#Local

ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଓ ଏସପି ; ସରକାରୀ ଠିପିବନ୍ଦ ମଦ ଦୋକାନ ଉପରେ ଚଢ଼ାଉ

କନକ ବ୍ୟୁରୋ : ଜଗତସିଂହପୁରରେ ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ଚଢ଼ାଉ । ରାସ୍ତାକଡ଼ରେ ମଦ ପିଉଥିବା ମଦ୍ୟପ ଗିରଫ, ଚାଖଣା ଦୋକାନ ଉଚ୍ଛେଦ । ବଙ୍ଗଳା ଛକ କେନାଲ ରୋଡ୍‌ରେ ଥିବା ଏକ ସରକାରୀ ଠିପିବନ୍ଦ ମଦ ଦୋକାନ ନିକଟରେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ପକ୍ଷରୁ ଅଚାନକ ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ସହ ମଦ୍ୟପମାନେ ଛତ୍ରଭଙ୍ଗ ଦେଇ ଦୌଡ଼ିବାକୁ ଲାଗିଥିଲେ । ତେବେ ରାସ୍ତାକଡ଼ରେ ବସି ମଦ ପିଉଥିବା ଏକାଧିକ ମଦ୍ୟପଙ୍କୁ ପୁଲିସ ଗିରଫ କରିଛି ।

ସରକାରୀ ଠିପିବନ୍ଦ ମଦ ଦୋକାନ ଚାରିପାଖରେ ଥିବା ସରକାରୀ ଜାଗାକୁ ଜବରଦଖଲ କରି ୨୦ରୁ ଅଧିକ ବେଆଇନ ଚାଖଣା ଦୋକାନ ଖୋଲିଥିଲା । ଏହି ଦୋକାନଗୁଡ଼ିକ ଆଗରେ ମଦ୍ୟପମାନେ ଖୁଲମଖୁଲା ମଦ ପିଇବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଘଟାଉଥିଲେ । ଏଠାରେ ମଦ୍ୟପମାନଙ୍କ ଆତଙ୍କ ଯୋଗୁଁ ସାଧାରଣ ଲୋକେ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ବିଶେଷ କରି ମହିଳାମାନେ ଏହି ବାଟ ଦେଇ ଯିବାକୁ ନିଜକୁ ଅସୁରକ୍ଷିତ ମଣୁଥିଲେ । ସମସ୍ୟା ବାବଦରେ ଖବର ପାଇବା ପରେ ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ଓ ଏସପି ନିଜେ ଘଟଣାସ୍ଥଳରେ ପହଞ୍ଚି ଅଚାନକ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଓ ଏସପି ; ସରକାରୀ ଠିପିବନ୍ଦ ମଦ ଦୋକାନ ଉପରେ ଚଢ଼ାଉ

Big IPL 2026 Impact! Shastri’s Bold Call

Leave a comment

Your email address will not be published. Required fields are marked *