#Local

ଦାଦନ ଶ୍ରମିକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ , ଇଟାଭାଟି ମାଲିକ ଉପରେ ଗୁରୁତର ଅଭିଯୋଗ

କନକ ବ୍ୟୁରୋ ଦାଦନର କରୁଣ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି । ରାଜ୍ୟ ବାହାର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନାବାଳକ ଦାଦନ ଶ୍ରମିକଙ୍କ ସେଠାରେ ଟ୍ରାକ୍ଟର ଚାପାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ପରେ ଇଟାଭାଟି ମାଲିକ ଶବକୁ ଗାଁକୁ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଟଙ୍କା ଦେଇ ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଅସନ୍ତୋଷ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବରିଆଳି ଗାଁର ମକାରୁ ଧରୁଆଙ୍କ ନାବଳିକ ପୁଅ ଗତ ୫ ମାସ ତଳେ ଗାଁର ଓ ଆଖପାଖ ଅଞ୍ଚଳର ଅନ୍ୟ କିଛି ପରିବାର ସହ ମିଶି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ ।

ଅଧିକ ପଢ଼ନ୍ତୁ : କେବେ ସରିବ ବଲାଙ୍ଗୀରର ଦାଦନ ଦୁଃଖ ? କେତେ ମୁଣ୍ଡ ଗଡ଼ିଲେ ଚେତିବେ ସରକାର ?

ତୁରେକେଲା ବ୍ଲକ ଗଭରା ଗାଁର ଜଣେ ଦାଦନ ସର୍ଦ୍ଦାର ସେମାନଙ୍କୁ ଆଗୁଆ ବଇନା ଦେଇ ବାହାର ରାଜ୍ୟର ଏକ ଇଟାଭାଟିକୁ ପଠାଇଥିଲା । ଇଟାଭାଟିରେ କାମ କରୁଥିବା ସମୟରେ ନାବାଳକଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ ବା ପୁଲିସକୁ ନଜଣାଇ ରାଜ୍ୟ ବାହାରର ସେହି ଇଟାଭାଟି ମାଲିକ ନିଜେ ଶବକୁ ଗାଁକୁ ନେଇ ଆସିଥିଲା । ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ସହ ମାମଲାକୁ ଚପାଇବା ପାଇଁ ଦେଢ଼ ଲକ୍ଷ ଟଙ୍କାର ସହଯୋଗ ରାଶି ଯାଚିଥିବା ଏବଂ ଏହି ବିଷୟରେ କାହାକୁ ନକହିବାକୁ କହିଥିବା ଜଣାପଡ଼ିଛି । ବେଆଇନ ଦାଦନ ଚାଲାଣ କରୁଥିବା ସର୍ଦ୍ଦାର ଏବଂ ଘଟଣାକୁ ଲୁଚାଉଥିବା ଇଟାଭାଟି ମାଲିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ ନାବାଳିକାଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଦାବି କରିଛନ୍ତି । 

Leave a comment

Your email address will not be published. Required fields are marked *