ଡିଜେଲ ସଙ୍କଟର ପ୍ରଭାବ ; ଗଡ଼ୁନି ଅଳିଆ ସଫା ଗାଡ଼ି

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସିଧା ସଳଖ ପଡିଛି ଇସ୍ପାତ୍ ସହର ରାଉରକେଲାରେ । ତେଲ ସଙ୍କଟରେ ଗଡ଼ୁନି ଆରଏମସିର ଅଳିଆ ସଫା ଗାଡ଼ି । ଏପରିକି ପୂର୍ବରୁ ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳକୁ ଯାଉଥିବା ଗାଡ଼ି ଏବେ ପାଳି କରି ଯାଉଛି । ଫଳରେ ସହରର ସ୍ବଚ୍ଛତା ଉପରେ ପ୍ରଭାବ ପଡ଼ିଛି । ରାଉରକେଲା ମହାନଗର ନିଗମ ବାଦୁଡ଼ି ବସ୍ତିରେ ଥିବା ଷ୍ଟକ୍ ୟାର୍ଡ । ଡିଜେଲର ଉତ୍କଟ ସମସ୍ୟା ପାଇଁ ବିଭିନ୍ନ ଅଞ୍ଚଳକୁ ଯାଇ ଅଳିଆ ଉଠାଇ ପାରୁନି ଆରଏମସିର ଅଳିଆ ସଫା ଗାଡ଼ି । ଯଦି ବା ଯାଉଛି ଗୋଟିଏ ଦିନ ଛାଡ଼ି ପାଳି କରି ବୁଲୁଛି ଗାଡ଼ି । ଏପରିକି ଗାଡ଼ି ବାହାରିଲେ ବି ତେଲ ସରିଗଲେ ଅଧା ରାସ୍ତାରେ ଅଟକି ଯାଉଛି । ଯାହାକୁ ନେଇ ଏବେ ଚିନ୍ତାରେ ଅଳିଆ ସଫା ଗାଡ଼ିର ଡ୍ରାଇଭର ଓ କର୍ମଚାରୀ ।
ଆରଏମସି ଅଧୀନରେ ଥିବା ଅନେକ ଅଳିଆ ସଫା ଗାଡ଼ିକୁ ଗତ କିଛି ଦିନ ଧରି ପର୍ଯ୍ୟାପ୍ତ ପରିମାଣର ଡିଜେଲ୍ ମିଲିପାରୁନି। ଫଳରେ ଅନେକ ଗାଡ଼ି ଗ୍ୟାରେଜରେ ପଡ଼ିରହୁଛି। ଆଉ କିଛି ଗାଡ଼ି ସୀମିତ ଅଞ୍ଚଳରେ ସେବା ଦେଇ ପାରୁଛି। ଏପରିକି ଏହାର ପ୍ରଭାବ ସହରର ସ୍ବଚ୍ଛତା ଉପରେ ପଡ଼ିଛି। ସହରର ବଜାର, ବସ୍ତି ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରାସ୍ତା କଡ଼ରେ ଆବର୍ଜନା ଜମା ହୋଇ ରହିଛି।
ଏପଟେ ଆରଏମସି ଅଧୀନରେ ଶହେରୁ ଅଧିକ ଅଳିଆ ସଫା ଗାଡ଼ି ରହିଛି। ଏଥିପାଇଁ ପ୍ରତ୍ୟେକ ଦିନ ପାଖାପାଖି ୨ ହଜାର ଲିଟର ଡିଜେଲ୍ ଆବଶ୍ୟକ। ଠିକ୍ ଭାବେ ଡିଜେଲ ମିଳୁ ନଥିବାରୁ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଷ୍ଟକୟାର୍ଡ କର୍ମଚାରୀ ।
English 






























































































































































































































































































































































































































































































































































































































































































