ସୋର ଷ୍ଟେସନରୁ ୨୭ ଛାତ୍ରଛାତ୍ରୀ ଉଦ୍ଧାର , ଅନୁଗୁଳ ଯାତ୍ରାବେଳେ ରେଳବାଇର ହସ୍ତକ୍ଷେପ

କନକ ବ୍ୟୁରୋ : ସୋର ଷ୍ଟେସନ୍ରୁ ୨୭ ଛାତ୍ରଛାତ୍ରୀ ଉଦ୍ଧାର । ଅନୁଗୁଳ ଅଭିମୁଖେ ଯାଉଥିବା ୨୭ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛି ରେଳବାଇ ପୁଲିସ । ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଟୁଲୁଗଡ଼ିଆ ଅଞ୍ଚଳରୁ ଏକ ବସ୍ରେ ୨୭ ଜଣ ଛାତ୍ରଛାତ୍ରୀଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ଅନୁଗୁଳର ଏକ ସଭାରେ ଯୋଗଦେବାକୁ ଆସିଥିଲେ । ୨୭ଜଣଙ୍କ ମଧ୍ୟରେ ୯ରୁ ୧୫ ବର୍ଷ ବୟସର ୧୯ ଜଣ ଝିଅ ଓ ୮ ଜଣ ପୁଅ ରହିଛନ୍ତି । କୌଣସି ଏକ କାର୍ଯ୍ୟକ୍ରମ ପାଇଁ ଏମାନଙ୍କୁ ନିଆଯାଉଥିବା ଜଣାପଡ଼ିଛି । ଅନୁଗୁଳ ଅଭିମୁଖେ ଯିବାକୁ ସୋର ଷ୍ଟେସନରେ ଟ୍ରେନ୍କୁ ଅପେକ୍ଷା କରିଥିବାବେଳେ ରେଳବାଇ ପୁଲିସ ପକ୍ଷରୁ ସେମାନଙ୍କ ପରିଚୟ ଯାଞ୍ଚ କରାଯାଇଥିଲା ।
ଅଧିକ ପଢ଼ନ୍ତୁ : ବାହାରିଲା ମାଟ୍ରିକ୍ ରେଜଲ୍ଟ ; ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
ଉକ୍ତ ଛାତ୍ରଛାତ୍ରୀମାନେ ଔପଦା, ଢେଙ୍କାନାଳ ଓ କପ୍ତିପଦା ଆଦି ବିଭିନ୍ନ ଅଞ୍ଚଳର ହୋଇଥିବାବେଳେ ବିନା ଟିକଟରେ ସେମାନଙ୍କୁ ନିଆଯାଉଥିବାରୁ ଅଟକ ରଖାଯାଇଥିଲା । ଖବରପାଇ ସୋର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବାଲେଶ୍ବର ଚାଇଲ୍ଡ ହେଲ୍ପଲାଇନର ସଦସ୍ୟ ସମସ୍ତଙ୍କୁ ଉଦ୍ଧାରକରି ବାଲେଶ୍ବର ଅଭିମୁଖେ ନେଇଛନ୍ତି । ପିଲାମାନଙ୍କୁ ନେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
English 




































































































































































































































































































































































































































































































































































































































































































































































































