ୍ପରେ ‘ନୋ ଷ୍ଟକ’ ବୋର୍ଡ

ଭାରତକୁ ‘ସୁପର ଏଲ୍‌ ନିନୋ’ ଭୟ!
୨୦୨୬ରେ ମାଡ଼ି ଆସୁଛି ‘ସୁପର ଏଲ୍‌ ନିନୋ’
ଏବେ ମହାସାଗରଗୁଡ଼ିକର ତାପମାତ୍ରା ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି
ମେ’ ରୁ ଜୁଲାଇ ମଧ୍ୟରେ ଏଲ୍ ନିନୋ ସକ୍ରିୟ ହେବାର ପ୍ରାୟ ୮୨% ସମ୍ଭାବନା 
୦୨୭ ପ୍ରାରମ୍ଭ ପର୍ଯ୍ୟନ୍ତ ଜାରି ରହିପାରେ ‘ଏଲ୍‌ ନିନୋ’ ପ୍ରଭାବ
ଫଳରେ ମୌସୁମୀ ବାୟୁକୁ ଦୁର୍ବଳ କରିବ ‘ଏଲ୍‌ ନିନୋ’ 
ମୌସୁମୀର ଦ୍ୱିତୀୟାର୍ଦ୍ଧରେ ‘ସୁପର ଏଲ୍ ନିନୋ’ ଭାରତରେ ବର୍ଷାର ପରିମାଣ କମାଇ ଦେଇପାରେ
ଭାରତର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ସ୍ୱାଭାବିକ ଠାରୁ ବହୁତ କମ୍ ବର୍ଷା ହୋଇପାରେ
ଭାରତୀୟ କୃଷି କ୍ଷେତ୍ର ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ
ବର୍ଷା କମ୍‌ ହେଲେ ଧାନ, ଡାଲି ଏବଂ ତୈଳବୀଜ ଭଳି ପ୍ରମୁଖ ଖରିଫ ଫସଲର ଉତ୍ପାଦନ ହ୍ରାସ ପାଇବ
ଗ୍ରାମାଞ୍ଚଳର ଆୟ କମିଯିବ ଏବଂ ବଜାରରେ ଖାଦ୍ୟ ସାମଗ୍ରୀର ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇବା ଆଶଙ୍କା 

ଭାରତକୁ ବଡ଼ ସଙ୍କଟ ଆଶଙ୍କା : ୧୮୭୭ ଦୁର୍ଭିକ୍ଷ ଇତିହାସ ଦୋହରାଇପାରେ ‘ସୁପର ଏଲ୍ ନିନୋ’

Large-scale Ukrainian drone attack kills three in

Leave a comment

Your email address will not be published. Required fields are marked *