#Local

କେବେ ସରିବ ବଲାଙ୍ଗୀରର ଦାଦନ ଦୁଃଖ ? କେତେ ମୁଣ୍ଡ ଗଡ଼ିଲେ ଚେତିବେ ସରକାର ?

କନକ ବ୍ୟୁରୋ : ବଲାଙ୍ଗୀରର ଦାଦନ ଶ୍ରମିକଙ୍କ ବାରମ୍ବାର ମୃତ୍ୟୁ ଖବର ଗଣମାଧ୍ୟମର ଶୀରୋନାମା ପାଲଟିଛି । ଆଉ ଏହାରି ଭିତରେ ପଡ଼ୋଶୀ ଆନ୍ଧ୍ରରେ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର ପାଇଁ ଆବେଦନ କରିବା ଖବର ସାମ୍ନାକୁ ଆସିଛି । ବଲାଙ୍ଗୀରର ଦାଦନ ଦୁଃଖ ବଢୁଛି । ହେଲେ ସରକାରଙ୍କ ଦାଦନ ଶ୍ରମିକ ସମସ୍ୟାର ସମାଧାନ ପାଇଁ ଟାସ୍କଫୋର୍ସ ଗଠନ କରି ଚୁପ ବସିଛନ୍ତି ।

ବଲାଙ୍ଗୀର ଜିଲ୍ଲାରେ ଅନେକ କିଛି ବଦଳିଛି, ହେଲେ ଦାଦନ ସମସ୍ୟା ଏବେ ବି ସମସ୍ୟା ହୋଇ ରହିଛି । ଡୁଙ୍ଗରିପାଲି, କଣ୍ଟାବାଞ୍ଜି, ଆନ୍ଧ୍ରପ୍ରଦେଶ କହୁଛି ଦାଦନ ଯନ୍ତ୍ରଣା ବଢ଼ି ଚାଲିଛି । ଗୁଜୁରାଟର ମାର୍ବଲ କାରଖାନାରେ କାମ କରୁଥିବା ଡୁଙ୍ଗୁରିପାଲିର ବୀରେନ୍ଦ୍ର ଛତ୍ରିଆଙ୍କ ମୃତ ଦେହ ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳି ପଡ଼ିଛି । କଣ୍ଟାବାଞ୍ଜି ଷ୍ଟେସନରେ ଦାଦାନ ଖଟିବାକୁ ପରିବାର ସହ ଯାଇ ଘରକୁ ଫେରିବା ବାଟରେ ପ୍ରାଣ ହରାଇଛନ୍ତି ଖପ୍ରାଖୋଲ ଭରୁଆମୁଣ୍ଡାର ଲୋକନାଥ ମାଝୀ । ସେପଟେ ଆନ୍ଧ୍ରରେ ନିର୍ଯାତିତ ଶ୍ରମିକ ଉଦ୍ଧାର ପାଇଁ ଆବେଦନ କରିଥିବା ଭିଡିଓ ସାମ୍ନାକୁ ଆସିଛି । ଜୀବନ ଯାଉଛି, ନିର୍ଯାତନା ମିଳୁଛି, ହେଲେ ଭୋକର ତାଡ଼ନା ଏମିତି ଯେ ପେଟପାଟଣା ପାଇଁ ଦାଦନ ଯିବାକୁ ଲୋକ ବାଧ୍ୟ ହେଉଛନ୍ତି ।

ଅଧିକ ପଢ଼ନ୍ତୁ : ସ୍ୱାମୀଙ୍କ ଦୀଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ମହିଳା

ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳର ଲୋକ ବାହାର ରାଜ୍ୟକୁ ଯାଉଥିବାରୁ ଘରେ ୮ ମାସ ତାଲା ଝୁଲି ରହୁଛି । ଦାଦନ ସର୍ଦ୍ଦାରଙ୍କ ବଇନା ଆଗରେ ହାର ମାନୁଛି ସରକାରୀ ଯୋଜନା । ସପ୍ତାହେ ଭିତରେ ଦୁଇଟି ଦାଦନ ଶ୍ରମିକଙ୍କ ମୃତ ଦେହ ଜିଲ୍ଲାକୁ ଫେରିବା ଘଟଣା ସରକାରୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦାଦନ ସମସ୍ୟାର ସମାଧାନ ପାଇଁ ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି । ଆଉ ଏହାର ଅଧ୍ୟକ୍ଷ ଅଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ବଲାଙ୍ଗୀର ଜିଲ୍ଲା ଲୋଇସିଂହାର ବିଧାୟକ । ରାଜ୍ୟ ସରକାରରେ ଦୁଇ ଦୁଇ ଜଣ ପାୱାରଫୁଲ ମନ୍ତ୍ରୀ ଥାଇ ବି ବଲାଙ୍ଗୀର ଜିଲ୍ଲା ଦାଦନ ଯନ୍ତ୍ରଣାରେ ଜର୍ଜରିତ ।

ଚାରି ଦଶନ୍ଧି ତଳେ ୮୦ ଦଶକରେ ବଲାଙ୍ଗୀର ଜିଲ୍ଲାର ଦାଦନ ସମସ୍ୟା ବିଶ୍ୱଦରବାରରେ ଚର୍ଚ୍ଚିତ ହୋଇଥିଲା । ଏକ କେସ ଷ୍ଟଡ଼ି ଭାବେ ଗବେଷଣା ହେଉଥିଲା । ଏହାରି ଭିତରେ ୪୫ ବର୍ଷ ବିତିଛି । ହେଲେ ଦାଦନ ସମସ୍ୟାରେ ସୁଧାର ଆସିନି ।

କେବେ ସରିବ ବଲାଙ୍ଗୀରର ଦାଦନ ଦୁଃଖ ? କେତେ ମୁଣ୍ଡ ଗଡ଼ିଲେ ଚେତିବେ ସରକାର ?

Modi UAE Visit BIG DEAL! LPG Supply

Leave a comment

Your email address will not be published. Required fields are marked *