#Local

ସବୁଠି ତୈଳ ସଙ୍କଟର ପ୍ରଭାବ; ବସ୍‌ ସେବା ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଭୋଗୁଛି ସାରା ବିଶ୍ୱ । ଚାରିଆଡ଼େ ତୈଳ ସଙ୍କଟକୁ ନେଇ ସୃଷ୍ଟି ହେଲାଣି ହାହାକାର ସ୍ଥିତି । ସବୁଠି ତେଲ ମରୁଡ଼ିର ପ୍ରଭାବ । ପରିବହନ ବ୍ୟବସ୍ଥାଠାରୁ ଆରମ୍ଭ କରି କୃଷିକ୍ଷେତ୍ର ଯାଏ ସବୁକିଛି ପ୍ରଭାବିତ ହୋଇଛି । ତେଲ ସଙ୍କଟ ଯୋଗୁଁ ଘରୋଇ ଓ ସରକାରୀ ବସ୍‌ ଯୋଗେ ଯାତ୍ରୀ ପରିବହନ ବ୍ୟବସ୍ଥା ବିଗିଡ଼ି ଯାଇଛି । ଲୋକଙ୍କ ପକେଟରୁ ଯାଉଛି ଅଧିକ ଟଙ୍କା । କେବଳ ବସ୍‌ ନୁହେଁ ମାଲ୍‌ ପରିବହନକାରୀ ଟ୍ରକ୍ ଗୁଡ଼ିକ ମଧ୍ୟ ପେଟ୍ରୋଲ ପମ୍ପ ଆଗରେ ତେଲ ପକାଇବାକୁ ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି । ଗାଡ଼ି ଆସୁନଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଛି ।

ବଡ଼ ଗାଡ଼ି କଥା ତ ଯାହା ଯେମିତି ତୈଳ ସଙ୍କଟ ଦ୍ୱାରା ପ୍ରଭାବିତ ହୋଇଛି ଅଟୋ ଚାଳକଙ୍କ ରୋଜଗାର । ସ୍ଥିତି ଏମିତି ଯେ କିଛି ଚାଳକ ଅଟୋ ବିକ୍ରି କରି ଆୟର ଅଲଗା ପନ୍ଥା ଖୋଜିଲେଣି । ପ୍ରଥମେ ସିଟି ବସ୍ ଚଳାଚଳ ପାଇଁ ଅଟୋଚାଳକଙ୍କ ରୋଜଗାର ପ୍ରଭାବିତ ହୋଇଥିଲା । ଅଟୋରୁ ମୁହଁ ଫେରାଇନେଇଥିଲେ ଯାତ୍ରୀ । ଏବେ ତେଲ ଦର ବଢ଼ିବା ପରେ ହରଡ଼ଘଣାରେ ପଡ଼ିଛନ୍ତି ଅଟୋ ଚାଳକ ।

ଅଧିକ ପଢ଼ନ୍ତୁ : ଆଶ୍ୱାସନା ସତ୍ତ୍ୱେ ବି ସରୁନି ପେଟ୍ରୋଲ ଡିଜେଲ ଯନ୍ତ୍ରଣା; ତେଲ ପାଇଁ ଘଣ୍ଟା ଘଣ୍ଟା ସଂଘର୍ଷ

କେବଳ ଅର୍ଥନୀତି ନୁହେଁ । ତେଲ ସଂକଟର ପ୍ରଭାବ ପରିବେଶ ଉପରେ ବି ଦେଖିବାକୁ ମିଳିଛି । ରାଉରକେଲା ମହାନଗର ନିଗମ ବାଦୁଡ଼ି ବସ୍ତିରେ ଥିବା ଷ୍ଟକ୍ ୟାର୍ଡର । ଡିଜେଲର ଉତ୍କଟ ସମସ୍ୟା ପାଇଁ ବିଭିନ୍ନ ଅଞ୍ଚଳକୁ ଯାଇ ଅଳିଆ ଉଠାଇ ପାରୁନି ଆରଏମସିର ଅଳିଆ ସଫା ଗାଡ଼ି । ଯାହା ଫଳରେ ଚାରିଆଡ଼େ କୁଢ଼ କୁଢ଼ ଅଳିଆ ପଡ଼ିରହିଛି ।

ତୁରନ୍ତ ତେଲ ସମସ୍ୟାର ସମାଧାନ ନହେଲେ ଆଗକୁ ଭୟଙ୍କର ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।

ସବୁଠି ତୈଳ ସଙ୍କଟର ପ୍ରଭାବ; ବସ୍‌ ସେବା ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ

Arsenal clinch second spot in WSL with

ସବୁଠି ତୈଳ ସଙ୍କଟର ପ୍ରଭାବ; ବସ୍‌ ସେବା ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ

News Point: Why Are Odisha Govt Officials

Leave a comment

Your email address will not be published. Required fields are marked *