#Local

ମୌସୁମୀ ଆସିଲାଣି, ଆଗଉନି ଚାଷ କାମ; ତେଲ ନାହିଁ, କ୍ଷେତରେ ବୁଲୁନି କଳ ଲଙ୍ଗଳ

କନକ ବ୍ୟୁରୋ : ଆଣ୍ତାମାନ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ ପୂର୍ବ ଆରବ ସାଗରରେ କିଛି ଅଂଚଳରେ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ–ପୂର୍ବ ବଙ୍ଗୋପସାଗରରେ ଛୁଇଁଲା ମୌସୁମୀ । ଆଣ୍ତାମାନ ସାଗରର କିଛି ଅଂଶରେ ମଧ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଓଡ଼ିଶାକୁ ଏଥର ସହଳ ମୌସୁମୀ ଆସିବାର ସମ୍ଭାବନା ରହିଛି ।

ଚଳିତ ବର୍ଷ ଆଗୁଆ ଆଣ୍ଡାମାନ ଛୁଇଁଛି ମୌସୁମୀ । ଓଡ଼ିଶାକୁ ବି ଶୀଘ୍ର ଆସିବ ବୋଲି ଆକଳନ କରାଯାଉଛି । ହେଲେ କୃଷିକ୍ଷେତ୍ର ଉପରେ ଯୁଦ୍ଧର ପ୍ରଭାବ ଏମିତି ପଡ଼ିଛି ଯେ ଚାଷ କାମ ଆରମ୍ଭ କରିପାରୁ ନାହାନ୍ତି ଓଡ଼ିଶାର ଚାଷୀ । ମାଟି ଚଷା ହୋଇପାରୁନି କି ଖରିଫ ବୁଣାବୁଣି ଆରମ୍ଭ ହୋଇନି । ଚାଷ କାମ ବିଳମ୍ୱ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି ।

ଅଧିକ ପଢ଼ନ୍ତୁ : ସବୁଠି ତୈଳ ସଙ୍କଟର ପ୍ରଭାବ; ବସ୍‌ ସେବା ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ

ଜମି ପଡ଼ିଆ ପଡ଼ିଛି । ହିଡ଼ ପାଖ ଘାସ, ଲଟାକୁ କୋଡ଼ିକୋଦାଳ ଧରି ସଫା କରୁଛି ଚାଷୀ । ଏପଟେ ବିଲରେ ଚାଷୀ ନିରାଶ ହୋଇ ବସିପଡ଼ିଛି । ଅଖିମୁଠି ଅନକୂଳଠୁ ସାବିତ୍ରୀ ଅମାବାସ୍ୟା ଆସିଲା । ହେଲେ ଆରମ୍ଭ ହୋଇପାରୁନି ଚାଷ କାମ । ତେଲ ଅଭାବରୁ ଗଡୁନି ଟ୍ରାକ୍ଟର । ଜମି ହଳ ହୋଇପାରୁନି । ଜମି ଚଷିବାକୁ ଟ୍ରାକ୍ଟର ମାଲିକଙ୍କୁ ଡାକିଲେ ଡିଜେଲ ନାହିଁ କହି ମନା କରୁଛନ୍ତି । ଯାଜପୁର ବରୀ, ନିଆଳି, କେନ୍ଦ୍ରାପଡ଼ା ଅଞ୍ଚଳରୁ ଆସିଛି ସମାନ ଅଭିଯୋଗ । ସରକାର ଚାଷ କାମ ପାଇଁ ଡିଜେଲ ଯୋଗାଇ ଦେବାକୁ ଦାବି ହୋଇଛି ।

ଓଡ଼ିଶାକୁ ମୌସୁମୀ ବର୍ଷା ଛୁଇଁବା ପୂର୍ବରୁ ଖରିଫ ବୁଣା କାମ ଆରମ୍ଭ ହେବା କଥା । କିନ୍ତୁ ବଡ଼ ସମସ୍ୟା ହେଉଛି ସରକାର ଏଯାଏଁ ବିହନ ଯୋଗାଇ ନାହାନ୍ତି । ଆଗକୁ ଚାଷ କେମିତି ହେବ ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଅନ୍ୟପଟେ ଚଳିତ ବର୍ଷ ୟୁରିଆ, ଡିଏପି ସାର ଅଭାବ ହେବା ସମ୍ଭାବନାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ତେଣୁ ଆଗକୁ ଚାଷୀ ସମସ୍ୟାରେ ଛନ୍ଦି ହେବା ଆଶଙ୍କା ରହିଛି ।

ଓଡ଼ିଶାର ୬୦ ପ୍ରତିଶତ ଲୋକ ଚାଷ କାମ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଚାଷ ଲୋକଙ୍କ ରୋଜଗାର ଓ ଗ୍ରାମାଞ୍ଚଳ ଅର୍ଥନୀତିକୁ ଗତିଶୀଳ କରିଥାଏ । ଡିଜେଲ ଓ ବିହନ ଅଭାବ ଓଡ଼ିଶାର ଚାଷ ବିଳମ୍ୱିତ ହୋଇଥିବାରୁ ଆଗକୁ ଏହାର ପ୍ରଭାବ ଉଭୟ ଚାଷୀ ଓ ଓଡ଼ିଶାର ଅର୍ଥନୀତି ଉପରେ ପଡ଼ିବା ଆଶଙ୍କା ରହିଛି ।

ମୌସୁମୀ ଆସିଲାଣି, ଆଗଉନି ଚାଷ କାମ; ତେଲ ନାହିଁ, କ୍ଷେତରେ ବୁଲୁନି କଳ ଲଙ୍ଗଳ

Emotional scene in Puri as parents pray

ମୌସୁମୀ ଆସିଲାଣି, ଆଗଉନି ଚାଷ କାମ; ତେଲ ନାହିଁ, କ୍ଷେତରେ ବୁଲୁନି କଳ ଲଙ୍ଗଳ

Truth stranger than fiction as O’Neill leads

Leave a comment

Your email address will not be published. Required fields are marked *