କାଳ ହେଲା ତରଭୁଜ ଖାଇବା ! ବିଷକ୍ରିୟାରେ ଚାଲିଗଲା ନାବାଳକଙ୍କ ଜୀବନ

କନକ ବ୍ୟୁରୋ : ତରଭୁଜ ଖାଇ ମହାରାଷ୍ଟ୍ରର ୪ ଜଣଙ୍କ ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚା ଥମିନି । ଏବେ ବି କାରଣ ଖୋଜୁଛି ତଦନ୍ତକାରୀ ସଂସ୍ଥା । ଏହାରି ଭିତରେ ଓଡ଼ିଶାରୁ ଆସିଛି ଚିନ୍ତାଜନକ ଖବର । ଖରାଦିନରେ ଘରେ ଘରେ ତରଭୁଜର ଚାହିଦା ଥିବାବେଳେ ଏହାକୁ ଖାଇ ପଟ୍ଟାମୁଣ୍ଡାଇ ଅଂଚଳର ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆହୁରି ୪ଜଣ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।
ଖରାଦିନରେ ପସରା ମେଲିଛନ୍ତି ତରଭୁଜ ବ୍ୟବସାୟୀ । ଚାହିଦାକୁ ଦେଖି ଭଳିକି ଭଳି ତରଭୁଜ ବିକୁଛନ୍ତି । ଗ୍ରାହକଙ୍କୁ ଆକୃଷ୍ଠ କରିବାକୁ ତରଭୁଜରେ ଇଞ୍ଜେକ୍ଟ ଦେଇ ଲାଲ କରି ଦେଉଛନ୍ତି । ଆଉ ଆପଣ ଯଦି ଏଭଳି ତରଭୁଜ କିଣୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । କାରଣ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳରେ ତରଭୂଜ ଖାଇ ୧୩ବର୍ଷୀୟ ନାବାଳକ ସ୍ୱାଧୀନ ସେନାପତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବିଷକ୍ରିୟା ଯୋଗୁଁ ଅହୁରି ୪ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଅଧିକ ପଢ଼ନ୍ତୁ : ମୌସୁମୀ ଆସିଲାଣି, ଆଗଉନି ଚାଷ କାମ; ତେଲ ନାହିଁ, କ୍ଷେତରେ ବୁଲୁନି କଳ ଲଙ୍ଗଳ
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଂଚଳର କୁପୁଣି ଗାଁରୁ ଆସିଛି ଏହି ଖବର । ମୃତକଙ୍କ ସମ୍ପର୍କୀୟଙ୍କ କହିବା କଥା ଶୁକ୍ରବାର ଦିନରେ ପଂଚାନନ ସେନାପତିଙ୍କ ପରିବାରର ସମସ୍ତେ ତରଭୁଜ ଖାଇଥିଲେ । ତାପରେ ମାଛ ବିହନ ଓ ପୋଇ ରାଇ ତରକାରୀ ଖାଇଥିଲେ । ଶୋଇଥିବାବେଳେ ରାତିରେ ଅଚାନକ ଅସୁସ୍ଥ ହୋଇପଡିଥିଲେ । ସ୍ଥିତି ବିଗିଡୁଥିବାରୁ ସମସ୍ତେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାକୁ କଟକକୁ ସ୍ଥାନାନ୍ତର କରାଯାଇଥିଲା । ଚକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ୱାଧୀନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ତରଭୁଜକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ପୂର୍ବରୁ ମହାରାଷ୍ଟ୍ରରେ ତରଭୁଜ ଖାଇ ୪ଜଣଙ୍କ ମୃତ୍ୟୁ ମାମଲାରେ ମୃତକଙ୍କ ଭିସେରା ରିପୋର୍ଟ ଓ ତରଭୁଜ ନମୁନାରୁ ମାରାତ୍ମକ ଜିଙ୍କ୍ ଫସ୍ଫାଇଡ୍ ଚିହ୍ନଟ ହୋଇଛି ।
English 





















































































































































































































































































































































































































































































































































































































































































































































