ବ୍ରହ୍ମପୁରରେ ପୁଣି ପୁଲିସ୍ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଦିପୁନା ନାୟକ ଆହତ

କନକ ବ୍ୟୁରୋ : ବ୍ରହ୍ମପୁରରେ ପୁଣି ଫୁଟିଲା ଗୁଳି । ଏଥର ପୁୁଲିସ୍ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ । ଲାଞ୍ଜିପଲ୍ଲୀ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକକୁ ପୁଲିସ ଏନକାଉଣ୍ଟର କରିଛି । ଏକ ଅପରାଧ ମାମଲାର ତଦନ୍ତ ବେଳେ ଧରିବାକୁ ଯାଇଥିବା ବେଳେ ପୁୁଲିସକୁ ପାଲଟା ଆକ୍ରମଣ କରିଥିଲା ଅଭିଯୁକ୍ତ । ଆତ୍ମରକ୍ଷା ଲାଗି ପୁୁଲିସ୍ ଗୁଳି ଚଳାଇଥିବା ବେଳେ ଦିପୁନା ଆହତ ହୋଇଛି । ଲାଞ୍ଜିପଲ୍ଲୀ ଢିପ ସାହି ହରିଜନ ବସ୍ତିର ଦିପୁନା ନାୟକ ।
ଅଧିକ ପଢ଼ନ୍ତୁ : ମହିଳା ସୁରକ୍ଷା ପାଇଁ ଆଇପିଏସ୍ଙ୍କ ଅଭିନବ ପ୍ରୟାସ: ରାସ୍ତା କଡ଼ରେ ସାଧାରଣ ମହିଳା ସାଜି ଧରିଲେ ଅପରାଧୀଙ୍କୁ
ତାର ଗୋଡ଼ରେ ଗୁଳି ବାଜିବା ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଦୁର୍ଦ୍ଦାନ୍ତ ଦିପୁନା ନାୟକ ନାଁରେ ୧୨ରୁ ଅଧିକ ଆପରାଧିକ ମାମଲା ରହିଛି । ଗତକାଲି ଗୋପାଳପୁର ଥାନାର ଏକ ମାମଲାରେ ଅଭିଯୁକ୍ତକୁ ଧରିବାକୁ ପୁୁଲିସ୍ ଧବଳେଶ୍ୱର ରାସ୍ତାରେ ପିଛା କରୁଥିବାବେଳେ ଗୁଳି କରି ଖସିଯିବାକୁ ଚେଷ୍ଟା କରିଥିଲା ଦିପୁନା । ଆତ୍ମରକ୍ଷା ପାଇଁ ପୁଲିସ କରିଥିବା ଗୁଳିରେ ଘାଇଲା ହୋଇ ଧରାପଡ଼ିଲା ।
English 



























































































































































































































































































































































































































































































































































































































































































































































































