ରାସ୍ତା କଡ଼ ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ଅଞ୍ଚଳରେ ଚାଞ୍ଚଲ୍ୟ

କନକ ବ୍ୟୁରୋ : ରାସ୍ତାକଡ଼ ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅନୁଗୁଳ ପାଲଲହଡ଼ା ଥାନା ଅନ୍ତର୍ଗତ ରେଙ୍ଗାଳି ଥାନା ଚେକଗେଟ୍ ରାସ୍ତା କଡ଼ରେ ଥିବା ଏକ ଗଛରେ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଅଧିକ ପଢ଼ନ୍ତୁ : ସୁବର୍ଣ୍ଣପୁରରେ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ଆତ୍ମହତ୍ୟା ନା ହତ୍ୟା? ପୁଲିସ ତଦନ୍ତରେ ଖୋଲିବ ସତ୍ୟ
ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଯୁବତୀଙ୍କୁ କେହି ମାରି ଟାଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟ ଓ କ୍ରୋଧର ପରିବେଶ ସୃଷ୍ଟି ହୋଇଛି ।
English 
















































































































































































































































































































































































































































































































































































































































































































































































































