#Local

ଖଣି କମ୍ପାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍; ବିସ୍ଥାପିତଙ୍କ ସାମାଜିକ ଓ ଅର୍ଥନୀତି ପ୍ରତି ଧ୍ୟାନ ଦିଅ

କନକ ବ୍ୟୁରୋ : ଓଏମସି ସାଜିବ ପଥ ଦେଶର ପଥ ପ୍ରଦର୍ଶକ । ସରକାରଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ସୁଖ ଓ ଦୁଖର ସାଥୀ  ହେବ ଓଡ଼ିଶା ମାଇନିଂ କର୍ରପୋରେସନ । ୨୦୩୬ ବେଳକୁ  ୧୦୦ ନିୟୁତ ଟନ ଖଣି ଉତ୍ତୋଳନ ପାଇଁ ଟାର୍ଗେଟ ରହିଛି । ହେଲେ ଖଣି ବିସ୍ଥାପିତ ଲୋକଙ୍କ ପ୍ରତି ଧ୍ୟାନ ଦେବାକୁ ନିଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶା ଖଣି ନିଗମ ପ୍ରତିଷ୍ଠା ଦିବସ ମଂଚରୁ କମ୍ପାନୀଙ୍କୁ ଉତ୍ତରଦାୟିତ୍ୱର ପାଠ ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ । ଖଣି ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିବା ସହ କହିଛନ୍ତି, ଖାଲି ଖୋଳି ନେଇଗଲେ ହେବନି । ମୁଁ ଖଣି ଅଞ୍ଚଳରୁ ଆସୁଛି, ମୁଁ ଜାଣିଛି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କ’ଣ ରହିଛି । ଖଣି ନିଗମର ୭୧ ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଖଣି ବିସ୍ଥାପିତ ଲୋକଙ୍କ କରୁଣ କାହାଣୀ ମନେ ପକାଇ ତାଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷରେ ୪୫ ନିୟୁତ ଟନ୍ ଖଣି ସାମଗ୍ରୀ ଉତ୍ତୋଳନ କରି ରେକର୍ଡ କରିଛି ଓଏମ୍‌ସି । ୨୦୩୬ ସୁଦ୍ଧା ୧୦୦ ନିୟୁତ ଟନ୍‌ ଖଣି ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଏମସି ଖଣି ଅଂଚଳବାସୀଙ୍କ ପାଇଁ ସକରାତ୍ମକ ପରିବର୍ତ୍ତନ ଆଣିଛି ।

ଅଧିକ ପଢ଼ନ୍ତୁ : କାଳ ହେଲା ତରଭୁଜ ଖାଇବା ! ବିଷକ୍ରିୟାରେ ଚାଲିଗଲା ନାବାଳକଙ୍କ ଜୀବନ

ଓଏମସି ସରକାରଙ୍କ ସୁରକ୍ଷାଦାତା ସାଜିଛି । ଉଭୟ ସୁଖ ଓ ଦୁଃଖ ସମୟରେ ସରକାରଙ୍କ ସାଥୀରେ ଛିଡ଼ା ହୋଇଛି ଓଏମ୍‌ସି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଏମସି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ମେଗା ହେଲ୍‌ଥ କ୍ୟାମ୍ପ କରିବା ଆବଶ୍ୟକ । ଖଣି ଖାଦାନ ଅଞ୍ଚଳରେ ଉଡ଼ୁଥିବା ଧୂଳିକଣା ପାଇଁ ସେହି ଅଞ୍ଚଳର ଅନେକ ଲୋକେ ପ୍ରଭାବିତ ହେଉଛନ୍ତି । ରୋଗ ଧୀରେ ଧୀରେ ବୃଦ୍ଧି ପାଇ ବଡ଼ ରୋଗରେ ପରିଣତ ହୁଏ ତେଣୁ ସେହି ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମେଗା ହେଲ୍‌ଥ କ୍ୟାମ୍ପ କରି ଉଚ୍ଚମାନର ଚିକିତ୍ସା ଦେବାକୁ ଓଏମସିକୁ ନିର୍ଦ୍ଦେଶ ଦେଇଛନ୍ତି । ବେସରକାରୀ ମାଇନ୍ସ ଶତ ପ୍ରତିଶତ ମେସିନରେ କାମ କରୁଛନ୍ତି । କିନ୍ତୁ ସେହି ଖଣି ବିସ୍ଥାପିତ ଲୋକଙ୍କୁ ଭୁଲି ଯାଉଛନ୍ତି । ତେଣୁ ତାଙ୍କ ଆର୍ଥିକ ବିକାଶ ପ୍ରତି ଆମକୁ ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଖଣି ଉତ୍ତୋଳନ ସମୟରେ ପରିବେଶ ଉପରେ ଧ୍ୟାନ ଦେବାକୁ ମଧ୍ୟ କହିଛନ୍ତି ।

Leave a comment

Your email address will not be published. Required fields are marked *